Local
ବଢ଼ିଲା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ମାସିକ ପାରିଶ୍ରମିକ,ଅବସରକାଳୀନ ସହାୟତା ୩ଗୁଣ ବୃଦ୍ଧି, ଆନ୍ଦୋଳନରୁ ଓହରିଲେ
ବିଭିନ୍ନ ଦାବି ନେଇ ବିଧାନସଭା ସମ୍ମୁଖ ଲୋଏର ପିଏମଜିଠାରେ ଆନ୍ଦୋଳନରତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ପାଇଁ ଖୁସି ଖବର। ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି ସହ ମୃତ୍ୟୁକାଳୀନ ଓ ଅବସରକାଳୀନ ଆର୍ôଥକ ସହାୟତା ରାଶିରେ ଆଜି ବଡ଼ଧରଣର ବୃଦ୍ଧି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଉ ସରକାରଙ୍କ ଏହି ଘୋଷଣା ପରେ ଆନ୍ଦୋଳନରତ ଅଙ୍ଗନବାଡ଼ି କର୍ମୀ ଓ ସହୟିକାମାନେ ନିଜର ଆନ୍ଦୋଳନରୁ ଓହରିବେ ବୋଲି ଜଣାପଡ଼ିଛି। ଯଦିଓ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ତଥାପି ସେମାନେ ସରକାରଙ୍କ ନିଷ୍ପତ୍ତିରେ ଖୁସି ଥିବା ପ୍ରତିକ୍ରିୟା ଦେଇଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହିଳା ଓ ଶିଶୁ ବିକାଶ ବିଭାଗର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟର ମହିଳା ଓ ଶିଶୁମାନଙ୍କ ସାମଗ୍ରିକ ବିକାଶ, ପୁଷ୍ଟି ସାଧନ ଓ ବିଭାଗୀୟ କାର୍ଯ୍ୟଧାରାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏକ ବିସ୍ତୃତ ରୂପରେଖ ପ୍ରସ୍ତୁତ କରାଯାଇଛି।
ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଅଙ୍ଗନବାଡ଼ି କର୍ମୀମାନେ ପୂର୍ବରୁ ପାଉଥିବା ୧୦ହଜାର ଟଙ୍କା ପରିବର୍ତ୍ତେ ଏଣିକି ମାସିକ ୧୨ହଜାର ଟଙ୍କା ପାରିଶ୍ରମିକ ପାଇବେ।
ଅଙ୍ଗନବାଡ଼ି ସହାୟିକାମାନଙ୍କ ମାସିକ ପାରିଶ୍ରମିକ ୫ହଜାରରୁ ୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଅନୁକମ୍ପାମୂଳକ ମୃତ୍ୟୁକାଳୀନ ସହାୟତା ରାଶିକୁ ୨ରୁ ୪ ଲକ୍ଷ ଟଙ୍କା ଏବଂ ଅବସରକାଳୀନ ଏକକାଳୀନ ଆର୍ଥକ ସହାୟତା ରାଶିରେ ମଧ୍ୟ ତିନିଗୁଣ ବୃଦ୍ଧି କରାଯାଇଛି। ଅବସରକାଳୀନ ଏକକାଳୀନ ସହାୟତା ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ୧ ଲକ୍ଷରୁ ୩ଲକ୍ଷ ଟଙ୍କା ଓ ସହାୟିକାମାନଙ୍କ ପାଇଁ ୫୦ ହଜାରରୁ ବଢ଼ାଇ ଦେଢ଼ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
ଏହା ବ୍ୟତୀତ ବିଭିନ୍ନ ଯୋଜନା ଅଧୀନରେ ମିଳୁଥିବା ବାର୍ଷିକ ଆର୍ôଥକ ପ୍ରୋତ୍ସାହନ ରାଶି ପୂର୍ବଭଳି ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀମତୀ ପରିଡ଼ା ସ୍ପଷ୍ଟ କରିଛନ୍ତି। ଏହାସହ ତୃଣମୂଳ ସ୍ତରରେ ମହିଳା, ଶିଶୁ ଓ ଗର୍ଭବତୀ ମା’ମାନଙ୍କ ସେବା ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ଅଧିକ ଦିନ ଅନୁପସ୍ଥିତ ନରହି କାର୍ଯ୍ୟରେ ଯୋଗଦେବାକୁ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଅନୁରୋଧ କରାଯାଇଛି। ରାଜ୍ୟର ମହିଳା ଓ ଶିଶୁମାନଙ୍କ ପୁଷ୍ଟି, ସ୍ୱାସ୍ଥ୍ୟ ଓ ସାମଗ୍ରିକ ବିକାଶରେ ଅଙ୍ଗନବାଡ଼ି କର୍ମୀମାନଙ୍କ ନିଷ୍ଠା, ପରିଶ୍ରମ ଓ ସେବା ମନୋଭାବକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକୃତିକ୍ରମେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଓ ଶୀର୍ଷ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ ସମସ୍ୟା, ଅଙ୍ଗନବାଡ଼ି କର୍ମୀଙ୍କ ଦାବି ଓ ଅସୁବିଧା, ସେମାନଙ୍କର ବର୍ତ୍ତମାନର କାର୍ଯ୍ୟଧାରା ଓ ଗତିବିଧି, ପୋଷଣ କାର୍ଯ୍ୟକ୍ରମ ଏବଂ ଗୋଷ୍ଠୀ ସହଭାଗିତା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ରାଜ୍ୟରେ ପୋଷଣ ସହାୟତାକୁ ତ୍ୱରାନ୍ୱିତ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ମାଧ୍ୟମରେ ଅତିରିକ୍ତ ପୋଷଣ ସହାୟତା ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ‘ପୋଷଣ ଟ୍ରାକର’କୁ ନିୟମିତ ତଦାରଖ କରି ଏହାର ତଥ୍ୟକୁ ସକାରାତ୍ମକ ଭାବେ ବଜାୟ ରଖିବା ଏବଂ ‘ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ’ ରିପୋର୍ଟକୁ ସଠିକ୍ ଭାବେ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଭାଗକୁ କୁହାଯାଇଛି। ତୃଣମୂଳ ସ୍ତରରେ କାର୍ଯ୍ୟର ସ୍ୱଚ୍ଛତା ଓ ନିୟମିତତା ବଜାୟ ରଖିବା ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱ ଦେଇଛନ୍ତି। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଯେପରି ପ୍ରତିଦିନ ନିୟମିତ ଭାବେ ଖୋଲା ରହେ, ତାହା ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳସ୍ତରର ବାସ୍ତବ ସ୍ଥିତି ପରଖିବା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରୁ ଅଧିକ ସଂଖ୍ୟକ ସ୍ୱତନ୍ତ୍ର ଟିମ୍ ପଠାଯିବ ଓ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିଜେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବେ। ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସୁପରଭାଇଜର ଓ ସିଡିପିଓ ମାନେ ଦୈନିକ ଭିତ୍ତିରେ ସମୀକ୍ଷା କରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବେ। ସୁପରଭାଇଜରମାନେ ନିୟମିତ ସେବା ରେକର୍ଡ ବଜାୟ ରଖିବା ସହ ଜନସେବା କ୍ଷେତ୍ରରେ କୌଣସି ପ୍ରକାର ଆଦେଶ ଅମାନ୍ୟ ନକରିବାକୁ କଡ଼ା ତାଗିଦ କରାଯାଇଛି।
ଅଙ୍ଗନବାଡ଼ି କର୍ମୀମାନେ କୁନି କୁନି ଶିଶୁମାନଙ୍କୁ ଆକର୍ଷଣୀୟ ଶୈଳୀରେ ପାଠ ପଢ଼ାଇବା ଓ ସେମାନଙ୍କର ମୂଳ କାର୍ଯ୍ୟକୁ ପ୍ରାଧାନ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି। କର୍ମୀ ଓ ସୁପରଭାଇଜରମାନଙ୍କୁ ସଠିକ୍ ଭାବେ ରିଫ୍ରେସର ତାଲିମ ପ୍ରଦାନ କରାଯିବା ସହ ଉତ୍ତମ କାର୍ଯ୍ୟ ପାଇଁ ଉତ୍ସାହିତ କରାଯିବ। ଏହା ସହିତ ଅନେକ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ କାର୍ଯ୍ୟ କରିବାରେ ଅସୁବିଧା ହେଉଥିବା ଦୃଷ୍ଟିରୁ ‘ସମୃଦ୍ଧ ଅଙ୍ଗନବାଡ଼ି କେନ୍ଦ୍ର’ ଯୋଜନା ଅଧୀନରେ ଖୁବ୍ ଶୀଘ୍ର ଉପଯୁକ୍ତ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଅଙ୍ଗନବାଡ଼ି କର୍ମୀଙ୍କ ବିକାଶ ଏବଂ ଅଙ୍ଗନବାଡ଼ି କାର୍ଯ୍ୟର ସୁପରିଚାଳନା ପାଇଁ ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।