🔥 TRENDING Nagaland CM Neiphiu Rio meets Manipur... Youth Present Climate-Ready Action Pla... Meghalaya Man Sentenced to 30 Years fo... Meghalaya government summons JAC and s... લીલીયા તાલુકામાં ઓછા વરસાદથી ખેડૂતો પર... पुण्यात शिवाजीनगर कोर्टाबाहेर रक्तरंजि...
25 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ଗଣମାଧ୍ୟମ ନାଁରେ ବ୍ଲାକମେଲ୍, ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିଧାୟକ ସନାତନ ବିଜୁଳି

✍️ Reporter: Deepak Mahapatra 🗓 25 Nov 2026, 03:01 PM 👁 18
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜ୍ୟରେ ମାଳ ମାଳ ବେନାମୀ ଗଣମାଧ୍ୟମ ସଂସ୍ଥା ଗଢ଼ିଉଠିଛି । କିନ୍ତୁ କିଛି ଅସାଧୁ ଗଣମାଧ୍ୟମ ସଂସ୍ଥା ମିଥ୍ୟା ବୁମ୍ ଓ ପରିଚୟ ପତ୍ର ଦେଖାଇ ବଟି ଆଦାୟ କରୁଛନ୍ତି । ତେଣୁ ଏହା ଉପରେ ଚିନ୍ତାବ୍ୟକ୍ତ କରି ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି ।

ବିଧାୟକ ଆଜି ବିଧାନସଭାରେ ଶୂନ୍ୟକାଳରେ ଅଣସ୍ୱୀକୃତିପ୍ରାପ୍ତ ତଥା ଅନାମଧେୟ ଗଣମାଧ୍ୟମ ସଂସ୍ଥା ଓ ପ୍ରତିନିଧିଙ୍କ ଦୌରାତ୍ମ୍ୟ ପ୍ରସଙ୍ଗ ଉଠାଇଛନ୍ତି । ବିଧାୟକ ଗୃହର ଧ୍ୟାନ ଆକର୍ଷଣ କରି କହିଛନ୍ତି ଯେ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଗଣମାଧ୍ୟମ ପ୍ରତି ଯଥେଷ୍ଟ ସମ୍ମାନ ଅଛି । ଗଣତନ୍ତ୍ରରେ ସରକାରଙ୍କୁ ସମାଲୋଚନା ତଥା ପ୍ରଗତିଶୀଳ ପରାମର୍ଶ ଦେବା ଗଣମାଧ୍ୟମର କର୍ତ୍ତବ୍ୟ । କିନ୍ତୁ କିଛି ଲୋକ ଅନାମଧ୍ୟେୟ ଗଣମାଧ୍ୟମ ସଂସ୍ଥାର ବୁମ୍ ଓ ପରିଚୟ ପତ୍ର ପକାଇ ବୁଲୁଛନ୍ତି । ଆଉ ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ଓ ମୁଖ୍ୟମନ୍ତ୍ରୀଙ୍କ ବିକୃତ ଫଟୋ ଓ ଭିଡ଼ିଓ କୃତ୍ରିମ ବୁଦ୍ଧିମତା ବା ଏଆଇ ମାଧ୍ୟମରେ ତିଆରି କରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରି ସମ୍ମାନହାନୀ କରୁଛନ୍ତି ।

ଏପରିକି ବିଭିନ୍ନ ଠିକାଦାର ଓ ବ୍ୟବସାୟୀଙ୍କ ଫଟୋ, ଭିଡିଓ କରି ସେମାନଙ୍କୁ ଚାନ୍ଦା ଓ ବଟି ମାଗୁଛନ୍ତି । ଆଉ ଟଙ୍କା ନଦେଲେ ବ୍ଲାକମେଲିଂ କରୁଛନ୍ତି । ତେଣୁ ଏଭଳି ଭାବେ ଗଣମାଧ୍ୟମ ନାଁରେ ଯେଉଁ ବ୍ୟକ୍ତି ଓ ସଂସ୍ଥା ଗୁଡ଼ିକ ବିନା ପ୍ରମାଣରେ ଚାନ୍ଦା ଓ ବଟି ମାଗୁଛନ୍ତି, ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ଏଥିପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ବିଧାୟକ ସନାତନ ବିଜୁଳି ।
📲Get App