🔥 ट्रेंडिंग हत्या के विरोध में फूटा ग्रामीणों का ग़... पणजी में आयोजित होने वाला 57वाँ अंतररा... Bhoomi Pooja for Valmiki Gur Peetha Br... ଆମିଷ ତିଅଣ ବାସ୍ନାରେ ମହକୁଛି ହାଣ୍ଡିଶାଳ રાજુલા મહાત્મા ગાંધી આરોગ્ય મંદિરની મુ... आईएफएफआई गोवा में ‘क्रिएटिव माइंड्स ऑफ...
25 नव. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ଆଭ୍ୟନ୍ତରୀଣ ଓଡ଼ିଶାରେ ଖସିଲା ପାରଦ; ଝାରସଗୁଡା ସବୁଠୁ ଥଣ୍ଡା ସହର

✍️ रिपोर्टर: Deepak Mahapatra 🗓 25 नव. 2026, 03:09 PM 👁 24
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ରାଜ୍ୟରେ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ୁଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ତଳକୁ ଖସିଛି । ଆଜି ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଝାରସୁଗୁଡ଼ାରେ ସର୍ବନିମ୍ନ ୧୫.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି ଝାରସୁଗୁଡ଼ା ଓ ଦେବଗଡ଼। ଉଭୟ ସ୍ଥାନରେ ସମାନ ଭାବେ ୧୫.୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି, ଯାହା ରାଜ୍ୟର ସର୍ବନିମ୍ନ ତାପମାତ୍ରା ଅଟେ ।

ସେହିପରି କୋରାପୁଟରେ ୧୬.୪ ଡିଗ୍ରୀ, ରାଉରକେଲାରେ ୧୬.୫ ଡିଗ୍ରୀ, କଟକରେ ୧୮.୬ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୨୧.୩ ଡିଗ୍ରୀ ସେଲସିୟସ୍ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।

ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଝାରସୁଗୁଡ଼ାରେ ସକାଳ ସମୟରେ କୁହୁଡ଼ି ଦେଖାଯିବା ସହ ସର୍ବନିମ୍ନ ତାପମାତ୍ରା ୧୫ ରୁ ୧୬ ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ଅଛି ।
📲Get App