🔥 TRENDING ଅଭିଯୋଗର ତିନି ଦିନ ପରେ ବି ମିଳିଲାନି ନ୍ୟାୟ... ଐତିହାସିକ କଟକ ବାଲିଯାତ୍ରା ମହୋତ୍ସବକୁ ଉଦ୍‌... Manipur CM Leads Marchathon to Launch... Teenager Dies of Drug Overdose After R... JAC seeks dialogue with Meghalaya gove... Meghalaya CM Conrad Sangma honors Arch...
25 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ନାବାଳକଙ୍କୁ ଯୌନ ନିର୍ଯାତନା; RPF କନଷ୍ଟେବଲଙ୍କୁ ବାନ୍ଧିଲା ପୋଲିସ

✍️ Reporter: Deepak Mahapatra 🗓 25 Nov 2026, 03:05 PM 👁 25
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଖାକିରେ ଲାଗିଲା ଦାଗ। ପୋଲିସ୍ କର୍ମଚାରୀ ହୋଇ ସୁରକ୍ଷା ଦେବା ବଦଳରେ କରିଛନ୍ତି ଜଘନ୍ଯ ଅପରାଧ। ଭୁବନେଶ୍ୱର ରେଳ ଷ୍ଟେସନରେ ଜଣେ ନାବାଳକଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଆରପିଏଫ୍ କନଷ୍ଟେବଲ ମୁନା କୁମାରଙ୍କୁ ଖାରବେଳନଗର ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ ଛତିଶଗଡ଼ର ଜଣେ ନିଖୋଜ ନାବାଳକ ପୁରୀ ଓ ଭୁବନେଶ୍ୱର ଆସିଥିବା ବେଳେ ଭୁବନେଶ୍ୱର ରେଳ ଷ୍ଟେସନରେ ଅଟକି ରହିଥିଲେ। ତେବେ ଅଭିଯୁକ୍ତ କନଷ୍ଟେବଲ ମୁନା କୁମାର ନାବାଳକଙ୍କୁ ସାହାଯ୍ୟ କରିବା ବାହାନା ଦେଖାଇ ନିଜ ସରକାରୀ କ୍ୱାର୍ଟର୍ସକୁ ନେଇଯାଇ ସେଠାରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

ଏନେଇ ଅଭିଯୋଗ ହେବା ପରେ ଭୁବନେଶ୍ୱରର ଖାରବେଳନଗର ଥାନା ପୋଲିସ ମାମଲା ରୁଜୁ କରି ସମ୍ପୃକ୍ତ କନଷ୍ଟେବଲଙ୍କୁ ବାନ୍ଧିଛି।
📲Get App