🔥 TRENDING ବାଲିଯାତ୍ରା ପାଇଁ ଟ୍ରାଫିକ୍ କଟକଣା, ନଭେମ୍ବ... ସରକାରୀ ଟଙ୍କାରେ ବଡ଼ ହେରଫେର; ୧.୨୩ କୋଟି ଟ... ସୁଦାମ ହତ୍ୟା ଘଟଣାର ପର୍ଦ୍ଦାଫାସ: ମଙ୍ଗଳସୂତ... ଢେଙ୍କାନାଳ ପୌରପରିଷଦର ଜଣେ କାଉନସିଲର ନିଖୋଜ... କୂଅରୁ ୧୦ମାସର ଶିଶୁପୁତ୍ରର ମୃତଦେହ ମିଳିବା... फिरोजाबाद के मदनपुर ब्लॉक में तालाब पर...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ବାତ୍ୟା 'ଅକଭାନ' ପାଇଁ ସୋମବାର ପର୍ଯ୍ୟନ୍ତ ବିଧାନସଭା ମୁଲତବୀ: ନିର୍ବାଚନମଣ୍ଡଳୀ ଯିବେ ବିଧାୟକ

✍️ Reporter: Deepak Mahapatra 🗓 21 Nov 2026, 03:09 PM 👁 29
Share: 💬 WhatsApp 📘 Facebook 𝕏 Post
ବାତ୍ୟା ‘ଅକଭାନ୍‌’ ସ୍ଥଳଭାଗ ଛୁଇଁବା ପରେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷା ବିତ୍ପାତ ଲାଗି ରହିଛି। ବିଧାୟକମାନଙ୍କୁ ନିଜ ନିର୍ବାଚନମଣ୍ଡଳୀକୁ ଯିବା ନିମନ୍ତେ ଆସନ୍ତାକାଲି (ଶନିବାର)ର ଗୃହ କାର୍ଯ୍ୟକୁ ବାତିଲ କରାଯାଇଛି। ସର୍ବଦଳୀୟ ବୈଠକରେ ବିଧାନସଭା ଶୀତ ଅଧିବେଶନର ଶନିବାର ଦିନର କାର୍ଯ୍ୟକ୍ରମକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନିଆଯିବା ପରେ ବାଚସ୍ପତି ସୁରମା ପାଢ଼ୀ ଏନେଇ ଗୃହରେ ଘୋଷଣା କରିଛନ୍ତି। ଆସନ୍ତା ସୋମବାର ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି।


ବାତ୍ୟା ‘ଅକଭାନ’ର ପରବର୍ତ୍ତୀ ସ୍ଥିତିର ମୁକାବିଲା ଓ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ବିଧାୟକମାନେ ନିଜ ନିର୍ବାଚନମଣ୍ଡଳୀକୁ ଯିବା ପାଇଁ ଚାହିଁବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଅବଶ୍ୟ ବୁଧବାରଠୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତ ଅଧିବେଶନରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରୁ ନାହିଁ।

Odisha Assembly ବାଚସ୍ପତି ସୁରମା ପାଢ଼ୀ ଆଜି ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗୃହକୁ ଅବଗତ କରିଥିଲେ। ବାତ୍ୟା ‘ଅକଭାନ’ ପାଇଁ ଗୃହକୁ ଆସନ୍ତାକାଲି ବନ୍ଦ ରଖିବାକୁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଇଛି ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ସୂଚନା ଦେବା ସହ ଗୃହକୁ ଦିନ ୧୧ଟା ୩୫ମିନିଟରେ ଆସନ୍ତା ସୋମବାର ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ସୂଚନା ଅନୁସାରେ, ବାତ୍ୟା ‘ଅକଭାନ’ ପାଇଁ ନିଜ ନିଜର ନିର୍ବାଚନମଣ୍ଡଳୀକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଶନିବାରର ଗୃହକାର୍ଯ୍ୟକୁ ବନ୍ଦ ରଖିବାକୁ ଅନୁରୋଧ କରିଥିଲେ। ସର୍ବଦଳୀୟ ବୈଠକରେ ଏ ସମ୍ପର୍କରେ ଆଲୋଚନା ପରେ ଶୁକ୍ରବାରର ଅବଶିଷ୍ଟ ସମୟ ଓ ଆସନ୍ତାକାଲି ଅର୍ଥାତ୍ ଶନିବାର ଦିନ ଗୃହ କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ରବିବାର ଛୁଟି ଦିନ ହୋଇଥିବାରୁ ବିଧାୟକମାନଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇ ଲୋକଙ୍କ ସେବା କରିବାକୁ ଦୁଇ ଦିନ ସମୟ ମିଳିବ ବୋଲି ବାଚସ୍ପତି କହିଛନ୍ତି। ଆସନ୍ତା ନଭେମ୍ବର ୨୩ ତାରିଖ ସୋମବାର ସାଢ଼େ ୧୦ଟାରେ ପୁଣିଥରେ ଗୃହ କାର୍ଯ୍ୟ ଆରମ୍ଭ ହେବ ଓ ଶନିବାର ଆସିବାକୁ ଥିବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ସୋମବାର ଦିନ ଗୃହରେ ଉପସ୍ଥାପନା କରାଯିବ ବୋଲି ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଆସି ସରକାର ବିରୋଧୀ ନାରାବାଜି କରିଥିଲେ। ବାତ୍ୟା ଓ ବନ୍ୟା ରିଲିଫ୍ କାର୍ଯ୍ୟରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରି ବିଜେଡି ସଦସ୍ୟମାନେ ଗୃହର ସମସ୍ତ କାର୍ଯ୍ୟକୁ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ। ସେହିପରି କଂଗ୍ରେସ ବିଧାୟକମାନେ କୋଟିଆ ସୀମା ବିବାଦ ପ୍ରସଙ୍ଗ ଉଠାଇ ତୁରନ୍ତ ଆଲୋଚନା ପାଇଁ ଅଡ଼ି ବସିଥିଲେ।

ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ଚଳାଇବା ଅସମ୍ଭବ ହେବାରୁ ବାଚସ୍ପତି ସୁରମା ପାଢ଼ୀ ପ୍ରଥମେ ଗୃହକୁ ପୂର୍ବାହ୍ନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ପରେ ଗୃହ ପୁନଃ ଆରମ୍ଭ ହେବା ପରେ ସର୍ବଦଳୀୟ ବୈଠକର ନିଷ୍ପତ୍ତି କ୍ରମେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୫ମିନିଟରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
📲Get App