🔥 ट्रेंडिंग ବାଲିଯାତ୍ରା ପାଇଁ ଟ୍ରାଫିକ୍ କଟକଣା, ନଭେମ୍ବ... ସରକାରୀ ଟଙ୍କାରେ ବଡ଼ ହେରଫେର; ୧.୨୩ କୋଟି ଟ... ସୁଦାମ ହତ୍ୟା ଘଟଣାର ପର୍ଦ୍ଦାଫାସ: ମଙ୍ଗଳସୂତ... ଢେଙ୍କାନାଳ ପୌରପରିଷଦର ଜଣେ କାଉନସିଲର ନିଖୋଜ... କୂଅରୁ ୧୦ମାସର ଶିଶୁପୁତ୍ରର ମୃତଦେହ ମିଳିବା... फिरोजाबाद के मदनपुर ब्लॉक में तालाब पर...
21 नव. 2026•
ગુજરાતી मराठी ਪੰਜਾਬੀ বাংলা
नौकरी

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟାନୁଷ୍ଠାନ: ୩ ଡାକ୍ତର ନିଲମ୍ବିତ

✍️ रिपोर्टर: Deepak Mahapatra 🗓 21 नव. 2026, 03:10 PM 👁 32
शेयर करें: 💬 WhatsApp 📘 Facebook 𝕏 Post
ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୩ ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା ଡାକ୍ତର ମାନେ ହେଲେ - ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ସିଏଚ୍‌ସିର ମେଡିକାଲ ଅଫିସର ଡାକ୍ତର ପ୍ରଭାକର ବେହେରା, ଗଞ୍ଜାମ ଜିଲ୍ଲା ଗଜଳବାଡ଼ି ପିଏଚ୍‌ସିର ମେଡିକାଲ ଅଫିସର ଡାକ୍ତର ତମନ୍ନା ପ୍ରିୟଦର୍ଶିନୀ ଓ ଆସିକା ଏସ୍‌ଡିଏଚ୍‌ର ମେଡିକାଲ ଅଫିସର ଡାକ୍ତର ସୁପ୍ରକାଶ ଦାସ।

ସମ୍ପୃକ୍ତ ଡାକ୍ତରମାନଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ବିଚାରାଧୀନ ଥିବାରୁ ଓଡ଼ିଶା ସିଭିଲ ସର୍ଭିସେସ୍ (ସିସିଏ) ନିୟମାବଳୀ, ୧୯୬୨ର ନିୟମ-୧୨ ଅନୁଯାୟୀ ସେମାନଙ୍କୁ ନିଲମ୍ବନ କରାଯାଇଛି।
ଡାକ୍ତର ପ୍ରଭାକର ବେହେରା ସରକାରୀ କର୍ମଚାରୀଙ୍କ ପାଇଁ ଥିବା ଆଚରଣ ବିଧି ଉଲଂଘନ କରିଥିବାରୁ ନିଲମ୍ବିତ ହୋଇଛନ୍ତି । ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ସେ ସାମାଜିକ ଗଣମାଧ୍ୟମରେ ଲେଖିଥିବାରୁ ବିଭାଗ ତାଙ୍କ ବିରୋଧରେ ଏହି ପଦକ୍ଷେପ ନେଇଛି । ସେହିପରି ଡାକ୍ତର ତମନ୍ନା ପ୍ରିୟଦର୍ଶିନୀ ଏବଂ ଡକ୍ତର ସୁପ୍ରକାଶ ଦାସ ବାତ୍ୟା ‘ଅର୍ଣ୍ଣବ’ ବେଳେ ଅନଧିକୃତ ଭାବେ ଛୁଟିରେ ଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତବେଳେ ସେମାନେ ଅନୁପସ୍ଥିତ ଥିଲେ।

ନିଲମ୍ବନ ଅବଧିରେ ଡାକ୍ତର ପ୍ରଭାକର ବେହେରାଙ୍କ ମୁଖ୍ୟାଳୟ ହେବ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଡାକ୍ତର ତମନ୍ନା ପ୍ରିୟଦର୍ଶିନୀ ଓ ଡାକ୍ତର ସୁପ୍ରକାଶ ଦାସଙ୍କ ମୁଖ୍ୟାଳୟ ହେବ ବ୍ରହ୍ମପୁର ସିଟି ହସ୍ପିଟାଲ। କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ସେମାନେ ନିଜ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ସମ୍ପର୍କରେ ପୃଥକ ନିର୍ଦ୍ଦେଶନାମା ଜାରି କରାଯାଇଛି।
📲Get App