🔥 TRENDING साइकिल रैली से नशा मुक्ति एवं बाल विवा... 13 Killed in SUV Crash on Ranchi-Patna... India-Pakistan 1989-90 ODI Series Stat... Jurel's gritty fifty steers India clea... ‘Waterman’ Rajendra Singh cautions Tel... MPPSC 2027: New 3R‑W Negative Marking,...
29 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଗାର୍ଡ ରେଲ୍‌ରେ ପିଟି ହୋଇ ୧୦ ଫୁଟ୍ ତଳକୁ ଖସିପଡ଼ିଲା କାର; ୨ ମୃତ, ୨ ଗୁରୁତର

✍️ Reporter: Deepak Mahapatra 🗓 28 Nov 2026, 02:42 PM 👁 24
Share: 💬 WhatsApp 📘 Facebook 𝕏 Post
ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଲାଗିଥିବା ଗାର୍ଡ ରେଲ୍‌ରେ ପିଟି ହେବା ପରେ ପ୍ରାୟ ୧୦ ଫୁଟ୍ ତଳକୁ ଖସିପଡ଼ିଲା କାର। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ସୋନାକଣିଆ ନିକଟରେ ଘଟିଛି ଏହି ଦୁର୍ଘଟଣା।

କାର୍‌ରେ ୪ ଜଣ ଥିଲେ। ସେମାନେ ପଶ୍ଚିମବଙ୍ଗରୁ ଫେରୁଥିବା ବେଳେ ସୋନାକଣିଆ ନିକଟରେ ଘଟିଥିଲା ଏହି ଦୁର୍ଘଟଣା। ହଠାତ୍‌ କାର ଉପରୁ ନିୟନ୍ତ୍ରଣ ହରାଇଥିଲେ ଚାଳକ। ଫଳରେ କାର୍‌ଟି ରାସ୍ତାକଡ଼ରେ ଥିବା ଗାର୍ଡ ରେଲ୍‌ରେ ପିଟି ହୋଇ ପ୍ରାୟ ୧୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରାଯାଇଥିଲା। ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଯାଇଥିଲା।
📲Get App