🔥 TRENDING कांग्रेस ने गांव-गांव बूथ रक्षक अभियान... રાધનપુર હાઇવે પર બસ બંધ થવાથી ભારે ટ્ર... Assam CM Himanta Biswa Sarma cycles ac... Assam Chief Minister Himanta Biswa Sar... Youth Congress Protest Marches Against... ନବୀନ, ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ ନି...
23 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ରେଷ୍ଟୁରାଣ୍ଟରେ ଓଡ଼ିଆ ଟେଲି ଅଭିନେତ୍ରୀଙ୍କୁ ଅସଦାଚରଣ

✍️ Reporter: Deepak Mahapatra 🗓 23 Nov 2026, 02:54 PM 👁 11
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ବାର୍ ଓ ରେଷ୍ଟୁରାଣ୍ଟରେ ଜଣେ ଓଡ଼ିଆ ଟେଲି ଅଭିନେତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ସେ ନିଜେ ସୋଶାଲ ମିଡ଼ିଆରେ ଏହି ଘଟଣା ବିଷୟରେ ପୋଷ୍ଟ କରିଛନ୍ତି। ଗତକାଲି ରାତିରେ ଏହି ଘଟଣା ଘଟିଥିବା ବେଳେ ସେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

ଟେଲି ଅଭିନେତ୍ରୀ ଜଣଙ୍କ ସୋଶାଲ ମିଡିଆରେ ଲେଖିଛନ୍ତି ଯେ ଭୁବନେଶ୍ୱରର ରୋମିଓ ଲେନ୍‌ରେ ତାଙ୍କୁ ଅସଦାଚରଣ କରାଯାଇଛି। କିଛି ଯୁବକ ତାଙ୍କ ସହିତ ଅନୁଚିତ ବ୍ୟବହାର କରିଥିଲେ। ସେ ଏହାର ପ୍ରତିବାଦ କରିବାରୁ ସ୍ଥିତି ବିଗିଡ଼ି ଯାଇଥିଲା। ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ ସେଠରେ ଉପସ୍ଥିତ ବାଉନ୍ସର ଏବଂ ପରିଚାଳନା କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ ନକରି ନୀରବଦ୍ରଷ୍ଟା ସାଜିଥିଲେ।

ଏନେଇ ଏକ ଏଫ୍‌ଆଇଆର୍ (FIR) ରୁଜୁ କରାଯାଇଛି। ଅଭିଯୁକ୍ତ ଏବଂ ଉକ୍ତ ବାର୍ ଓ ରେଷ୍ଟୁରାଣ୍ଟର ପରିଚାଳନା କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନ ଅନୁଯାୟୀ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
ଟେଲି ଅଭିନେତ୍ରୀ ଜଣଙ୍କ ସୋଶାଲ ମିଡିଆ ଆହୁରି ଲେଖିଛନ୍ତି ଯେ ଯେଉଁ ପ୍ରତିଷ୍ଠାନଗୁଡ଼ିକ ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ବିଫଳ ହୁଅନ୍ତି ଏବଂ ସେମାନଙ୍କ ଉପସ୍ଥିତିରେ ଏଭଳି ଘଟଣା ଘଟିବାକୁ ଦିଅନ୍ତି, ସେଗୁଡ଼ିକୁ ତୁରନ୍ତ ବନ୍ଦ କରିଦିଆଯିବା ଉଚିତ। ଜନସାଧାରଣଙ୍କ ସୁରକ୍ଷା କୌଣସି ବିକଳ୍ପ ନୁହେଁ, ଏବଂ ଏଭଳି ଅବହେଳାର ପରିଣାମ ନିଶ୍ଚିତ ଭାବରେ ମିଳିବା ଉଚିତ।

ରେଷ୍ଣୁରାଣ୍ଟର ମ୍ୟାନେଜର କହିଛନ୍ତି ଯେ ଉକ୍ତ ଅଭିନେତ୍ରୀଙ୍କୁ କେହି ଅସଦାଚରଣ କି ଅଶ୍ଲୀଳ ଇଙ୍ଗିତ କରି ନାହାନ୍ତି। ସମସ୍ତେ ବସି ଖାଉ ଥିଲେ। ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି କଥାକୁ ନେଇ କେବଳ ଯୁକ୍ତିତର୍କ ହୋଇଥିଲା। ବାଉନ୍‌ସରମାନେ ଯାହା କରିବା କଥା କରିଥିଲେ।

ପୁଲିସ କହିଛି ଯେ ଘଟଣା ସମୟରେ ଉକ୍ତ ବାର ଓ ରେଷ୍ଟୁରାଣ୍ଟରେ ଦୁଇ ଗୋଷ୍ଠୀ ଡ୍ୟାନ୍ସ କରୁଥିଲେ। ସେହି ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ସହ ହାତାହାତି ହୋଇଥିଲା। ଏ ନେଇ ତଦନ୍ତ ଚାଲିଛି । ସିସିଟିଭି ଆଧାରରେ ତଦନ୍ତ ଜାରି ରହିଛି।
📲Get App