🔥 TRENDING સાબરકાંઠા જિલ્લામાં હિંમતનગરમાં સંવિધા... नागभीड रस्त्यावर हरणांचा मुक्त संचार:... कुरावली के खिरिया पीपर गांव में जहर से... पुणे जिल्हा परिषद: २०२६-२७ आर्थिक वर्ष... ಗ್ರಾಹಕರ ಹಕ್ಕುಗಳ ವೇದಿಕೆಯಿಂದ ತಹಶಿಲ್ದಾರರಿ... காட்பாடி அருகே மாற்றுத்திறனாளி இளைஞர்...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Entertainment

ଐତିହାସିକ ବାଲିଯାତ୍ରା ପାଇଁ କ୍ରୁଟ୍ ପକ୍ଷରୁ ୫୦ ଆମ ବସ୍ ନିୟୋଜିତ, ଟିକେଟ୍ ମୂଲ୍ୟ ୧୦ ଟଙ୍କା

✍️ Reporter: Deepak Mahapatra 🗓 24 Nov 2026, 01:52 PM 👁 22
Share: 💬 WhatsApp 📘 Facebook 𝕏 Post
କଟକ ଐତିହାସିକ ବାଲିଯାତ୍ରାକୁ ଆସୁଥିବା ଲକ୍ଷାଧିକ ଜନସାଧାରଣଙ୍କ ଯାତାୟାତ ପାଇଁ କମ୍ପ୍ରେହେନସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ସ୍ୱତନ୍ତ୍ର ଆମ ବସ୍ ସେବାର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥାରେ ବାଲିଯାତ୍ରାକୁ ଆସୁଥିବା ଦର୍ଶକମାନେ ଅତି ସୁଲଭ ମୂଲ୍ୟରେ ଏବଂ ସହଜରେ ବାଲିଯାତ୍ରା ପରିଦର୍ଶନ ନିମନ୍ତେ ଯିବାଆସିବା କରିପାରିବେ। ଏହି ସେବା ବାଲିଯାତ୍ରା ପ୍ରଥମ ଦିନରୁ ଆରମ୍ଭ କରି ଶେଷ ଯାଏ ଅର୍ଥାତ୍ ୨୪ ତାରିଖରୁ ୧ ଡିସେମ୍ବର ତାରିଖ ଯାଏ ଚଳାଚଳ କରିବ ବୋଲି କ୍ରୁଟ୍ ପକ୍ଷରୁ ପ୍ରେସ୍ ରିଲିଜ୍ ମାଧ୍ୟମରେ କୁହାଯାଇଛି।


ଏହି ସ୍ୱତନ୍ତ୍ର ବସ୍ ସେବା କଟକ ଭୁଆସୁଣୀ ମନ୍ଦିରରୁ କ୍ୟାଣ୍ଟନମେଣ୍ଟ ଥାନା ମଧ୍ୟରେ ଉପଲବ୍ଧ ହେବ। ଏହି ରୁଟ୍‌ରେ ଯାତ୍ରା କରୁଥିବା ସମସ୍ତ ବର୍ଗର ଯାତ୍ରୀଙ୍କ ଟିକେଟ୍ ମୂଲ୍ୟ ୧୦ ଟଙ୍କା ରଖାଯାଇଛି। ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ସେବା ପାଇଁ ସ୍ୱତନ୍ତ୍ର ୫୦ଟି ଆମ ବସ୍ ନିୟୋଜିତ କରାଯାଇଛି। ଏହି ସେବା ବିଶେଷ କରି ମୁଖ୍ୟ ପାର୍କିଂରୁ ବାଲିଯାତ୍ରା ପ୍ରବେଶ ଯାଏ ଚଳାଚଳ କରିବ । ତେଣୁ ମୋଟର ଯାନ ପାର୍କିଂରୁ ସିଧାସଳଖ ଯାତ୍ରୀମାନେ ବ୍ୟକ୍ତିଗତ ଗାଡ଼ି ପାର୍କିଂ କରି ଆମ ବସରେ ଯାତ୍ରା କରିପାରିବେ।
କ୍ରୁଟ୍ ପକ୍ଷରୁ କୁହାଯାଇଛି ଯେ ବାଲିଯାତ୍ରାରେ ଯାନବାହନ ଭିଡ଼ କମ୍ କରିବା ଏବଂ ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁଗମ କରିବାରେ ଏହି ସେବା ସହାୟକ ହେବ। ଗାଡ଼ିରେ ଚଢ଼ିବା ପୁର୍ବରୁ ସମସ୍ତ ଯାତ୍ରୀଙ୍କ ଟିକେଟ୍ ପ୍ରଥମେ ଆରମ୍ଭ ସ୍ଥଳୀରୁ କାଟି ଦିଆଯିବ। ଯାହାଦ୍ୱାରା ପରବର୍ତ୍ତୀ ସମୟରେ ଟିକେଟ୍ କାଟିବା ପାଇଁ ସମୟ ଅପଚୟ ନକରି ଯାତ୍ରୀମାନେ ସହଜରେ ଯାତ୍ରା କରିପାରିବେ। ଏହି ସେବାରେ ଉଭୟ ନଗଦ ଏବଂ ଡ଼ିଜିଟାଲ୍ ପେମେଣ୍ଟ ଉପଲବ୍ଧ ରହିବ ।
📲Get App