🔥 TRENDING *खैरथल में 333वे.विशाल नि:शुल्क नेत्र... આમ આદમી પાર્ટી: પેટલાદ મામલતદાર સમક્ષ... Dayahang Rai to Lead Nepali Film ‘Bagh... ਵੱਡੀ ਖ਼ਬਰ: ਸ੍ਰੀ ਅਕਾਲ ਤਖ਼ਤ ਸਾਹਿਬ ਦੀ ਮਾਹ... Over 65 foreign terrorists active in J... Delhi Tourist Dies After Being Found U...
25 Nov 2026•
ગુજરાતી मराठी ਪੰਜਾਬੀ বাংলা
Sarkari Yojana

କଟକ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୨୧୦ କୋଟିରେ ହେବ ମହାନଦୀ ରିଭର ଫ୍ରଣ୍ଟ

✍️ Reporter: Deepak Mahapatra 🗓 25 Nov 2026, 03:16 PM 👁 25
Share: 💬 WhatsApp 📘 Facebook 𝕏 Post
କଟକ: ଐତିହାସିକ ବାଲିଯାତ୍ରା ଉଦ୍‌ଘାଟନ ଅବସରରେ କଟକ ସହର ପାଇଁ ବିକାଶର ନୂଆ ରୋଡମ୍ୟାପ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହାନଦୀ ରିଭର ଫ୍ରଣ୍ଟ ପାଇଁ ୨୧୦ କୋଟି ଟଙ୍କା ବ୍ୟୟ ହେବ। ଏହାର DPR ପ୍ରସ୍ତୁତ ହୋଇଥିବା ବେଳେ ଖୁବଶୀଘ୍ର ଶିଳାନ୍ୟାସ କରାଯିବ।

ମୁଖ୍ୟମନ୍ତ୍ରୀ ଆହୁରି ଘୋଷଣା କରିଛନ୍ତି ଯେ, ବାରବାଟୀ ଷ୍ଟାଡିୟମକୁ ୬୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଷ୍ଟାଡିୟମରେ ପରିଣତ କରାଯିବ। ଏଥିସହ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୁନର୍ବିକାଶ ଏବଂ ମା’ କଟକ ଚଣ୍ଡୀ ମନ୍ଦିରର ନବୀକରଣ କାର୍ଯ୍ୟ ଉପରେ ମଧ୍ୟ ସେ ଆଲୋକପାତ କରିଛନ୍ତି।

ଶିଳ୍ପ ଓ ଭିତ୍ତିଭୂମିକୁ ଗୁରୁତ୍ୱ

କଟକ ଜିଲ୍ଲାରେ ୩୨,୨୫୨ କୋଟି ଟଙ୍କା ବିନିଯୋଗରେ ୪୭ଟି ଶିଳ୍ପ ପ୍ରକଳ୍ପ ପାଇଁ ପଦକ୍ଷେପ ନିଆଯାଇଛି। ସେଥିମଧ୍ୟରୁ ୪ଟି ପ୍ରକଳ୍ପ ଉତ୍ପାଦନ ଆରମ୍ଭ କରିଥିବା ବେଳେ ୧୬ଟି ନିର୍ମାଣାଧୀନ ରହିଛି। ସେହିପରି ୮,୩୦୦ କୋଟି ଟଙ୍କା ବ୍ୟୟରେ କଟକର ଟାଙ୍ଗୀରୁ ଖୋର୍ଦ୍ଧାର ରାମେଶ୍ୱର ପର୍ଯ୍ୟନ୍ତ ୧୧୧ କିମି ଲମ୍ବା କ୍ୟାପିଟାଲ୍ ରିଜନ୍ ରିଙ୍ଗ୍ ରୋଡ୍ ନିର୍ମାଣ ଯୋଜନା ରହିଛି।

ନରାଜରେ ହେବ ସିଲିକନ୍ ଭ୍ୟାଲି

କଟକର ନରାଜ ଅଞ୍ଚଳରେ ୮୭୦ ଏକର ଜମିରେ ଓଡ଼ିଶା ସିଲିକନ୍ ଭ୍ୟାଲି ଗଠନ କରାଯିବ। ଏଥିରେ ପ୍ରାୟ ୨୪ ହଜାର କୋଟି ଟଙ୍କାର ସେମିକଣ୍ଡକ୍ଟର ଶିଳ୍ପ ନିବେଶ ଯୋଜନା ରହିଛି। ଅନ୍ୟପଟେ, ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ (BKPPER) ବିକାଶ ପାଇଁ କେନ୍ଦ୍ର ସରକାର ୫ ହଜାର କୋଟି ଟଙ୍କା ମଞ୍ଜୁର କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ବାଲିଯାତ୍ରା ମଞ୍ଚରୁ ଏହି ସବୁ ଘୋଷଣା କରି ମୁଖ୍ୟମନ୍ତ୍ରୀ କଟକକୁ ଏକ ଆଧୁନିକ ଶିଳ୍ପ, ପର୍ଯ୍ୟଟନ ଓ ଅର୍ଥନୈତିକ କେନ୍ଦ୍ର ଭାବେ ଗଢ଼ିତୋଳିବା ଉପରେ ଗୁରୁତ୍ୱ ଦେଇଛନ୍ତି।
📲Get App