🔥 TRENDING राज्य के 37 जिलों में आचार संहिता हटाई... Fire erupts on terrace of Mindspace Bu... Yogi Adityanath Endorses BJP’s Lotus S... Three Additional Suspects Arrested in... Delimitation Commission Limits State A... Main Accused Nabbed in Hatapara Murder...
28 Nov 2026•
ગુજરાતી मराठी ਪੰਜਾਬੀ বাংলা

ଶାଶୁଘରୁ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

✍️ Reporter: Abhijit Patra 🗓 28 Nov 2026, 10:14 PM 👁 10
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସେଠୀସାହି ଗାଁରେ ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ମହିଳା ଜଣକ ହେଉଛନ୍ତି ଉକ୍ତ ଗାଁର ରଚନା ସେଠୀ। ଶାଶୁଘର ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏହାକୁ ନେଇ ଉଭୟ ବାପଘର ଓ ଶାଶୁଘର ପକ୍ଷରୁ ଭିନ୍ନ ଭିନ୍ନ ଅଭିଯୋଗ ଆସିଛି।

ସିମୁଳିଆ (ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସେଠୀସାହି ଗାଁରେ ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ମହିଳା ଜଣକ ହେଉଛନ୍ତି ଉକ୍ତ ଗାଁର ରଚନା ସେଠୀ। ଶାଶୁଘର ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏହାକୁ ନେଇ ଉଭୟ ବାପଘର ଓ ଶାଶୁଘର ପକ୍ଷରୁ ଭିନ୍ନ ଭିନ୍ନ ଅଭିଯୋଗ ଆସିଛି।
ମିଳିଥିବା ସୂଚନା ଅନୁଯାୟୀ, ରଚନାଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ବାପଘର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ଏକ ଆତ୍ମହତ୍ୟା ନୁହେଁ, ବରଂ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ରଚନାଙ୍କ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ଶାଶୁଘର ଲୋକେ ରଚନାଙ୍କୁ ମାରି ଦେବା ପରେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଟାଙ୍ଗି ଦେଇଥିବା ସେମାନେ ଦାବି କରିଛନ୍ତି। ଏନେଇ ବାପଘର ପକ୍ଷରୁ ସିମୁଳିଆ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ଦାଖଲ କରାଯାଇଛି।
ଅନ୍ୟପକ୍ଷରେ, ରଚନାଙ୍କ ଶ୍ୱଶୁର ବାପଘର ଲୋକଙ୍କ ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ରଚନା ଫୋନରେ ଜଣେ ଯୁବକଙ୍କ ସହ କଥା ହେଉଥିଲେ ଏବଂ ଏ ବିଷୟରେ ସେ ନିଜ ପୁଅ ଅର୍ଥାତ୍ ରଚନାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ। ଏହି ଘଟଣା ପରେ ଏଭଳି ଅଘଟଣ ଘଟିଥିବା ଶାଶୁଘର ପକ୍ଷରୁ ଦାବି କରାଯାଇଛି।
ଉଭୟ ପକ୍ଷର ପରସ୍ପର ବିରୋଧୀ ବୟାନ ପରେ ମୃତ୍ୟୁ ପଛର ପ୍ରକୃତ କାରଣକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ଖବର ପାଇ ସିମୁଳିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ରଚନାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।
📲Get App