🔥 TRENDING कानपुर जोनल कार्यालय में मनाया गया उत्... ଏପ୍ରିଲ ମାସରେ ବାହା ହୋଇଥିଲେ; ସବୁ ଠିକ୍ ଚା... कांग्रेस ने गांव-गांव बूथ रक्षक अभियान... રાધનપુર હાઇવે પર બસ બંધ થવાથી ભારે ટ્ર... Assam CM Himanta Biswa Sarma cycles ac... Assam Chief Minister Himanta Biswa Sar...
23 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଶିକ୍ଷକରୁ ଆରମ୍ଭ କରି ଇଞ୍ଜିନିୟର ଓ ପିଅନ ଚାକିରି କରାଇଦେବାକୁ କହି ଲୋକଙ୍କୁ ଲୁଟୁଥିଲେ, ବାନ୍ଧିଲା ପୁଲିସ

✍️ Reporter: Deepak Mahapatra 🗓 23 Nov 2026, 02:51 PM 👁 14
Share: 💬 WhatsApp 📘 Facebook 𝕏 Post
ଚାକିରି ସ୍ୱପ୍ନ ଦେଖାଇ ଲୁଟ୍ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା। ଶିକ୍ଷକରୁ ଆରମ୍ଭ କରି ଇଞ୍ଜିନିୟର ଓ ପିଅନ- ଏଭଳି ଭିନ୍ନ ଭିନ୍ନ ଚାକିରି କରାଇ ଦେବାର ଲୋଭ ଦେଖାଇ ବେକାର ଯୁବକମାନଙ୍କଠାରୁ ଟଙ୍କା ନେଇ ଧରାଛୁଆଁ ଦେଉ ନଥିଲେ। ହେଲେ ଶେଷରେ ପୁଲିସ ହାତରେ ଧରାପଡ଼ିଛନ୍ତି।

ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ପୁଲିସ ଦ୍ୱାରା ଗିରଫ ହୋଇଥିବା ଏହି ବ୍ୟକ୍ତିଙ୍କ ନାଁ ରୋନିତ କୁମାର ନାଏକ। ତାଙ୍କ ଘର ପୁଇଁତଳା ଥାନା ବୁବେଲ ଗାଁରେ।

ଅଭିଯୋଗ ଅନୁସାରେ, ଗତ ତିନି ବର୍ଷ ହେଲା ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ବରଗଡ଼ ଓ ବଲାଙ୍ଗିର ଜିଲ୍ଲାର ଅନେକ ଯୁବକଙ୍କୁ ଠକିଛନ୍ତି ରୋନିତ।

ବରଗଡ଼ ଜିଲ୍ଲା ପଦ୍ମପୁରର ଜଣେ ଯୁବକଙ୍କୁ ଶିକ୍ଷକ ଚାକିରି କରାଇଦେବାକୁ କହି ରୋନିତ ନେଇଥିଲା ୮ ଲକ୍ଷ ଟଙ୍କା। ସେହିପରି ଇଞ୍ଜିନିୟର ଚାକିରି ପାଇଁ ବଲାଙ୍ଗିର ଜିଲ୍ଲା ସଇଁତଳାର ଜଣେ ଯୁବକଙ୍କୁ ୪ ଲକ୍ଷ ଏବଂ ପିଅନ ଚାକିରି କରାଇ ଦେବା ପାଇୱ ଆଉ ଜଣେ ଯୁବକଙ୍କଠାରୁ ସେ ୨ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି।
ଚାକିରି ମିଳିବା ତ ଦୂରର କଥା, ବର୍ଷ ବର୍ଷ ଧରି ଟଙ୍କା ଫେରସ୍ତ ନମିଳିବାରୁ ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ ଠକେଇର ଶିକାର ହୋଇଥିବା ଯୁବକମାନେ । ଏନେଇ ସେମାନେ ପୁଇଁତଲା ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ କରି ରୋନିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବିଭିନ୍ନ ରାଜନୀତିକ ଦଳର ବଡ଼ ବଡ଼ ନେତାଙ୍କ ସହ ଥିବା ନିଜର ଫଟୋ ଦେଖାଇ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ରୋନିତ ଠକେଇ କରୁଥିବା ଅଭିଯୋଗ ହୋଇଛି । ଏହି ଠକେଇରେ ଆହୁରି ଅନେକ ଯୁବକ ଶିକାର ହୋଇଥିବା ଆଶଙ୍କା କରୁଛି ପୁଲିସ । ତେଣୁ ଘଟଣାର ଅଧିକ ଖୋଳତାଡ଼ ଜାରି ରହିଛି।
📲Get App