୭୭ତମ ସମ୍ବିଧାନ ଦିବସରେ ପଞ୍ଚମ ଅନୁସୂଚୀ ଓ ପେସା ଆଇନ ସଚେତନତା ଫଳକ ଉନ୍ମୋଚିତ

ମାଲକାନଗିରି, ୨୬ ନଭେମ୍ବର – ଆଜି ୭୭ତମ ସମ୍ବିଧାନ ଦିବସ ଅବସରରେ ଆଦିବାସୀଙ୍କ ଜଳ, ଜମି ଓ ଜଙ୍ଗଲ ଅଧିକାର ସୁରକ୍ଷା ତଥା ସାମ୍ବିଧାନିକ ଅଧିକାର ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପଞ୍ଚମ ଅନୁସୂଚୀ ଓ ପେସା ଆଇନ ୧୯୯୬ର ବିଭିନ୍ନ ପ୍ରାବଧାନ ସମ୍ବଳିତ ଏକ ସଚେତନତା ଫଳକ ଉନ୍ମୋଚନ କରାଯାଇଛି।
ମାଲକାନଗିରି ସଦର ମହକୁମାସ୍ଥିତ ଗଣ୍ଡିଆଗୁଡ଼ାଠାରେ ଜିଲ୍ଲା ଆଦିବାସୀ ମହାସଂଘ ଓ ଜିଲ୍ଲା କୋୟା ସମାଜ ପକ୍ଷରୁ ଏହି ଫଳକ ଉନ୍ମୋଚନ ସହ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ସଚେତନତା ଫଳକ ସ୍ଥାପନ କରି ଆଦିବାସୀ ସମାଜକୁ ନିଜର ସାମ୍ବିଧାନିକ ଅଧିକାର, ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ସମ୍ପର୍କରେ ସଚେତନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ ମହାସଂଘର ସଭାପତି ଶ୍ରୀ ବନ୍ଧୁ ମୁଦୁଲି, ଜିଲ୍ଲା କୋୟା ସମାଜର ସଭାପତି ଶ୍ରୀ ଭୀମା ବର୍ସେ, ସଂଗଠକ ସୂର୍ଯ୍ୟ ନାୟକ, ଘନଶ୍ୟାମ ମାଡ଼କାମୀ, ହରିବନ୍ଧୁ ଗୋଲାରି, ବିଜୟ ସୋଡ଼ି, ଏରା ପଡ଼ିଆମୀ, ଲଳିତ ନାରାୟଣ ମାଡ଼କାମୀଙ୍କ ସମେତ ବହୁ ଆଦିବାସୀ ନେତା ଓ ସମାଜର ପ୍ରତିନିଧି ଉପସ୍ଥିତ ଥିଲେ।
ଏହି ଅବସରରେ ଆଦିବାସୀଙ୍କ ଅଧିକାରର ସୁରକ୍ଷା, ପେସା ଆଇନର ସଠିକ୍ କାର୍ଯ୍ୟକାରିତା ଓ ଗ୍ରାମସଭାର କ୍ଷମତା ସମ୍ପର୍କରେ ବ୍ୟାପକ ଜନସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।