🔥 TRENDING साइकिल रैली से नशा मुक्ति एवं बाल विवा... 13 Killed in SUV Crash on Ranchi-Patna... India-Pakistan 1989-90 ODI Series Stat... Jurel's gritty fifty steers India clea... ‘Waterman’ Rajendra Singh cautions Tel... MPPSC 2027: New 3R‑W Negative Marking,...
29 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଭୟଙ୍କର ଦୁର୍ଘଟଣା: ଡିଭାଇଡର ଡେଇଁ ବାଇକ୍ ଉପରେ ମାଡ଼ିଗଲା ଡମ୍ପର, ଚାଲିଗଲା ୨ ଜଣଙ୍କ ଜୀବନ

✍️ Reporter: Deepak Mahapatra 🗓 28 Nov 2026, 02:42 PM 👁 17
Share: 💬 WhatsApp 📘 Facebook 𝕏 Post
କେନ୍ଦୁଝରର ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥର ରୁପା ସାହି ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗାମୀ ଡମ୍ପର ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ବିପରୀତ ଦିଗରୁ ଆସୁଥିବା ଗୋଟିଏ ବାଇକ୍ ଉପରେ ମାଡ଼ିଯାଇଛି।

ଏଥିଯୋଗୁ ବାଇକରେ ଥିବା ଦୁଇ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ଡମ୍ପର ଡ୍ରାଇଭର ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଓଡି ୦୯ ଏ ୯୨୨୫ ନମ୍ବର ବିଶିଷ୍ଟ ଗୋଟିଏ ଡମ୍ପର ଦ୍ରୁତ ଗତିରେ ଆଜି ମଧ୍ୟାହ୍ନରେ ରୁପାସାହି ନିକଟ ରାସ୍ତା ଅତିକ୍ରମ କରୁଥିଲା। ହେଲେ ଗାଡ଼ିର ବେଗ ଯଥେଷ୍ଟ ଅଧିକ ଥିବାରୁ ହଠାତ୍ ଚାଳକ ନିୟନ୍ତ୍ରଣ ହରାଇଥିଲେ। ଡମ୍ପଟି ସିଧା ଡିଭାଇଡରେ ପିଟି ହୋଇ ରାସ୍ତାର ବିପରୀତ ଦିଗକୁ ଚାଲି ଯାଇଥିଲା।

ଆଉ ସେପଟ ରାସ୍ତାରେ ଯାଉଥିବା ଓଆର ୧୧ଇ ୮୭୯୯ ବିଶିଷ୍ଟ ବାଇକ୍‌କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ୍‌ରେ ଥିବା ଦୁଇ ଯୁବକ ଛିଟିକି ହୋଇ କିଛି ଦୂରରେ ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିପରି ଦୁର୍ଘଟଣା ଘଟାଇବା ପରେ ଡମ୍ପରଟି ବ୍ୟାରିକେଡ ଭାଙ୍ଗି ରାସ୍ତା ତଳକୁ ପ୍ରାୟ ୫୦ ମିଟର ତଳେ ଥିବା ଖାଇକୁ ଖସି ବୁଦାରେ ଅଟକି ଯାଇଥିଲା।

ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବୁଦାରେ ଲାଖି ରହିଥିବା ଡମ୍ପର ଭିତରୁ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଯୋଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି।
ତେବେ ବର୍ତ୍ତମାନ ସୁଦ୍ଧା ମୃତ ଦୁଇ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ପୁଲିସ ବାଇକ୍ ନମ୍ବର ଆଧାରରେ ସେମାନଙ୍କ ଠିକଣା ଖୋଜିବା ସହ ପରିବାର ଲୋକଙ୍କୁ ଖବର ଦେବାକୁ ଉଦ୍ୟମ ଜାରି ରଖିଛି।
📲Get App