Crime
୧.୨୩ କୋଟି ଟଙ୍କାର ସରକାରୀ ଅର୍ଥ ଖାଇ ଫେରାର ହୋଇଯାଇଥିଲେ, ମାଡ଼ିବସିଲା ଭିଜିଲାନ୍ସ
୧ କୋଟି ୨୩ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ବନ୍ଧା ହେଲେ ଅନୁଗୋଳ ଜିଲ୍ଲା ସାତକୋଶିଆ ୱାଇଲ୍ଡଲାଇଫ୍ ଡିଭିଜନ ଡିଏଫଓ ଅଫିସର ବରିଷ୍ଠ ସହାୟକ (ସିନିୟର ଆସିଷ୍ଟାଣ୍ଟ) ଅଜୟ କୁମାର ନାଏକ। ସେ ଅକ୍ଟୋବର ମାସରୁ ଫେରାର ହୋଇଥିବା ବେଳେ ତାଙ୍କୁ ଗତକାଲି ରାତିରେ ଅନୁଗୋଳ ସହରରୁ ଗିରଫ କରିଥିଲା ଭିଜିଲାନ୍ସ। ଶ୍ରୀ ନାୟକଙ୍କ ଗତିବିଧି ଉପରେ ଭିଜିଲାନ୍ସର ଏକ ଟିମ୍ ନଜର ରଖିଥିଲା। ଗତକାଲି ରାତିରେ ସେ ଏକ କାରରେ ତାଙ୍କ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା।
୧ କୋଟି ୨୩ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହଡ଼ପ ହୋଇଥିବା ନେଇ ଅଭିଯୋଗ ହେବା ପରେ ଏହି ମାମଲାର ତଦନ୍ତ ଦାୟିତ୍ୱ ଭିଜିଲାନ୍ସକୁ ଦିଆଯାଇଥିଲା। ଘଟଣାର ବିସ୍ତୃତ ତଦନ୍ତ ବେଳେ ଭିଜିଲାନ୍ସ ଅଧିକାରୀମାନେ ଜାଣିବାକୁ ପାଇଥିଲେ ଯେ ସିନିୟର ଆସିଷ୍ଟାଣ୍ଟ ଅଜୟ କୁମାର ନାଏକ ବ୍ୟବସ୍ଥିତ ଢଙ୍ଗରେ ସରକାରୀ ଅର୍ଥ ହଡ଼ପ କରିଥିଲେ।
ଶ୍ରୀ ନାଏକ ଏଷ୍ଟାବ୍ଲିଶମେଣ୍ଟ ସେକ୍ସନରେ ନିଯୁକ୍ତ ହୋଇଥିଲେ। ସେ ଅଫିସର କର୍ମଚାରୀମାନଙ୍କର ଦରମା, ବ୍ୟବହୃତ ହୋଇନଥିବା ଛୁଟି ବାବଦ ଦରମା ଓ ବକେୟା ଦରମା କଥା ବୁଝାବୁଝି କରୁଥିଲେ। ସେ HRMS ପୋର୍ଟାଲ ମାଧ୍ୟମରେ ଚଞ୍ଚକତା କରି ସେହି ଅଫିସର ପୂର୍ବତନ ଓ ମୃତ କର୍ମଚାରୀଙ୍କ ନାଁରେ ଅବ୍ୟବହୃତ ଛୁଟି ବାବଦ ଅର୍ଥ ଓ ବକେୟା ଦରମା ଉଠାଇ ନେଇଥିଲେ। ୧.୧ ୨୦୧୯ରୁ ୩୦.୬.୨୦୨୫ ମଧ୍ୟରେ ସେ ଏହିଭଳି ଚଞ୍ଚକତା କରି ୧ କୋଟି ୨୩ ଲକ୍ଷ ୫୨ ହଜାର ୫୪୭ ଟଙ୍କା ହଡ଼ପ କରିଥିଲେ। ସେ ଏହି ଟଙ୍କାକୁ ନିଜ ବ୍ୟାଙ୍କ ଏକାଉଣ୍ଟ ଓ ତାଙ୍କର ଦୁଇ ସାଥୀ ଅଭିଯୁକ୍ତଙ୍କ ବ୍ୟାଙ୍କ ଏକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ।
ଏହି ଘଟଣାକୁ ନେଇ କଟକ ଭିଜିଲାନ୍ସ ଥାନାରେ ସିନିୟର ଆସିଷ୍ଟାଣ୍ଟ ଅଜୟ କୁମାର ନାଏକଙ୍କ ନାଁରେ ମାମଲା ରୁଜୁ ହୋଇଛି। ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ମାମଲାର ଅଧିକ ତଦନ୍ତ ଚାଲିଛି।