🔥 TRENDING Punjab Night Temperatures Expected to... Rajasthan Government Announces LPG Sub... टीम सूरज सिसोदिया: ग्राम पंचायत छापरिय... India's Mustard Prices Hold Steady Ami... International Conclave Begins at G.N.D... Jalandhar: Property Businessman Killed...
25 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଧରା ପଡ଼ିଲା ପୁରୀ ଛାତ୍ରୀଙ୍କୁ ଅପହରଣ କରିଥିବା କେନିଆ ଯୁବକ

✍️ Reporter: Deepak Mahapatra 🗓 25 Nov 2026, 12:55 PM 👁 19
Share: 💬 WhatsApp 📘 Facebook 𝕏 Post
ଓଡ଼ିଶା ମାଟିରେ କେନିଆ ଯୁବକର ଭୟଙ୍କର କାଣ୍ଡ। ଓଡ଼ିଆ ଝିଅ ସହ ଗେମ ଖେଳିବା ନାଁରେ ଅନଲାଇନରେ ଚାଟ୍ କଲା। ବିଭିନ୍ନ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଫସେଇଲା। ତା’ପରେ ଅଶ୍ଳୀଳ କଥାବାର୍ତ୍ତା ପରେ ଓଡ଼ିଶା ଆସି ଦେଖା ବି କଲା।


ପୁରୀରେ ଦେଖା କରିବା ପରେ ନାବାଳିକାଙ୍କୁ ଭୁବନେଶ୍ୱରର ଗୋଟିଏ ହୋଟଲକୁ ଆଣି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଛାନଭିନ ପରେ ଭୁବନେଶ୍ୱରରୁ ଅପହୃତ ନାବାଳିକାକୁ ଉଦ୍ଧାର କରିଛି ପୁରୀ ପୁଲିସ। ଅଭିଯୁକ୍ତ ଜଣକ କେନିଆ ନାଗରିକ ବୋଲି ସ୍ପଷ୍ଟ କରିଛି ପୁଲିସ୍‌।

ଅଭିଯୁକ୍ତ ଫୈଜ ମହମ୍ମଦ ସହ ସୋଶାଲ ମିଡିଆରେ ନାବାଳିକାଙ୍କ ସମ୍ପର୍କ ପ୍ରାୟ ବର୍ଷକ ତଳେ ଗଢ଼ି ଉଠିଥିଲା। ଗୋଟିଏ ଗେମରୁ ଆରମ୍ଭ ହୋଇଥିବା ବନ୍ଧୁତା ଧୀରେଧୀରେ ଆଗକୁ ବଢ଼ିଥିଲେ। ତା’ ପରେ ଉଭୟ ଚାଟିଂ କରିବାରେ ଲାଗିଥିଲେ।

ଏସବୁ ଭିତରେ ନାବାଳିକାଙ୍କୁ ନାନା ପ୍ରକାରର ପ୍ରଲୋଭନ ଦେଖାଇ ଫୈଜ ନିଜ ଜାଲରେ ଫସାଇଥିଲେ। ତାଙ୍କୁ ଦେଖା କରିବା ନାଁରେ ଗୁଜରାଟ ଦେଇ ଓଡ଼ିଶାର ପୁରୀରେ ପହଞ୍ଚିଥିଲା। ପୁରୀରେ ପହଞ୍ଚିବା ପରେ ସେ ନାବାଳିକାଙ୍କୁ ଦେଖା କରିବାକୁ ଡାକିଥିଲା।

ଯୁକ୍ତ ୨ରେ ପଢ଼ୁଥିବା ଛାତ୍ରୀ ଜଣଙ୍କ ମଧ୍ୟ ଫୈଜକୁ ଦେଖା କରିବାକୁ ଆସିଥିଲେ। ଏସବୁ ଭିତରେ ସୋମବାର ପୁରୀ ଏସସିଏସ କଲେଜ ପାଖରୁ ଫୈଜ ନାବାଳିକା ଛାତ୍ରୀଙ୍କୁ ଅପହରଣ କରି ନେଇଥିଲା। ପୁରୀରୁ ସେ ତାଙ୍କୁ ଭୁବନେଶ୍ୱରର ଜାଗମରା ସ୍ଥିତ ଗୋଟିଏ ହୋଟେଲକୁ ନେଇ ଯାଇଥିଲା। ସେଠାରେ ସେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅପହରଣ ଓ ଦୁଷ୍କର୍ମ ପରେ ଫୈଜ ସିଧା ଛାତ୍ରୀଙ୍କୁ ପଣବନ୍ଦୀ କରି ତାଙ୍କ ଘରକୁ ଫୋନ କରିଥିଲା। ଫୋନରେ ଝିଅକୁ ପାଇବାକୁ ହେଲେ ୧ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି ପରିବାର ଲୋକଙ୍କୁ ଧମକ ଦେଇଥିଲା। ଏହି ଧମକ ପରେ ଛାତ୍ରୀଙ୍କ ବାପା ପୁରୀ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଆଧାର କରି ପୁରୀ ପୁଲିସ ଭୁବନେଶ୍ୱର କମିଶନରେଟ ପୁଲିସ ସହାୟତା ନେଇଥିଲା। ଶେଷରେ ଆଜି ଜାଗମରା ସ୍ଥିତ ଗୋଟିଏ ହୋଟେଲରୁ ଅଭିଯୁକ୍ତ କେନିଆ ନାଗରିକକୁ ଗିରଫ କରାଯାଇଛି। ଅଭିଯୁକ୍ତ ଠାରୁ ଭିସା,ପାସପୋର୍ଟ ସହ ଗୋଟିଏ ଡାଏରୀ ଓ କିଛି ବିଦେଶୀ ଟଙ୍କା ଜବତ କରାଯାଇଛି।

ପୁରୀ ଏସପି ପ୍ରତୀକ ସିଂହଙ୍କ କହିବା କଥା ଯେ ଅଭିଯୁକ୍ତ ଫୈଜ ମହମ୍ମଦ କେନିଆର ବାସିନ୍ଦା । ସେ ତା ବାପାଙ୍କ ଚିକିତ୍ସା ପାଇଁ ଭିସା ନେଇ ଆସି ଗୁଜୁରାଟରେ ବେଶ କିଛି ଦିନ ହେଲା ରହୁଥିଲା। ଆଉ ସେଠାରୁ ସେ ଓଡ଼ିଶା ଆସି ନାବାଳିକାକୁ ଅପହରଣ କରି ପରିବାରଲୋକଙ୍କୁ ବ୍ଲାକମେଲ କରୁଥିଲା। ଅନେକ ମହିଳାଙ୍କ ସହ ଫୈଜର ସମ୍ପର୍କ ଥିବା ପୋଲିସ ଜାଣିବାକୁ ପାଇଛି। ଏବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ସେ କହିଛନ୍ତି।
📲Get App