🔥 TRENDING Dayahang Rai to Lead Nepali Film ‘Bagh... ਵੱਡੀ ਖ਼ਬਰ: ਸ੍ਰੀ ਅਕਾਲ ਤਖ਼ਤ ਸਾਹਿਬ ਦੀ ਮਾਹ... Over 65 foreign terrorists active in J... Delhi Tourist Dies After Being Found U... Minister Altaf Kaloo Confirms Sheshnag... Punjab Youth Gurpreet Arniwala Joins T...
25 Nov 2026•
ગુજરાતી मराठी ਪੰਜਾਬੀ বাংলা
Business

ଫ୍ଲାଏଓଭର ପାଇଁ ୧୦୦ କୋଟି

✍️ Reporter: Deepak Mahapatra 🗓 25 Nov 2026, 03:37 PM 👁 16
Share: 💬 WhatsApp 📘 Facebook 𝕏 Post
୧୦୦ କୋଟି ମଞ୍ଜୁର କରିବେ ସରକାର । ରାଜଧାନୀରେ ପ୍ରବଳ ଟ୍ରାଫିକ ଜାମ ହେଉଛି । ସନ୍ଧ୍ୟାବେଳେ ତ ଗାଡି ଗଡ଼ିବା ମୁସ୍କିଲ ହୋଇ ପଡୁଛି । ଖାସ କରି ଭୁବନେଶ୍ବର ଜୟଦେବ ବିହାର–ନନ୍ଦନକାନନ ରାସ୍ତା ପ୍ରବଳ ଜାମ ରହୁଛି । ଏହାକୁ ଦୃଷ୍ଟିରେ ରଖି ସରକାର ରାସ୍ତାର ଉନ୍ନତୀକରଣ ପାଇଁ ୧୦୦ କୋଟି ମଞ୍ଜୁର କରିଛନ୍ତି । କଳିଙ୍ଗ ଷ୍ଟାଡିୟମ୍ ଗେଟ୍ ନମ୍ବର ୪ରୁ ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ ନିର୍ମାଣ ହେବ ଫ୍ଲାଏଓଭର। ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ଅର୍ଥ ମଞ୍ଜୁର କରାଯାଇଛି। ଜୟଦେବ ବିହାରରୁ ରଘୁନାଥପୁର ପ୍ରାୟ ସାଢେ ୯ କିଲୋମିଟର ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ହେବ।

ଏଥିସହ ବିଭିନ୍ନ ଛକରେ ଫ୍ଲାଏଓଭର ନିର୍ମାଣ କରାଯିବ। ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ଟ୍ରେଜେରି ମାଧ୍ୟମରେ ଅର୍ଥ ବ୍ୟୟ ହେବ। ଓଡ଼ିଶା ରାଜ୍ୟ ସଡ଼କ ପ୍ରକଳ୍ପ-OSRPର ଭୁବନେଶ୍ୱରସ୍ଥିତ ପ୍ରକଳ୍ପ ପରିଚାଳନା ୟୁନିଟ୍ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଏହି ଅର୍ଥର ଆହରଣ ଓ ବିତରଣ ଦାୟିତ୍ୱ ଦିଆଯାଇଛି। ତେବେ ଆମ ଗୌରବମୟ ଅତୀତ, ପରମ୍ପରା ଓ ସଂସ୍କୃତିକୁ ମନେ ପକାଇ ଆସନ୍ତୁ, ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା। ସମସ୍ତଙ୍କୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ ଓ ରାହାସ ପୂର୍ଣ୍ଣିମାର ଅନେକ ଅନେକ ଶୁଭେଚ୍ଛା।
📲Get App