🔥 TRENDING वाराणसी में अवैध तमंचा व कारतूस धारण क... Himesh Reshammiya Reimagines Bollywood... गोवर्धन में उद्योगपति अनंत अंबानी पर प... Himachal Governor Stresses Accountabil... Ayushmann Khurrana and Sharvari on Ins... Traffic barred on Sanjauli‑Dhalli stre...
28 Nov 2026•
ગુજરાતી मराठी ਪੰਜਾਬੀ বাংলা

ଏକଦଶହାହଃ ଭୋଜିକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇଲେ ଲୁଟେରା; ୧୫ ଲକ୍ଷର ସୁନାଗହଣା ସହ ୨ ଲକ୍ଷ ଟଙ୍କା ଲୁଟ୍

✍️ Reporter: Abhijit Patra 🗓 28 Nov 2026, 09:37 AM 👁 22
Share: 💬 WhatsApp 📘 Facebook 𝕏 Post

ବାଲେଶ୍ୱର :ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ କାନକଟା ଛକ ନିକଟରେ ଏକ ବଡ଼ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ଗାଁରେ ଏକ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ଗ୍ରିଲ୍ ଭାଙ୍ଗି ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନାଗହଣା ଏବଂ ୨ ଲକ୍ଷ ଟଙ୍କା ନଗଦ ଲୁଟି ନେଇଛନ୍ତି। ମିଳିଥିବା

ବାଲେଶ୍ୱର :ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ କାନକଟା ଛକ ନିକଟରେ ଏକ ବଡ଼ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ଗାଁରେ ଏକ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ଗ୍ରିଲ୍ ଭାଙ୍ଗି ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନାଗହଣା ଏବଂ ୨ ଲକ୍ଷ ଟଙ୍କା ନଗଦ ଲୁଟି ନେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କାନକଟା ଛକ ନିକଟରେ ରହୁଥିବା ବିମଳା ବେହେରାଙ୍କ ପରିବାର ଗତ ବିଳମ୍ବିତ ରାତିରେ ଗାଁରେ ହେଉଥିବା ଏକ ଦଶାହ କାର୍ଯ୍ୟକ୍ରମକୁ ଯାଇଥିଲେ। ଘରେ କେହି ନଥିବା ଦେଖି ଲୁଟେରାମାନେ ପ୍ରଥମେ ଘରର ଗ୍ରିଲ୍ ଭାଙ୍ଗି ଭିତରକୁ ପଶିଥିଲେ। ପରେ ଆଲମିରା ଓ ଲକର୍ ଭାଙ୍ଗି ସେଥିରେ ଥିବା ୧୫ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଓ ନଗଦ ୨ ଲକ୍ଷ ଟଙ୍କା ଧରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।
ପରିବାର ଲୋକେ ଘରକୁ ଫେରିବା ପରେ ଘରର ଗ୍ରିଲ୍ ଭଙ୍ଗାଯାଇଥିବା ଓ ଜିନିଷପତ୍ର ଏଣେତେଣେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏନେଇ ବିମଳା ବେହେରା ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଲୁଟେରାମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ତଦନ୍ତ ଜାରି ରହିଛି।
📲Get App