🔥 ट्रेंडिंग सरिस्का के जंगलों में वन्यजीव सुरक्षा... રાજુલાના છતડીયા ગામમાં 70 વર્ષીય વલકુભ... असम के मुख्यमंत्री ने ताई खाम्ती नववर्... अमृतसर रेलवे स्टेशन पर खड़ी ट्रेन का श... तरन तरन में माता के जागरण की तैयारियों... महाराष्ट्र राज्यव्यापी विशेष सत्यशोधक...
21 नव. 2026•
ગુજરાતી मराठी ਪੰਜਾਬੀ বাংলা

ସାବେରୀ ନଦୀରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମହିଳା ନିଖୋଜ, ଅନ୍ୟ ଦୁଇ ଜଣ ଉଦ୍ଧାର

✍️ रिपोर्टर: Sukumar Mandal 🗓 21 नव. 2026, 03:52 PM 👁 24
शेयर करें: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୧ ନଭେମ୍ବର : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ରାଣୀଗୁଡ଼ା ଗ୍ରାମ ନିକଟସ୍ଥ ସାବେରୀ ନଦୀରେ ଏକ ଦେଶୀ ଡଙ୍ଗା ବୁଡ଼ି ଜଣେ ମହିଳା ନିଖୋଜ ହୋଇଯାଇଛନ୍ତି। ଡଙ୍ଗାରେ ଥିବା ଅନ୍ୟ ଦୁଇ ଜଣ ମହିଳା ପହଁରି କୂଳକୁ ଆସି ନିଜ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ତିନି ଜଣ ମହିଳା ସାବେରୀ ନଦୀ ପାର ହୋଇ ଅପରପାର୍ଶ୍ୱରେ ଥିବା ମାନ୍ଦାପାଲ୍ଲୀ ଗ୍ରାମରେ ଜଣେ ସମ୍ପର୍କୀୟଙ୍କ ଘରେ ଆୟୋଜିତ ଶୋକସଭାରେ ଯୋଗଦେବା ପାଇଁ ଏକ ଦେଶୀ ଡଙ୍ଗାରେ ଯାଉଥିଲେ। ତେବେ ନଦୀ ମଝିରେ ହଠାତ୍ ଡଙ୍ଗାଟି ବୁଡ଼ିଯିବାରୁ ତିନି ଜଣ ମହିଳା ପାଣିରେ ପଡ଼ିଯାଇଥିଲେ। ଏହି ଘଟଣାରେ ମଣିମା ଭୂମିୟା ନାମକ ଜଣେ ମହିଳା ନିଖୋଜ ହୋଇଯାଇଥିବାବେଳେ ଅନ୍ୟ ଦୁଇ ଜଣ କୌଣସିମତେ ପହଁରି ପହଁରି ନଦୀ କୂଳରେ ପହଞ୍ଚିଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ମାଥିଲି ଅଗ୍ନିଶମ ବାହିନୀ ଆଜି ସକାଳୁ ନଦୀରେ ପହଞ୍ଚି ନିଖୋଜ ମହିଳାଙ୍କ ସନ୍ଧାନରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ଖବର ଲେଖାଯିବା ସୁଦ୍ଧା ନିଖୋଜ ମହିଳାଙ୍କ କୌଣସି ସନ୍ଧାନ ମିଳିନାହିଁ।

ଏହି ଘଟଣାକୁ ନେଇ ରାଣୀଗୁଡ଼ା ଓ ଆଖପାଖ ଅଞ୍ଚଳରେ ଚିନ୍ତା ଓ ଉଦ୍‌ବେଗ ପ୍ରକାଶ ପାଇଛି। ନିଖୋଜ ମହିଳାଙ୍କ ସନ୍ଧାନ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
📲Get App