🔥 TRENDING जनार्दन ने पूर्णिया में जनता दर्शन के... फिरोजाबाद में नाबालिग से दुष्कर्म के आ... Telangana Medical Council Seizes Four... ବାତ୍ୟା ‘ଅକ୍ୱାନ୍' ପରେ ଓଡ଼ିଶାକୁ ବନ୍ୟା ଭୟ... Rahul Gandhi Accused of Contradicting... Hyderabad Food Authority Suspends Lice...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Religion

ପଞ୍ଚୁକରେ ଜନସମୁଦ୍ର ଶ୍ରୀକ୍ଷେତ୍ର; ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ କାଳିଆ ଠାକୁର, ସୁରକ୍ଷାରେ ୩୦ ପ୍ଲାଟୁନ୍ ପୋଲିସ ମୁତୟନ

✍️ Reporter: Deepak Mahapatra 🗓 21 Nov 2026, 03:38 PM 👁 14
Share: 💬 WhatsApp 📘 Facebook 𝕏 Post
ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର ପଞ୍ଚୁକ ନୀତି ସହ ହରି ଉତ୍ଥାପନ ଏକାଦଶୀ। ଏହି ପବିତ୍ର ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଓ ହବିଷ୍ୟାଳୀଙ୍କ ସମାଗମରେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସହ ଆଜି ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ ଶ୍ରୀଜିଉ।

ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ୩୦ ପ୍ଲାଟୁନ୍ ପୋଲିସ ମୁତୟନ

ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା। ମାର୍କେଟ ଛକଠାରୁ ଅସ୍ଥାୟୀ ବ୍ୟାରିକେଡ୍ କରାଯାଇଛି। ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରୁଥିବା ବେଳେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି। ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ, ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନା ପାଇଁ ମୁତୟନ ହୋଇଛନ୍ତି ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ।

ହବିଷ୍ୟାଳୀଙ୍କ ପାଇଁ ପଞ୍ଚୁକର ବିଶେଷ ମହତ୍ତ୍ୱ

ଦୀର୍ଘ ଏକ ମାସ ଧରି ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳୀଙ୍କ ପାଇଁ ପଞ୍ଚୁକର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ। ଏହି ପାଞ୍ଚଦିନକୁ ଅତ୍ୟନ୍ତ ପବିତ୍ର ମନେ କରି ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନାରେ ନିମଗ୍ନ ରହିଥାନ୍ତି ଶ୍ରଦ୍ଧାଳୁ।

ଚଳିତ ବର୍ଷ ଚାରିଦିନିଆ ପଞ୍ଚୁକ, ବାଙ୍କଚୂଡ଼ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ଚଳିତ ବର୍ଷ ତିଥି କ୍ଷୟ ଯୋଗୁଁ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ପାଳନ ହେଉଛି ପଞ୍ଚୁକ। ଫଳରେ ମହାପ୍ରଭୁଙ୍କର ଅତ୍ୟନ୍ତ ଆକର୍ଷଣୀୟ ବାଙ୍କଚୂଡ଼ ବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ଏହାକୁ ନେଇ ଭକ୍ତଙ୍କ ମନରେ ରହିଛି ନିରାଶା। ମହାପ୍ରଭୁଙ୍କ ଦିବ୍ୟ ବେଶ ଦର୍ଶନ ପାଇଁ ଚାହିଁ ରହିଛନ୍ତି ହଜାର ହଜାର ଭକ୍ତ।
📲Get App