🔥 TRENDING सरिस्का के जंगलों में वन्यजीव सुरक्षा... રાજુલાના છતડીયા ગામમાં 70 વર્ષીય વલકુભ... Assam CM extends greetings on Tai Kham... Glass of Stationary Train Shattered at... Armed assailants fire on youths prepar... महाराष्ट्र राज्यव्यापी विशेष सत्यशोधक...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Agriculture

ବନ୍ୟାରେ ବୁଡ଼ିଲା ଚାଷୀଙ୍କ ସ୍ୱପ୍ନ, ପାଣିରେ ମିଶିବ ବର୍ଷକର ପରିଶ୍ରମ!

✍️ Reporter: Deepak Mahapatra 🗓 21 Nov 2026, 04:03 PM 👁 15
Share: 💬 WhatsApp 📘 Facebook 𝕏 Post
ପ୍ରକୃତିର ଦାଉରୁ ବର୍ତ୍ତି ପାରୁନାହାନ୍ତି ଅନ୍ନଦାତା। ଗୋଟିଏ ପଟେ ବାତ୍ୟାର ଭୟ, ଅନ୍ୟପଟେ ଲଗାଣ ବର୍ଷାରେ ବନ୍ୟା ବିପତ୍ତି। ଦୁଇଟି ଯାକ ମାଡ଼ରେ ଦୋହଲି ଯାଇଛି ଚାଷୀଙ୍କ ମେରୁଦଣ୍ଡ।ବେଗୁନିଆପଡ଼ା ବ୍ଲକର ମୁଣ୍ଡୁଳା, ଗୁଡ଼ିଆଳି, ମର୍ଦ୍ଧକୋଟ ସମେତ ଅନେକ ଗାଁରେ ଏକର ଏକର ଚାଷ ଜମି ଏବେ ପାଣି ଘେରରେ। ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ଧାନ ବିଲରେ ଲହଡ଼ି ମାରୁଛି ବନ୍ୟା ପାଣି।

ଯେଉଁ ସମୟରେ ଚାଷୀ ନିଜର କଷ୍ଟ ଉପାର୍ଜିତ ଫସଲ ଅମଳ କରିବାକୁ ଅଣ୍ଟା ଭିଡ଼ିଥାନ୍ତା, ସେହି ସମୟରେ ବନ୍ୟା ସବୁକିଛି ଛାରଖାର କରିଦେଇଛି। ମାସ ମାସର ପରିଶ୍ରମ, ଧାର କରଜ ଓ ଫସଲ ଉପରେ ରଖିଥିବା ଆଶା ଏବେ ପାଣିରେ ବୁଡ଼ି ରହିଛି। ଫସଲ ନଷ୍ଟ ହେଲେ ପରିବାର ଚଳିବ କେମିତି? ଋଣ ସୁଝିବେ କେମିତି? ଆଗାମୀ ଦିନରେ ଜୀବନ ଜୀବିକା ଚାଲିବ କିପରି? ଏମିତି ଅନେକ ପ୍ରଶ୍ନ ଏବେ ଚାଷୀଙ୍କୁ ଘାରିଛି।

ଏଭଳି ଦୁର୍ଦ୍ଦିନରେ ପ୍ରଭାବିତ ଚାଷୀଙ୍କୁ ସରକାରୀ ସହାୟତା ହିଁ ଏକମାତ୍ର ଭରସା। ତେଣୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରିବା ସହ ଚାଷୀଙ୍କୁ ଉଚିତ କ୍ଷତିପୂରଣ ଓ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ନଚେତ୍ ପ୍ରକୃତିର ଏହି ଦାଉ ଚାଷୀ ପରିବାରକୁ ଆହୁରି ଦୁର୍ଦ୍ଦଶା ଭିତରକୁ ଠେଲିଦେବା ନିଶ୍ଚିତ।
📲Get App