🔥 TRENDING ಝಳಕಿ ಗ್ರಾಮದಲ್ಲಿ ಅಗ್ನಿಶಾಮಕ ಕಚೇರಿ ಸ್ಥಾಪನ... पुलिस लाइन पर 6 बजे ब्लैक आउट मॉक ड्रि... ଭୁବନେଶ୍ୱରରେ ନିର୍ମାଣ ହେବ ବହୁତଳ ବିଶିଷ୍ଟ... सहतवार (बलिया) में मुलायम सिंह यादव की... FSSAIએ બિસલેરી ઈન્ટરનેશનલ સામે કેન્સરક... ଖୋଲିଲା ଭିତରକନିକା
23 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ଭଟ୍ଟାରିକାଙ୍କ ପୀଠ ନିକଟରେ ମହାନଦୀରେ ବୁଡ଼ି ଯୁବକ ନିଖୋଜ

✍️ Reporter: Deepak Mahapatra 🗓 23 Nov 2026, 01:00 PM 👁 17
Share: 💬 WhatsApp 📘 Facebook 𝕏 Post
କଟକ ଜିଲ୍ଲା ବଡ଼ମ୍ବାର ପ୍ରସିଦ୍ଧ ଭଟ୍ଟାରିକାଙ୍କ ପୀଠ ନିକଟରେ ମହାନଦୀରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି ଜଣେ ଯୁବକ। ତାଙ୍କ ନାଁ ସୁନୀଲ ବଳବନ୍ତରାୟ। ତାଙ୍କୁ ୧୯ ବର୍ଷ ହୋଇଛି। ତାଙ୍କ ଘର ଭଟ୍ଟାରିକା ପଞ୍ଚାୟତର ଓଗାଲପୁର ଗ୍ରାମରେ। ତାଙ୍କ ବାପାଙ୍କ ନାଁ ସଞ୍ଜୟ ଜେନା।


ସୁନୀଲ ତାଙ୍କ ସାଙ୍ଗମାନଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ସେ ନିଖୋଜ ହୋଇଯାଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ବଡ଼ମ୍ବା ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।

ସେହିପରି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା କେ.ଏନ.ପୁର ଗାଁର ଜଣେ ମହିଳା ପଞ୍ଚୁକ ପାଇଁ ଭୋରରୁ ଉଠି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଭାସି ଯାଇଥିଲେ। ଖୋଜାଖୋଜି ଜାରି ରହିଥିଲେ ବି ତାଙ୍କର ପତ୍ତା ମିଳିପାରିନାହିଁ।

ନିଖୋଜ ମହିଳାଙ୍କ ନାଁ ଶୁଭଲକ୍ଷ୍ମୀ ବେହେରା। ସେ ଆଜି ଭୋରରେ ଆଉ କିଛି ମହିଳାଙ୍କ ସହ ମିଶି ଗାଁ ନିକଟ ଦେଇ ପ୍ରବାହିତ ହେଉଥିବା ଋଷିକୁଲ୍ୟା ନଦୀକୁ ଗାଧୋଇବାକୁ ଯାଇଥିଲେ।

ନଦୀରେ ଗାଧୋଉଥିବା ବେଳେ ହଠାତ୍ ଗୋଡ଼ ଖସିବା ଯୋଗୁ ସେ ଗଭୀର ପାଣିକୁ ଚାଲି ଯାଇଥିଲେ ଏବଂ ଭାସି ଯାଇଥିଲେ। ଶୁଭଲକ୍ଷ୍ମୀ ଭାସିଯିବା ଦେଖି ଅନ୍ୟ ମହିଳାମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି କରାଯାଇଥିଲା। ଏହା ସହ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବରପାଇ ଅଗ୍ନିଶମ ବାହିନୀ, ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଖୋଜା ଖୋଜି ଜାରି ରଖାଯାଇଥିଲେ ହେଁ ଶୁଭଳକ୍ଷ୍ମୀଙ୍କୁ ଉଦ୍ଧାର କରାଯାଇପାରି ନାହିଁ।
📲Get App