🔥 TRENDING વિરમગામમાં જૂની શાક માર્કેટ પાસે જાહેર... ઉનાના કંસારી ભાચા ગામ વચ્ચે ત્રણ બાઈક... Amritsar: NDPs Case Accused Joe Recapt... Ludhiana Police Launch Probe into Alle... Contract Workers Protest Outside GTB H... शहर के विकास एवं दूरसंचार व्यवस्था को...
26 Nov 2026•
ગુજરાતી मराठी ਪੰਜਾਬੀ বাংলা

ରାସ୍ତା ଓ ବ୍ରିଜ୍ ଅଭାବ: ଖଟିଆରେ ବୁହା ହେଲେ ଗୁରୁତର ରୋଗୀ, ୬ କିମି ଅତିକ୍ରମ ପରେ ମିଳିଲା ଚିକିତ୍ସା ସୁବିଧା

✍️ Reporter: Sukumar Mandal 🗓 26 Nov 2026, 10:40 PM 👁 23
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ତା ୨୬/୧୧ – ରାସ୍ତା ଓ ବ୍ରିଜ୍ ନଥିବାରୁ ଆଜି ବି ଦୁର୍ଦ୍ଦଶା ଭୋଗୁଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ। ଜଣେ ଗୁରୁତର ଅସୁସ୍ଥ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକ ଓ ଗ୍ରାମବାସୀ ଖଟିଆରେ ବୋହି ନେବା ଘଟଣା ପୁଣିଥରେ ଅଞ୍ଚଳର ଦୁର୍ବଳ ଯୋଗାଯୋଗ ବ୍ୟବସ୍ଥାକୁ ପଦାରେ ପକାଇଛି।

ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ବ୍ଲକ ଯନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ ଅଲିଂପଡ଼ା ଗ୍ରାମର ମଙ୍ଗଳା ହନ୍ତାଳ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସାଳୟ ନେବା ଆବଶ୍ୟକ ହୋଇଥିବାରୁ ପରିବାର ଲୋକ ଓ ଗ୍ରାମବାସୀ ଏକ ଖଟିଆରେ ଭାର କରି ଗୁମ୍ମା ଚିକିତ୍ସାଳୟକୁ ନେଇଥିଲେ। ଏଥିପାଇଁ ପ୍ରାୟ ୬ କିଲୋମିଟର ଦୂର ରାସ୍ତା ଅତିକ୍ରମ କରିବା ସହ ଆଣ୍ଠୁଏ ପାଣି ଥିବା ନଦୀ ମଧ୍ୟ ପାର ହେବାକୁ ପଡ଼ିଥିଲା।

ଗ୍ରାମକୁ ଯାତାୟାତ ପାଇଁ ଉନ୍ନତ ରାସ୍ତା ଓ ନଦୀ ଉପରେ ବ୍ରିଜ୍ ନିର୍ମାଣ କରିବାକୁ ଗ୍ରାମବାସୀ ବହୁ ବର୍ଷ ଧରି ଦାବି କରିଆସୁଛନ୍ତି। ଏନେଇ ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଛି। କିନ୍ତୁ ଏଯାଏଁ ସମସ୍ୟାର ସମାଧାନ ହୋଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସ୍ୱାସ୍ଥ୍ୟସେବା ଭଳି ଜରୁରୀ ସୁବିଧା ପାଇଁ ମଧ୍ୟ ଗ୍ରାମବାସୀଙ୍କୁ ଏଭଳି ଦୁର୍ଗମ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଥିବା ଘଟଣା ଅଞ୍ଚଳର ବାସ୍ତବ ସ୍ଥିତିକୁ ସ୍ପଷ୍ଟ କରୁଛି। ତେଣୁ ଅଲିଂପଡ଼ା ଗ୍ରାମକୁ ଯାତାୟାତ ସୁବିଧା ଯୋଗାଇଦେବା ସହ ରାସ୍ତା ଓ ବ୍ରିଜ୍ ନିର୍ମାଣ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
📲Get App