Politics
ଟାଟାରେ କାର୍ଯ୍ୟରତ ଆଉଟ୍ସୋର୍ସ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା
ଟାଟାରେ କାର୍ଯ୍ୟରତ ଆଉଟ୍ସୋର୍ସ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା। ୩୧୫୫ ଆଉଟ୍ସୋର୍ସ କର୍ମଚାରୀଙ୍କୁ କାର୍ଯ୍ୟରୁ ବାଦ୍ ଦେବା ନିଷ୍ପତ୍ତି ପ୍ରତ୍ୟାହାର। ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କଲେ ଘୋଷଣା। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ନିଆଯାଇଛି ଏହି ନିଷ୍ପତ୍ତି।
ପୂର୍ବ ଭଳି ସେମାନେ ମିଟର ରିଡିଙ୍ଗ, ମେଣ୍ଟେନାସ କାର୍ଯ୍ୟ କରିବେ। ମାନବୀୟ ଦୃଷ୍ଟିକୋଣରୁ ସେମାନେ ନିଜ ଡିଭିଜନରେ କାମ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।
ଏହା ସହିତ ଟାୱାରରେ ଚଢ଼ି ପ୍ରତିବାଦକୁ ନାପସନ୍ଦ କରିବା ସହ କଡ଼ା ଚେତାବନୀ ଦେଇଛନ୍ତି କେଭି। ସେ କହିଛନ୍ତି ଯେ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ି ଯେଭଳି ପ୍ରତିବାଦ କଲେ ତାହା ଗ୍ରହଣୀୟ ନୁହେଁ। ସେମାନଙ୍କ ବିରୋଧରେ ଲିଗାଲ ଆକ୍ସନ ନିଆଯିବ। ବିଦ୍ୟୁତ୍ ସରବରାହ ବନ୍ଦ ପାଇଁ ଯେଉଁମାନେ ଚେଷ୍ଟା କଲେ ଆକ୍ସନ ହେବ। ବିଦ୍ୟୁତ୍ ଯୋଗାଣକୁ ବାଧା ଦେବା ବିଧ୍ୱଂସକାରୀ କାର୍ଯ୍ୟରେ ଲିପ୍ତ ସହ ସମାନ। ଏହା AIIMS, SCB ଓ ଅନ୍ୟ ହସ୍ପିଟାଲ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ହଜାର ହଜାର ରୋଗୀଙ୍କ ଜୀବନକୁ ବିପଦରେ ପକାଇପାରେ। ଅବୈଧ ଦାବି କାରଣରୁ ଜନସେବା ପ୍ରଭାବିତ ହେବାକୁ ଦିଆଯିବ ନାହିଁ।