अपराध
ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା; ପୁଣି ନିରାଶ ହେବେ କି ବିଦ୍ୟାଭାରତୀ
ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଦ୍ୟାଭାରତୀ ପଣ୍ଡା। ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ହାଇକୋର୍ଟରେ ଜାମିନ ଆବଦେନ କରିଛନ୍ତି ପତ୍ନୀ ବିଦ୍ୟାଭାରତୀ। ଗତ ୧୮ ତାରିଖରେ ପାରଳାଖେମୁଣ୍ଡି ଅତିରିକ୍ତ ଦୌରା ଜଜ୍ଙ୍କ ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ।
ଅକ୍ଟୋବର ୩୧ ତାରିଖରେ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବଦେନ ହାଇକୋର୍ଟରେ ଖାରଜ ହୋଇଥିଲା। ଏହାପରେ ନଭେମ୍ବର ୨ ତାରିଖରେ ସେ ପାରାଳାଖେମୁଣ୍ଡି କୋର୍ଟରେ ଆତ୍ମସମର୍ପଣ କରିଥିଲେ। ସେହିଦିନଠାରୁ ସେ ପାରଳାଖେମୁଣ୍ଡି ଜେଲ୍ରେ ଅଛନ୍ତି।
ବିଦ୍ୟାଭାରତୀ ଜେଲ୍ ଯିବାର ୧୫ ଦିନ ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ପାରଳାଖେମୁଣ୍ଡି ଆଇଆଇସି ଓ ଏସଡିଜେଏମ କୋର୍ଟଙ୍କ ଚିଠି ଆଧାରରେ ତାଙ୍କୁ ନିଲମ୍ବନ କରିଥିଲେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିର୍ଦ୍ଦେଶକ। କପ୍ତିପଦା ଶାଳଚୁଆ ପଶୁଧନ ସେବା କେନ୍ଦ୍ରରେ ଏଲଆଇ ଭାବେ କାର୍ଯ୍ୟରତ ଥିଲେ ବିଦ୍ୟାଭାରତୀ ପଣ୍ଡା। ସ୍ୱାମୀ ସୌମ୍ୟରଞ୍ଜନଙ୍କ ମୃତ୍ୟୁର ୫ ମାସ ପରେ ଅର୍ଥାତ୍ ୨୦୨୨ ଜାନୁଆରୀ ୧୦ରେ ବାରିପଦା ନୂଆଗାଁ ପଶୁଧନ ସହାୟକ କେନ୍ଦ୍ରରେ ପଶୁ ଧନ ନିରୀକ୍ଷକ ଭାବେ ନିଯୁକ୍ତି ପାଇଥିଲେ ବିଦ୍ୟାଭାରତୀ। ୨୦୨୫ ଜୁନ ୧୬ରେ ତାଙ୍କର ବଦଳି ହୋଇଥିଲା। ୨୦୨୫ ଜୁଲାଇ ୧୩ରେ ସେ କପ୍ତିପଦା ଶାଳଚୁଆ ପଶୁଧନ ସହାୟକ କେନ୍ଦ୍ରକୁ ଏଲଆଇ ଭାବେ ଟ୍ରାନ୍ସଫର୍ ହୋଇଥିଲେ।
ଶାଳଚୁଆରେ କାର୍ଯ୍ୟରତ ଥିବାବେଳେ ବିଦ୍ୟାଭାରତୀ ଘରୋଇ କାରଣ ଦର୍ଶାଇ ଗତ ନଭେମ୍ବର ୨ ଓ ୩ ତାରିଖରେ ଛୁଟି ନେଇଥିଲେ। ୨ ତାରିଖରେ ଆତ୍ମସମର୍ପଣ କରିବା ପରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଥିଲା। ସେ ସେବେଠାରୁ ଜେଲରେ ଥିବାରୁ ଆଉ କାର୍ଯ୍ୟରେ ଯୋଗଦେଇପାରି ନଥିଲେ। ଏହି କାରଣରୁ ତାଙ୍କୁ ନଭେମ୍ବର ୧୭ରୁ ନିଲମ୍ବନ କରାଯାଇଥିବା ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସରକାରୀ କର୍ମଚାରୀ ବିଚାର ବିଭାଗୀୟ ହାଜତରେ ୪୮ ଘଣ୍ଟା ରହିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିୟମ ରହିଛି । ହେଲେ ବିଦ୍ୟାଭାରତୀଙ୍କ କ୍ଷେତ୍ରରେ ବିଳମ୍ବରେ ଆକ୍ସନ ହେବା ଅନେକ ପ୍ରଶ୍ନ ଉଠିଥିଲା।