🔥 TRENDING ಮೆಲ್ಬೋರ್ನ್ MCG ನಲ್ಲಿ ಇಂಗ್ಲೆಂಡ್ 187/9 ರ... गोपालगंज में वरिष्ठ एसडीएम डॉ. प्रेरणा... ತಿಲಕ್ ವರ್ಮಾ ಗಾಯದ ಆತಂಕ, ಶತಕದೊಂದಿಗೆ ಬ್ಯಾ... मध्य प्रदेश के आगर-मालवा में ताखला संग... ಏಷ್ಯನ್ ಮಹಿಳಾ ಹಾಕಿ ತಂಡಗಳ ಗುಣಮಟ್ಟ ಕುಸಿತ:... बांका में 12 दिसंबर को राष्ट्रीय लोक अ...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ପୁଲିସ୍‌କୁ ଦେଖି ଡରିଗଲେ; କାରରେ ଦ୍ରୁତଗତିରେ ପଳାଉଥିବା ବେଳେ ହୋମଗାର୍ଡଙ୍କୁ ପିଟି ଦେଲେ, ଆଉ ତା’ ପରେ...

✍️ Reporter: Deepak Mahapatra 🗓 24 Nov 2026, 01:40 PM 👁 26
Share: 💬 WhatsApp 📘 Facebook 𝕏 Post
କାରରେ ଗଞ୍ଜେଇ ନେଇ ଯାଉଥିଲେ। ବାଟରେ ପୁଲିସକୁ ଦେଖି ଦ୍ରୁତଗତିରେ ପଳାଉଥିଲେ। ବାଟରେ ଜଣେ ହୋମ୍‌ଗାର୍ଡଙ୍କୁ ଧକ୍କା ଦେଇଥିଲେ। ତେବେ ପୁଲିସ ହାତରୁ ଖସି ପାରି ନଥିଲେ। ଶେଷରେ ଧରାପଡ଼ିଥିଲେ। ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଞ୍ଚଳରେ।

ଉଲୁଣ୍ଡା ଥାନା ପୁଲିସ ୪ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ଜବତ କରିଛି ୨୬ କେଜି ଗଞ୍ଜେଇ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ମଧ୍ୟ ପ୍ରଦେଶର ଓ ଜଣେ ବୌଦ୍ଧ ଜିଲ୍ଲାର।

ଏହି ୪ ଅଭିଯୁକ୍ତ ଗତକାଲି ରାତିରେ ଏକ ନମ୍ବର ବିହୀନ କାରରେ ସୋନପୁରରୁ ସମ୍ବଲପୁର ଅଭିମୁଖେ ଯାଉଥିଲେ। ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଉଲୁଣ୍ଡା ଥାନା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ତେଣୁ ନାକା ଳଗାଇଥିଲେ ସେମାନେ।
ପୁଲିସ୍‌କୁ ଦେଖି କାର୍‌ଟି ଦ୍ରୁତଗତିରେ ପୁଣି ଥରେ ସୋନପୁର ପଟକୁ ଫେରାର ହୋଇଯିବାକୁ ଚେଷ୍ଟା କରିଥିଲେ। ସେମାନେ ଦ୍ରୁତଗତିରେ ପଳାଉଥିବା ବେଳେ ବାଟରେ କାରଟି ବାଇକ୍‌ରେ ଯାଉଥିବା ଜଣେ ହୋମଗାର୍ଡଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ତା’ପରେ ଏକ କୁକୁରକୁ ଧକ୍କା ଦେଇଥିଲେ। ହୋମ୍‌ଗାର୍ଡଙ୍କ ବାଇକ୍‌ଟି ଭାଙ୍ଗିରୁଜି ଯାଇଥିବା ବେଳେ କୁକୁରଟିର ମୃତ୍ୟୁ ହୋଇଯାଇଥିଲା।

କାରଟିକୁ ପିଛା କରି ଉଲୁଣ୍ଡା ହାଟପଡ଼ିଆଠାରେ ଗଞ୍ଜେଇ ମାଫିଆଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୁଲିସ୍। ସେମାନଙ୍କର ପୂରା ନେଟୱର୍କ ସଂପର୍କରେ ଜାଣିବା ପାଇଁ ତଦନ୍ତ କରୁଛି ପୁଲିସ।
📲Get App