नौकरी
ମଲା ଲୋକଙ୍କୁ ବି ଛାଡ଼ୁ ନାହାନ୍ତି, ବାନ୍ଧିଲା ଭିଜିଲାନ୍ସ
ମୃତ୍ୟୁ ପ୍ରମାଣପତ୍ର କରାଇଦେବା ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସମ୍ବଲପୁର ଜିଲ୍ଲା ଥେମରା ସିଏଚସିର ମଲ୍ଟି ପର୍ପୋଜ୍ ହେଲ୍ଥ ୱାର୍କର ହରିହର ପ୍ରଧାନ। ଅଭିଯୋଗକାରୀଙ୍କ ମାମୁଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ଫାଇଲ୍ ଆଗକୁ ବଢ଼ାଇବାକୁ ସେ ଲାଞ୍ଚ ମାଗିଥିଲେ।
ଅଭିଯୋଗକାରୀ ୬ ମାସ ତଳେ ସମସ୍ତ ଆବଶ୍ୟକୀୟ କାଗଜପତ୍ର ସହ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ହେଲେ ବାରମ୍ବାର ଅନୁରୋଧ ସତ୍ତ୍ୱେ ଫାଇଲ୍ ଆଗକୁ ବଢ଼ାଉନଥିଲେ ସ୍ୱାସ୍ଥ୍ୟକର୍ମୀ। ଶେଷରେ ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଯୋଜନା ପ୍ରକାରେ ଅଭିଯୋଗକାରୀ ଆଜି ଥେମରା ସିଏଚସିର ମଲ୍ଟି ପର୍ପୋଜ୍ ହେଲ୍ଥ ୱାର୍କର ହରିହର ପ୍ରଧାନଙ୍କୁ ଭେଟି ୭ ହଜାର ଟଙ୍କା ଦେଇଥିଲେ। ସେ ଲାଞ୍ଚ ଅର୍ଥ ଗ୍ରହଣ କରିବା ପରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି ।
ଏହା ପରେ ଶ୍ରୀ ପ୍ରଧାନଙ୍କ ଦୁଇଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଚି।
ଏହି ଘଟଣା ନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ତଦନ୍ତ ଜାରି ରହିଛି।