🔥 ट्रेंडिंग અમદાવાદના શાહીબાગમાં PCBના દરોડા, SUV... बांसडीह विधानसभा दावेदारी पर नीरज सिंह... যমধারার জল আর হবে না অপচয়! শুশুনিয়ায... મંત્રી કૌશિકભાઈ વેકરીયાજીનું ખેડબ્રહ્મ... द रियल पॅंथर ऑफ इंडिया संस्थापक व अध्य... মানবাজার: অন্নপূর্ণা প্রকল্পের টাকা না...
27 नव. 2026•
ગુજરાતી मराठी ਪੰਜਾਬੀ বাংলা

ସୁନାଧରବସନ୍ ସରପଞ୍ଚ ଦିଲ୍ଲୀପ ଦତ୍ତଙ୍କ ମାତୃବିୟୋଗ; ଅଞ୍ଚଳରେ ଶୋକର ଛାୟା

✍️ रिपोर्टर: Abhijit Patra 🗓 27 नव. 2026, 10:56 PM 👁 31
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post

ଭୋଗରାଇ (ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ସୁନାଧରବସନ୍ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଦିଲ୍ଲୀପ ଦତ୍ତଙ୍କର ମାତୃବିୟୋଗ ଘଟିଛି। ତାଙ୍କ ପରଲୋକରେ ସମଗ୍ର ସୁନାଧରବସନ୍ ପଞ୍ଚାୟତ ତଥା ଭୋଗରାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଭୋଗରାଇ (ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ସୁନାଧରବସନ୍ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଦିଲ୍ଲୀପ ଦତ୍ତଙ୍କର ମାତୃବିୟୋଗ ଘଟିଛି। ତାଙ୍କ ପରଲୋକରେ ସମଗ୍ର ସୁନାଧରବସନ୍ ପଞ୍ଚାୟତ ତଥା ଭୋଗରାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ମାତାଙ୍କ ବିୟୋଗରେ ଅତ୍ୟନ୍ତ ମର୍ମାହତ ଓ ଭାବବିହ୍ୱଳ ହୋଇପଡ଼ିଥିବା ସରପଞ୍ଚ ଶ୍ରୀଯୁକ୍ତ ଦତ୍ତ ନିଜର ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଆଜି ତାଙ୍କ ଜୀବନର ସବୁଠାରୁ ଦୁଃଖଦ ଦିନ ଏବଂ ତାଙ୍କର ଅତି ପ୍ରିୟ ‘ବଉ’ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି।
ମାଆଙ୍କ ଅସୀମ ସ୍ନେହ ଓ ତ୍ୟାଗକୁ ସ୍ମରଣ କରି ସେ ଭାବୁକ କଣ୍ଠରେ କହିଛନ୍ତି, “ବଉଙ୍କ ଭଲପାଇବା ଓ ସ୍ନେହକୁ ଶବ୍ଦରେ ବଖାଣିବା ଅସମ୍ଭବ। ଛୋଟବେଳୁ ସେ ମୋତେ ସବୁବେଳେ ସୁରକ୍ଷା ଦେଇ ଆସିଛନ୍ତି ଏବଂ ବାପାଙ୍କ ମାଡ଼ରୁ ମଧ୍ୟ ନିଜ ସ୍ନେହରେ ରକ୍ଷା କରୁଥିଲେ। ନିଜେ ନଖାଇ ମୋ ପାଇଁ ମାଛର ଶେଷ ଖଣ୍ଡଟି କିମ୍ବା ମିଠାର ଶେଷ ଭାଗଟି ରଖିଦେଉଥିଲେ। ମୋ ପ୍ରତି ତାଙ୍କର ସେହି ନିଃସ୍ୱାର୍ଥ ଭଲପାଇବା କେବେ ଭୁଲିବା ସମ୍ଭବ ନୁହେଁ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାଆ ତାଙ୍କୁ ସ୍ନେହରେ “କାଳିଆ” ବୋଲି ଡାକୁଥିଲେ, ଯାହାର ସେହି ମଧୁର ସ୍ୱର ଆଜିଠାରୁ ଆଉ ଶୁଣିବାକୁ ମିଳିବ ନାହିଁ। ମାଆଙ୍କ ମମତା ଓ ତାଙ୍କ ସହ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତ ସବୁବେଳେ ତାଙ୍କ ହୃଦୟରେ ସାଇତି ହୋଇ ରହିବ ଏବଂ ଏହି ଅଭାବ ଜୀବନରେ କେବେ ପୂରଣ ହୋଇପାରିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି।
ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, ଜନପ୍ରତିନିଧି ଓ ଗ୍ରାମବାସୀ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
📲Get App