୭୭ତମ ସମ୍ବିଧାନ ଦିବସରେ ପଞ୍ଚମ ଅନୁସୂଚୀ ଓ ପେସା ଆଇନ ସଚେତନତା ଫଳକ ଉନ୍ମୋଚିତ
ଜଳ, ଜମି ଓ ଜଙ୍ଗଲ ଅଧିକାର ସୁରକ୍ଷା ପାଇଁ ଆଦିବାସୀ ସମାଜର ପଦକ୍ଷେପ
ମାଲକାନଗିରି, ୨୬ ନଭେମ୍ବର – ଆଜି ୭୭ତମ ସମ୍ବିଧାନ ଦିବସ ଅବସରରେ ଆଦିବାସୀଙ୍କ ଅଧିକାର ଓ ସାମ୍ବିଧାନିକ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ପଞ୍ଚମ ଅନୁସୂଚୀ ଏବଂ ପେସା ଆଇନ ୧୯୯୬ର ବିଭିନ୍ନ ପ୍ରାବଧାନ ସମ୍ବଳିତ ଏକ ସଚେତନତା ଫଳକ ଉନ୍ମୋଚନ କରାଯାଇଛି।
ଜଳ, ଜମି ଓ ଜଙ୍ଗଲ ଉପରେ ଆଦିବାସୀଙ୍କ ପାରମ୍ପରିକ ଅଧିକାରର ସୁରକ୍ଷା ଏବଂ ସେମାନଙ୍କୁ ନିଜ ଅଧିକାର ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ଆଦିବାସୀ ଅଞ୍ଚଳରେ ଏଭଳି ସଚେତନତା ଫଳକ ସ୍ଥାପନ କରିବାକୁ ପଦକ୍ଷେପ ନିଆଯାଇଛି।
ଏହି ଅବସରରେ ଜିଲ୍ଲା ଆଦିବାସୀ ମହାସଂଘ ଓ ଜିଲ୍ଲା କୋୟା ସମାଜର ମିଳିତ ଉଦ୍ୟମରେ ମାଲକାନଗିରି ସଦର ମହକୁମାସ୍ଥିତ ଗଣ୍ଡିଆଗୁଡ଼ାଠାରେ ଉକ୍ତ ସଚେତନତା ଫଳକ ଉନ୍ମୋଚନ କରାଯିବା ସହ ଏକ ସଭାର ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ ମହାସଂଘର ସଭାପତି ଶ୍ରୀ ବନ୍ଧୁ ମୁଦୁଲି, ଜିଲ୍ଲା କୋୟା ସମାଜର ସଭାପତି ଶ୍ରୀ ଭୀମା ବର୍ସେ, ସଂଗଠକ ସୂର୍ଯ୍ୟ ନାୟକ, ଘନଶ୍ୟାମ ମାଡକାମୀ, ହରିବନ୍ଧୁ ଗୋଲାରି, ବିଜୟ ସୋଡ଼ି, ଏରା ପଡ଼ିଆମୀ, ଲଳିତ ନାରାୟଣ ମାଡକାମୀଙ୍କ ସମେତ ବହୁ ଆଦିବାସୀ ନେତା ଓ ସମାଜର କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଏହି ପଦକ୍ଷେପ ମାଧ୍ୟମରେ ଆଦିବାସୀ ସମାଜ ନିଜର ସାମ୍ବିଧାନିକ ଅଧିକାର, ଗ୍ରାମସଭାର କ୍ଷମତା ଏବଂ ପାରମ୍ପରିକ ସମ୍ପଦର ସୁରକ୍ଷା ସମ୍ପର୍କରେ ଅଧିକ ସଚେତନ ହୋଇପାରିବେ ବୋଲି ଆଶା ପ୍ରକାଶ ପାଇଛି।