स्थानीय
ପୀତବାସ ପଣ୍ଡାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ପରଲୋକ
ଦିବଂଗତ ଆଇନଜୀବୀ ପୀତବାସ ପଣ୍ଡାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମାସେ ଧରି ଚିକିତ୍ସା ପରେ ତାଙ୍କର ଦେହାନ୍ତ ହୋଇଛି। ସେ ମସ୍ତିଷ୍କରେ କିଛି ସମସ୍ୟା ଥିଲା ବୋଲି ଜଣାପଡ଼ିଛି।
ଭାଇ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଆଇନର ଲଢ଼େଇ ଲଢୁଥିଲେ ପୂର୍ଣ୍ଣଚନ୍ଦ୍ର। ଏହି ହତ୍ୟା ମାମଲାରେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୁଲିସ ଗିରଫ କରିଥିଲା। ଗତ ସେପ୍ଟମ୍ବର ମାସରେ ସେ ହାଇକୋର୍ଟରୁ ଜାମିନ ପାଇ ଜେଲ୍ରୁ ବାହାରିଛନ୍ତି।
୨୦୨୫ ଅକ୍ଟୋବର ୬ ତାରିଖ ରାତି ପ୍ରାୟ ସାଢ଼େ ୯ଟା ବେଳେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।