ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସୋର ତହସିଲ ଅନ୍ତର୍ଗତ ବାଗୁଡ଼ି ପଥର ଖାଦାନ ଓ କ୍ରସର ୟୁନିଟ୍ରେ ବଡ଼ ଧରଣର ଚଢ଼ାଉ; ୫ଟି କ୍ରସର ସିଲ୍, ୨୩ଟି ଭାରୀଯାନ ଜବତ
Watch on:
▶️ YouTube
ବାଲେଶ୍ୱର: ଶୁକ୍ରବାର ସକାଳେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସୋର ତହସିଲ ଅନ୍ତର୍ଗତ ବାଗୁଡ଼ି ଅଞ୍ଚଳର ବିଭିନ୍ନ ପଥର ଖାଦାନ ଏବଂ କ୍ରସର ୟୁନିଟ୍ଗୁଡ଼ିକ ଉପରେ ଏକ ମିଳିତ ଓ ବଡ଼ ଧରଣର ଚଢ଼ାଉ କରାଯାଇଛି ।

ଜିଲ୍ଲା ଖଣି ବିଭାଗର ସହଯୋଗରେ ସକାଳ ପ୍ରାୟ ୯ଟା ସମୟରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଏଥିରେ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀମାନେ ସାମିଲ ହୋଇଥିଲେ । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ ଏବଂ ଉପ-ଜିଲ୍ଲାପାଳ ଶିବ ମାଲବ୍ୟଙ୍କ ନେତୃତ୍ୱରେ ଜିଲ୍ଲା ଖଣି ଅଧିକାରୀ, ସୋର ତହସିଲଦାର, ୭ ଜଣ ରାଜସ୍ୱ ନିରୀକ୍ଷକ (ଆରଆଇ), ସୋର ଥାନା ଅଧିକାରୀ (ଆଇଆଇସି), ଏସଡିପିଓ ଏବଂ ବ୍ୟାପକ ପୋଲିସ ଓ ରାଜସ୍ୱ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ ।
ଏହି ଚଢ଼ାଉ ସମୟରେ ପ୍ରଶାସନିକ ଟିମ୍ ଗୋଟିଏ ପଥର ଖାଦାନକୁ ଜବତ କରିବା ସହ ୫ଟି ପଥର କ୍ରସର ୟୁନିଟ୍କୁ ସିଲ୍ କରିଛନ୍ତି । ଏହା ସହିତ ଜେସିବି ଏବଂ ପୋକଲେନ୍ ମେସିନ୍ ସମେତ ମୋଟ ୨୩ଟି ଭାରୀଯାନ, ୬ଟି କମ୍ପ୍ରେସର, ୬ ଜଣ ଅପରେଟର ଏବଂ ୭ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।
ବେଆଇନ ପଥର ଖନନକୁ ରୋକିବା, ପରିଚାଳନାଗତ ଅନିୟମିତତାକୁ ନିୟନ୍ତ୍ରଣ କରିବା ଏବଂ ସମଗ୍ର ଜିଲ୍ଲାରେ ଖଣି ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଖଣି ଆଇନ ଉଲ୍ଲଂଘନ କରିଥିବା ବ୍ୟକ୍ତିବିଶେଷ ଏବଂ ଅପରେଟରମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଜିଲ୍ଲାରେ ପ୍ରାକୃତିକ ସମ୍ପଦର ସୁରକ୍ଷା ଏବଂ ଖଣି ଓ ଖଣିଜ ପଦାର୍ଥ ଉପରେ ସରକାରୀ ନିୟନ୍ତ୍ରଣ ବଜାୟ ରଖିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।