🔥 TRENDING ಬಸವಣ್ಣನವರ ಕುರಿತು ಅವಹೇಳನಕಾರಿ ಹೇಳಿಕೆ - ರ... ఇచ్చోడ:రూ.7 కోట్లతో విద్యా సంస్థల అభివ... અમરેલી સિવિલ હોસ્પિટલમાં બાપા સીતારામ... साप्ताहिक समीक्षा बैठक में जिला कलेक्ट... வேலூர் புதிய பேருந்து நிலையத்தில் போக்... Punjab Congress lifts suspension of fo...
23 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

୪୦ ହଜାର ଦେବାକୁ ୭ ହଜାର ନେଉଥିଲେ, ଧରିଲା ଭିଜିଲାନ୍ସ

✍️ Reporter: Deepak Mahapatra 🗓 23 Nov 2026, 03:06 PM 👁 22
Share: 💬 WhatsApp 📘 Facebook 𝕏 Post
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ଅଧିକାରୀ। ତାଙ୍କ ନାଁ ପ୍ରଦ୍ୟୁମ୍ନ କୁମାର ଦାଶ। ସେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜ୍ଞପିତ ଅଞ୍ଚଳ ପରିଷଦ (NAC) କାର୍ଯ୍ୟାଳୟରେ ଏମ୍‌ଆଇଏସ୍‌ ପ୍ରୋଗ୍ରାମର (Management Information System Programmer) ଭାବେ ନିଯୁକ୍ତ ହୋଇଛନ୍ତି। ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜଣେ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ହିତାଧିକାରୀଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY)ରେ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ୧ ଲକ୍ଷ ୬୦ ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଏକାଉଣ୍ଟକୁ ଯାଇସାରିଥିଲା। କିନ୍ତୁ ବାକି ୪୦ ହଜାର ଟଙ୍କା ପାଇବାକୁ ତାଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ବାରମ୍ବାର ଅନୁରୋଧ ସତ୍ତ୍ୱେ ଅଭିଯୁକ୍ତ ପ୍ରଦ୍ୟୁମ୍ନ କୁମାର ଦାଶ ବାକି ୪୦ ହଜାର ଟଙ୍କା ତାଙ୍କୁ ଦେଇ ନଥିଲେ। ଏହି ଟଙ୍କା ହିତାଧିକାରୀଙ୍କ ଏକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ସେ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନଦେଲେ କାମ ହେବନି ବୋଲି ସେ ହିତାଧିକାରୀଙ୍କୁ ଧମକ ଦେଇଥିଲେ।
ଅନ୍ୟ କୌଣସି ଉପାୟ ନପାଇ ହିତାଧିକାରୀ ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ପ୍ରକାରେ ଆଜି ହିତାଧିକାରୀ ଏମ୍‌ଆଇଏସ୍‌ ପ୍ରୋଗ୍ରାମର ପ୍ରଦ୍ୟୁମ୍ନ କୁମାର ଦାଶଙ୍କୁ ଭେଟି ୭ ହଜାର ଟଙ୍କା ଦେଇଥିଲେ। ସେ ଲାଞ୍ଚ ଅର୍ଥ ଗ୍ରହଣ କରିବା ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା।

ଲାଞ୍ଚ ନେଇ ଧରାପଡ଼ିବା ପରେ ଶ୍ରୀ ଦାଶଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।

ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ଶ୍ରୀ ଦାସଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ତଦନ୍ତ ଜାରି ରହିଛି।
📲Get App