🔥 TRENDING ଧର୍ମେନ୍ଦ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ; ଗ... गंडक नदी के कटाव से सिसवा मंगलपुर गांव... स्कूल के छात्र को आने-जाने का रास्ता... ଝଲସିବ ସିଲଭର ସିଟି; ପ୍ରଥମଥର ଐତିହାସିକ ବାଲ... ଦଶମ ଶ୍ରେଣୀର ଛାତ୍ରଙ୍କୁ ଛୁରୀ ଭୁସିଲା ଅନ୍ୟ... BJP and Akali Dal Form Alliance to Con...
24 Nov 2026•
ગુજરાતી मराठी ਪੰਜਾਬੀ বাংলা
Religion

କାର୍ତ୍ତିକ ପୂର୍ଣ୍ଣିମାରେ ଶୁଭୁଛି ଆ ..କା…ମା…ବୈ

✍️ Reporter: Deepak Mahapatra 🗓 24 Nov 2026, 02:42 PM 👁 23
Share: 💬 WhatsApp 📘 Facebook 𝕏 Post
ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ପବିତ୍ର ଧର୍ମ ମାସ କାର୍ତ୍ତିକର ଶେଷ ଦିବସ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେବ ଦୀପାବଳି ମଧ୍ୟ ପାଳନ କରାଯାଏ । ଆଜିର ଦିନରେ ଓଡ଼ିଶାବାସୀ ଡଙ୍ଗା ଭସାଇ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରୁଛନ୍ତି ।

ସକାଳୁ ସକାଳୁ ଗାଧୋଇ ପାଧୋଇ ନଦୀ କୂଳରେ ଲୋକେ ଡଙ୍ଗା ଭସାଇ କାର୍ତ୍ତିକ ପୂର୍ଣ୍ଣିମାକୁ ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି । ସମସ୍ତେ …ଆ ..କା…ମା…ବୈ … ପାନ ଗୁଆ ଥୋଇ …ପାନ ଗୁଆ ତୋର … ମାସକ ଧର୍ମ ମୋର । ସମସ୍ତ ଜଳାଶୟରେ ଡଙ୍ଗା ଭସାଇ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଛି । ଆଉ ଆଜି ପଞ୍ଚକ ବ୍ରତର ଶେଷ ଦିନ । ଆଜିଠାରୁ ସାଧବ ପୁଅମାନେ ରାଜ୍ୟର ସାଧବ ପୁଅମାନେ ଅନ୍ୟ ରାଜ୍ୟ ଓ ଦେଶକୁ ବାଣିଜ୍ୟ କରିବା ପାଇଁ ଯାଉଥିଲେ ।

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଶ୍ରୀଜିଉମାନେ ରାଜ ରାଜେଶ୍ୱର ବେଶ ବା ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।
📲Get App