National
ହିଜାବ ନପିନ୍ଧି ଗୀତ ଗାଇବା ମହଙ୍ଗା ପଡ଼ିଲା; ଇରାନରେ ମହିଳା ଗାୟିକାଙ୍କୁ ୭୪ ଚାବୁକ ମାଡ଼, ୪ ସହଯୋଗୀ ବି ଦଣ୍ଡିତ
ହିଜାବ ନପିନ୍ଧି ମଞ୍ଚରେ ଗୀତ ଗାଇବା ଏବଂ ନିଜ ପସନ୍ଦର ପୋଷାକ ପିନ୍ଧିବା ଇରାନର ଜଣେ ଲୋକପ୍ରିୟ ଗାୟିକାଙ୍କୁ ମହଙ୍ଗା ପଡ଼ିଛି। ଗାୟିକା ପାରାସ୍ତୁ ଅହମଦିଙ୍କ ସମେତ ତାଙ୍କ ବ୍ୟାଣ୍ଡ ଓ ପ୍ରଡକ୍ସନ୍ ଟିମ୍ର ୪ ଜଣ ସଦସ୍ୟଙ୍କୁ ୭୪ ଲେଖାଏଁ ଚାବୁକ ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଇରାନର କୋମ୍ ସହରରେ ଏହି ଦଣ୍ଡାଦେଶ କାର୍ଯ୍ୟକାରୀ ହୋଇଥିବା ତାଙ୍କ ଓକିଲ ବିବିସିକୁ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ମାନବାଧିକାର ଓ ମହିଳା ସ୍ୱାଧୀନତା ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି।
କ'ଣ ଥିଲା ଗାୟିକାଙ୍କ ଅପରାଧ?
୨୯ ବର୍ଷୀୟା ପାରାସ୍ତୁ ଅହମଦି ଡିସେମ୍ବର ୨୦୨୪ରେ ଏକ ଅନଲାଇନ୍ ଲାଇଭ୍ କନସର୍ଟରେ ହିଜାବ ନପିନ୍ଧି ଏବଂ ବିନା ହାତଥିବା ପୋଷାକ ପିନ୍ଧି ସଙ୍ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ଲାଇଭ୍ଷ୍ଟ୍ରିମ୍ ହୋଇଥିଲା। ଇରାନରେ ମହିଳାଙ୍କ ସାର୍ବଜନୀନ ସଙ୍ଗୀତ ପରିବେଷଣ ଉପରେ କଟକଣା ଥିବା ସହ ହିଜାବ ଏବଂ ଶାଳୀନ ପୋଷାକ ପିନ୍ଧିବା ବାଧ୍ୟତାମୂଳକ। ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ସେ ଆଇନର ଜାଲରେ ଛନ୍ଦି ହୋଇଥିଲେ।
କୋର୍ଟଙ୍କ ରାୟ, ୭୪ ଚାବୁକ ମାଡ଼
ଚଳିତ ବର୍ଷ ଜୁନ୍ରେ କୋମ୍ର ଏକ ଅପରାଧିକ ଅଦାଲତ ପାରାସ୍ତୁ ଏବଂ ଅନ୍ୟ ୮ ଜଣଙ୍କୁ 'ସାର୍ବଜନୀନ ଶାଳୀନତା ଭଙ୍ଗ' ଏବଂ 'ଅଶ୍ଳୀଳ ଓ ଅଶାଳୀନ ବିଷୟବସ୍ତୁ ପ୍ରକାଶ' ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ଅଭିଯୁକ୍ତମାନେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।
ସେମାନଙ୍କୁ ୭୪ ଲେଖାଏଁ ଚାବୁକ ମାଡ଼ ସହ ଦୁଇ ବର୍ଷ ପାଇଁ ଅଡିଓଭିଜୁଆଲ୍ କାର୍ଯ୍ୟକଳାପ ଏବଂ ଦେଶ ଛାଡ଼ିବା ଉପରେ କଟକଣା ଲଗାଯାଇଥିଲା। ସେପ୍ଟେମ୍ବର ଶେଷରେ ଅପିଲ୍ କୋର୍ଟ ମଧ୍ୟ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ।
ଓକିଲଙ୍କ ଉଦ୍ୟମ ବିଫଳ, ତୁରନ୍ତ କାର୍ଯ୍ୟକାରୀ ହେଲା ଦଣ୍ଡ
ସୋମବାର ଜଣେ ପ୍ରତିରକ୍ଷା ଓକିଲ ବିବିସିକୁ କହିଛନ୍ତି ଯେ, ପାରାସ୍ତୁ ଅହମଦି ଏବଂ ତାଙ୍କର ୪ ଜଣ ପୁରୁଷ ସହଯୋଗୀଙ୍କୁ କୋମ୍ର ଅପରାଧିକ ଦଣ୍ଡାଦେଶ କାର୍ଯ୍ୟକାରୀ କାର୍ଯ୍ୟାଳୟରେ ଚାବୁକ ମାଡ଼ କରାଯାଇଛି।
ଦଣ୍ଡାଦେଶ ରଦ୍ଦ କିମ୍ବା ହ୍ରାସ କରିବା ଏବଂ ଏହାର କାର୍ଯ୍ୟକାରିତା ସ୍ଥଗିତ ରଖିବା ପାଇଁ ଓକିଲମାନେ ସମସ୍ତ ଉଦ୍ୟମ କରିଥିଲେ। କିନ୍ତୁ ତାହା ସଫଳ ହୋଇନଥିଲା ବୋଲି ସେ କହିଛନ୍ତି। ଅନ୍ୟ ଜଣେ ପ୍ରତିରକ୍ଷା ଓକିଲ ମୋସ୍ତାଫା ନିଲିଙ୍କ ଅନୁସାରେ, ଚାବୁକ ମାଡ଼ର ସମ୍ମୁଖୀନ ହୋଇଥିବା ୪ ଜଣ ହେଉଛନ୍ତି ସୋହେଲ ଫାଘିହ-ନାସିରି, ଆମିନ ତାହେରି, ଆମିରାଲି ପିରନିଆ ଓ ମୋହସେନ ଲାସ୍କରି।
ମାନବାଧିକାର ସଂଗଠନର ତୀବ୍ର ନିନ୍ଦା
ଏହି ଦଣ୍ଡାଦେଶକୁ ଇରାନର କଳାକାର ଓ ମାନବାଧିକାର କର୍ମୀମାନେ ତୀବ୍ର ନିନ୍ଦା କରିଛନ୍ତି। ଆମେରିକାସ୍ଥିତ ସେଣ୍ଟର ଫର୍ ହ୍ୟୁମାନ୍ ରାଇଟ୍ସ ଇନ୍ ଇରାନ (CHRI)ର ଆଡଭୋକେସି ନିର୍ଦ୍ଦେଶିକା ବାହାର ଘନ୍ଦେହାରୀ କହିଛନ୍ତି ଯେ, ନିଜ ଇଚ୍ଛାରେ ଗୀତ ଗାଇବା ଓ ପୋଷାକ ପିନ୍ଧିବା ପାଇଁ ପାରାସ୍ତୁଙ୍କୁ ଚାବୁକ ମାଡ଼ କରିବା ତାଙ୍କ ମୌଳିକ ଅଧିକାରର ଖୋଲା ଉଲ୍ଲଂଘନ। ଏହା ମହିଳାଙ୍କ ସ୍ୱାଧୀନତାକୁ ଦମନ କରିବାର ଏକ ଭୟଙ୍କର ଉଦାହରଣ ବୋଲି ସେ ମତ ଦେଇଛନ୍ତି।
ମହସା ଆମିନିଙ୍କ ମୃତ୍ୟୁ ପରେ ବଢ଼ିଥିଲା ହିଜାବ ବିରୋଧୀ ଆନ୍ଦୋଳନ
୨୦୨୨ରେ ୨୨ ବର୍ଷୀୟା କୁର୍ଦ୍ଦିସ୍ ଯୁବତୀ ମହସା ଆମିନିଙ୍କ ହାଜତ ମୃତ୍ୟୁ ପରେ ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ତୀବ୍ର ହୋଇଥିଲା। ହିଜାବ ଠିକ୍ ଭାବେ ନପିନ୍ଧିବା ଅଭିଯୋଗରେ ତାଙ୍କୁ ତେହେରାନର ନୈତିକତା ପୁଲିସ ଅଟକ ରଖିଥିଲା। ପରେ ତାଙ୍କ ମୃତ୍ୟୁ ଘଟିଥିଲା।
ଏହାପରେ ଦେଶବ୍ୟାପୀ ବିକ୍ଷୋଭ ହୋଇଥିଲା। ଅନେକ ମହିଳା ହିଜାବ ପୋଡ଼ିବା ସହ ସର୍ବସାଧାରଣରେ ହିଜାବ ନପିନ୍ଧି ପ୍ରତିବାଦ କରିଥିଲେ। ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହା ପରଠାରୁ ଅନେକ ମହିଳା ସର୍ବସାଧାରଣରେ ହିଜାବ ପିନ୍ଧିବା ବନ୍ଦ କରିଦେଇଥିବା ବେଳେ ଇରାନ କର୍ତ୍ତୃପକ୍ଷ ଗିରଫ, ଚେତାବନୀ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ଭଳି ପଦକ୍ଷେପ ନେଇଆସୁଛନ୍ତି।
ନିଜ ପସନ୍ଦର ପୋଷାକ ପିନ୍ଧିବା ଓ ସଙ୍ଗୀତ ପରିବେଷଣ କରିବାର ଅଧିକାରକୁ ନେଇ ପାରାସ୍ତୁ ଅହମଦିଙ୍କ ଘଟଣା ଏବେ ପୁଣିଥରେ ଇରାନରେ ମହିଳା ସ୍ୱାଧୀନତା ଓ ମାନବାଧିକାର ପ୍ରସଙ୍ଗକୁ ବିଶ୍ୱ ଦରବାରରେ ଚର୍ଚ୍ଚାକୁ ଆଣିଛି।