🔥 TRENDING ਜੈਤੋ ਰੇਲਵੇ ਫਾਟਕ ਕੋਲ ਪੁਲਿਸ ਤੋਂ ਭੱਜਦੇ ਨੌ... மரத்தின் மீது ஏறி போதை ஆசாமியை மீட்ட த... ग्वालियर में अवैध खनन पर प्रशासन का शि... महात्मा गांधी जयंती पर आगरा में स्वच्छ... Tom Cruise’s ‘Digger’ Opens Slowly in... Nani's 'The Paradise' Nets ₹2.80 Crore...
03 Oct 2026•
ગુજરાતી मराठी ਪੰਜਾਬੀ বাংলা
ନକଲି RTOକୁ ବାନ୍ଧିଲା ପୁଲିସ
Crime

ନକଲି RTOକୁ ବାନ୍ଧିଲା ପୁଲିସ

✍️ Reporter: Deepak Mahapatra 🗓 03 Oct 2026, 12:42 PM 👁 12
Share: 💬 WhatsApp 📘 Facebook 𝕏 Post
ନକଲି RTOକୁ ବାନ୍ଧିଲା ପୁଲିସ । ନିଜକୁ RTO ଅଧିକାରୀ ବୋଲି ପରିଚୟ ଦେଇ ଦୀର୍ଘ ଦିନ ଧରି ଲୋକଙ୍କୁ ଠକେଇ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଜଳେଶ୍ୱର ପୁଲିସ ଗିରଫ କରିଛି।ନକଲି RTOକୁ ବାନ୍ଧିଲା ପୁଲିସ । ନିଜକୁ RTO ଅଧିକାରୀ ବୋଲି ପରିଚୟ ଦେଇ ଦୀର୍ଘ ଦିନ ଧରି ଲୋକଙ୍କୁ ଠକେଇ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଜଳେଶ୍ୱର ପୁଲିସ ଗିରଫ କରିଛି। ଅଭିଯୋଗ ପରେ ତଦନ୍ତ କରି ପୁଲିସ ତାଙ୍କ ନିକଟରୁ ବହୁ ନକଲି RTO ରସିଦ, ନକଲି ନୋଟାରୀ ସିଲ୍ ଓ ନକଲି ପଶ୍ଚିମବଙ୍ଗ ସରକାରୀ ଷ୍ଟାମ୍ପ ପେପର ସମେତ ବିଭିନ୍ନ ସାମଗ୍ରୀ ଜବତ କରିଛି ।

ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଅଭିଯୁକ୍ତ ନିଜକୁ RTO ସହ ଜଡିତ ବ୍ୟକ୍ତି ବୋଲି ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ନେଉଥିବା ଅଭିଯୋଗ ରହିଛି । ବିଶେଷକରି ଗାଡ଼ି ସମ୍ପର୍କିତ ଜରିମାନା, ରସିଦ ଓ ବିଭିନ୍ନ କାଗଜପତ୍ର କରାଇଦେବା ନାଁରେ ଠକେଇ କରାଯାଉଥିବା ଅଭିଯୋଗ ପୁଲିସ ନିକଟରେ ପହଞ୍ଚିଥିଲା। ଏହା ପରେ ଜଳେଶ୍ୱର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତଙ୍କ ଗତିବିଧି ଉପରେ ନଜର ରଖିଥିଲା। ତଦନ୍ତ ବେଳେ ଅଭିଯୁକ୍ତଙ୍କ ନିକଟରୁ ଏକ EPSON L6270 ପ୍ରିଣ୍ଟର, ଏକ ସବୁଜ ରଙ୍ଗର ଇଲେକ୍ଟ୍ରିକ୍ ବ୍ଲୋଅର, LUMINOUS LB 600 PRO UPS, HOIN HOP-H58 ଥର୍ମାଲ୍ ରସିଦ ପ୍ରିଣ୍ଟର, ZEBRONICS ZEB-A24UF HD LED ମନିଟର, CPU, LOGITECH କୀ-ବୋର୍ଡ, ZEBRONICS ମାଉସ୍, ମଲ୍ଟିପୋର୍ଟ ହବ୍ ଓ ଏକ୍ସଟେନସନ୍ ବୋର୍ଡ ଜବତ କରାଯାଇଛି ।
ଏହା ସହିତ ଏକ VIVO T1 5G ମୋବାଇଲ୍ ଫୋନ୍ ମଧ୍ୟ ପୁଲିସ ଜବତ କରିଛି । ମୋବାଇଲ୍‌ଟିରେ ଦୁଇଟି SIM ବ୍ୟବହୃତ ହେଉଥିବାର ଜଣାପଡ଼ିଛି । ଏଥିସହିତ ଚାରିଟି ଚାବି, ଏକ ମୋଟରସାଇକେଲ୍ ଚାବି ଓ ଏକ ମୋଟରସାଇକେଲ୍ ଷ୍ଟୋରେଜ୍ ବକ୍ସ ଚାବି ମଧ୍ୟ ଜବତ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ ପୁଲିସ ଅଭିଯୁକ୍ତଙ୍କ ନିକଟରୁ ୨୦ଟି ସନ୍ଦେହଜନକ ନକଲି/ଜାଲ୍ ପଶ୍ଚିମବଙ୍ଗ RTO ଫାଇନ୍ ଓ ରସିଦ ସ୍ଲିପ୍, ୨ଟି ସନ୍ଦେହଜନକ ନକଲି ନୋଟାରୀ ସିଲ୍/ଷ୍ଟାମ୍ପ ଏବଂ ୧୫ଟି ସନ୍ଦେହଜନକ ଜାଲ୍ ପଶ୍ଚିମବଙ୍ଗ ସରକାରୀ ଷ୍ଟାମ୍ପ ପେପର ଜବତ କରିଛି । ଏହି ସମସ୍ତ ସାମଗ୍ରୀକୁ ଆଧାର କରି ଅଭିଯୁକ୍ତ କେତେ ଦିନ ଧରି ଏଭଳି କାରବାର କରୁଥିଲା, ତାଙ୍କ ସହ ଆଉ କେହି ଜଡିତ ଅଛନ୍ତି କି ନାହିଁ ଏବଂ ଏହି ନକଲି କାଗଜପତ୍ର କେଉଁଠାରେ ତିଆରି ହେଉଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।
📲Get App