🔥 TRENDING મહીસાગર : કોંગ્રેસ vs ભાજપ - ચૂંટણી કમ... दोमुंहा सांप मामले में मैगलगंज थानेदार... Suhani Shah’s Magic Act Sparks Claims... Rajkummar Rao’s ‘Prahaar’ Trailer High... Rajinikanth Arrives at Mysuru Film Set... Apple iPhone 18 Pro Gains Pocket Film...
30 Sep 2026•
ગુજરાતી मराठी ਪੰਜਾਬੀ বাংলা
ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଖସିପଡ଼ିଲେ ମହିଳା; ଜୀବନ ବଞ୍ଚାଇଲେ RPF ଏଏସଆଇ
Local

ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଖସିପଡ଼ିଲେ ମହିଳା; ଜୀବନ ବଞ୍ଚାଇଲେ RPF ଏଏସଆଇ

✍️ Reporter: Deepak Mahapatra 🗓 30 Sep 2026, 01:10 PM 👁 8
Share: 💬 WhatsApp 📘 Facebook 𝕏 Post
ତାଳଚେର: ଅଳ୍ପକେ ବର୍ତ୍ତିଲା ମହିଳାଙ୍କ ଜୀବନ। ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଖସିପଡ଼ିଥିବା ଜଣେ ମହିଳା ଯାତ୍ରୀଙ୍କୁ ଠିକ୍ ସମୟରେ ଉଦ୍ଧାର କରି ବଡ଼ ଅଘଟଣ ଟାଳିଦେଲେ RPF ଅଧିକାରୀ। ଘଟଣାଟି ତାଳଚେର ହାଣ୍ଡିଧୂଆଁ ରେଳ ଷ୍ଟେସନରେ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଜଣେ ମହିଳା ଯାତ୍ରୀ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଉଦ୍ୟମ କରୁଥିଲେ। ତେବେ ଟ୍ରେନରେ ଚଢ଼ିବା ସମୟରେ ହଠାତ୍ ତାଙ୍କର ଗୋଡ଼ ଖସିଯାଇଥିଲା। ମହିଳା ଜଣକ ଟ୍ରେନ ଓ ପ୍ଲାଟଫର୍ମ ମଧ୍ୟରେ ପଡ଼ିଯିବା ଭଳି ପରିସ୍ଥିତି ଉପୁଜିଥିଲା।

ଏହି ସମୟରେ ଡ୍ୟୁଟିରେ ଥିବା RPF ଏଏସଆଇ ରାକେଶ ଅମାନ୍ତ ଘଟଣାଟି ଦେଖି ତୁରନ୍ତ ଦୌଡ଼ି ଯାଇଥିଲେ। ନିଜ ଜୀବନକୁ ଖାତିର ନକରି ସେ ମହିଳାଙ୍କୁ ତୁରନ୍ତ ଟ୍ରେନ ଭିତରକୁ ଠେଲି ଦେଇଥିଲେ। ଫଳରେ ନିଶ୍ଚିତ ଭାବେ ଘଟିପାରିଥିବା ଏକ ବଡ଼ ଅଘଟଣ ଟଳିଯାଇଥିଲା। ସମୟୋଚିତ ପଦକ୍ଷେପ ନେଇ ମହିଳାଙ୍କ ଜୀବନ ବଞ୍ଚାଇଥିବା RPF ଏଏସଆଇ ରାକେଶ ଅମାନ୍ତଙ୍କ ଏହି ସାହସିକତା ଏବେ ପ୍ରଶଂସା ସାଉଁଟୁଛି।
📲Get App