🔥 TRENDING વિસનગરની શ્રીમતી સી.સી મહિલા આર્ટસ અને... बस्ती: 15 वर्षीय छात्र के साथ प्रेम सं... मोतिहारी में टेंडर विवाद को लेकर ठेकेद... उत्तर प्रदेश में कानून से खिलवाड़ पड़ा... UP Board Releases 2027 Model Papers fo... CJP Saurav Das Stopped at UP Border Ov...
26 Nov 2026•
ગુજરાતી मराठी ਪੰਜਾਬੀ বাংলা

ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

✍️ Reporter: Sukumar Mandal 🗓 26 Nov 2026, 07:12 PM 👁 13
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୬/୧୧: ମାଲକାନଗିରିସ୍ଥିତ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ-୧ ପରିସରରେ ଆଜି ୭୭ତମ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ୱାଇ. ଶ୍ରୀନିବାସ ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ଡ. ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭାରତୀୟ ସମ୍ବିଧାନର ପ୍ରଣେତା ତଥା ଭାରତରତ୍ନ ଡ. ବି.ଆର୍. ଆମ୍ବେଦକରଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ଛାତ୍ରଛାତ୍ରୀମାନେ ସମ୍ବିଧାନର ମହତ୍ତ୍ୱ ଓ ଏହାର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ। ସମସ୍ତେ ମିଳିତ ଭାବେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ପାଠ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଡ. ସ୍ୱାଇଁ ଓ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଓ ଭାରତୀୟ ସମ୍ବିଧାନର ମହାନ ମୂଲ୍ୟବୋଧ, ନାଗରିକଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏକ ସୁସ୍ଥ, ସମୃଦ୍ଧ ଓ ଶକ୍ତିଶାଳୀ ଗଣତନ୍ତ୍ର ଗଠନରେ ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ଓ ଭୂମିକା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। ଶେଷରେ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭାତୃତ୍ୱର ଆଦର୍ଶକୁ ଜୀବନରେ ପାଳନ କରିବା ସହ ସମ୍ବିଧାନର ମର୍ଯ୍ୟାଦା ରକ୍ଷା ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶ୍ରୀମତୀ ଶ୍ରୀଦେବୀ ଆଚାର୍ଯ୍ୟ (ପିଜିଟି, ଅର୍ଥନୀତି), ଶ୍ରୀ ରମନଦୀପ ସିଂହ (ଟିଜିଟି, ହିନ୍ଦୀ) ଓ ଶ୍ରୀ ଜୟନ୍ତ ନାୟକ (ପିଜିଟି, ଭୂଗୋଳ) ସୁଚାରୁ ରୂପେ ସଂଯୋଜନା କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସକ୍ରିୟ ସହଯୋଗ ରହିଥିଲା। ସମ୍ବିଧାନର ମୂଳମନ୍ତ୍ର ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସଚେତନତା ସୃଷ୍ଟି କରିବାର ବାର୍ତ୍ତା ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
📲Get App