🔥 TRENDING Fit India’s ‘Sundays on Cycle’ celebra... સુરત ₹19 લાખના કથિત તોડકાંડનો વિવાદ વક... Assam, Haryana and Gujarat weigh listi... ਤਰਨ ਤਾਰਨ ਪੁਲਿਸ – ਅਮਨ-ਕਾਨੂੰਨ ਦੀ ਰਾਖੀ ਲਈ... Gujarat Tea Association Announces New... मुजफ्फरपुर में पिता ने बेटी को बॉयफ्रे...
28 Nov 2026•
ગુજરાતી मराठी ਪੰਜਾਬੀ বাংলা

ନୀଳଗିରିରେ କାର୍-ବାଇକ୍ ମୁହାଁମୁହିଁ ଧକ୍କା: ୨ ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର

✍️ Reporter: Abhijit Patra 🗓 28 Nov 2026, 11:09 PM 👁 26
Share: 💬 WhatsApp 📘 Facebook 𝕏 Post

ନୀଳଗିରି (ବାଲେଶ୍ୱର): ନୀଳଗିରି ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ-୧୯ (SH-19) ର ବାଉଁଶନାଳ ଛକ ନିକଟରେ ଏକ କାର୍ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ପୋଡ଼ାଶୂଳ-ବାରିପାଳ ଅଞ୍ଚଳର ମାନସିଂହ ସୋରେନ୍ ଏବଂ କୁଶ ସିଂହ ବୋଲି ଜଣାପଡ଼ିଛି

ନୀଳଗିରି (ବାଲେଶ୍ୱର): ନୀଳଗିରି ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ-୧୯ (SH-19) ର ବାଉଁଶନାଳ ଛକ ନିକଟରେ ଏକ କାର୍ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ପୋଡ଼ାଶୂଳ-ବାରିପାଳ ଅଞ୍ଚଳର ମାନସିଂହ ସୋରେନ୍ ଏବଂ କୁଶ ସିଂହ ବୋଲି ଜଣାପଡ଼ିଛି।
ସଜନାଗଡ଼ ଅଭିମୁଖେ ଯାଉଥିବା କାର୍ ସହ ବିପରୀତ ଦିଗରୁ ଆସୁଥିବା ବାଇକ୍‌ର ଧକ୍କା ହେବାରୁ ଉଭୟ ଗାଡ଼ି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା। ଏହି ଦୁର୍ଘଟଣାରେ କାର୍‌ରେ ଥିବା ତ୍ରିଲୋଚନ ମଲ୍ଲିକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇ ଫେରାର ହୋଇଯାଇଛନ୍ତି। ନୀଳଗିରି ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ନୀଳଗିରି ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ମେଡିକାଲ କଲେଜକୁ ସ୍ଥାନାନ୍ତର କରିଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
📲Get App