🔥 ट्रेंडिंग ସ୍ଥଳଭାଗ ଅତିକ୍ରମ କଲା ‘ଅକ୍ୱାନ’, ଗଞ୍ଜାମ ବ... राजकीय महाविद्यालय मुण्डावर में नशा मु... ବାତ୍ୟା ପାଇଁ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ସ୍ଥ... डिब्रुगढ़ के युवक की अरुणाचल के होटल म... कश्मीर में पर्यटक आगमन में बढ़ोतरी, पर... केंद्रीय कश्मीर में स्कूल बस टकराई इले...
20 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ସ୍କୁଲରୁ ୧୫ କ୍ୱିଣ୍ଟାଲ ଚାଉଳ, ଗ୍ୟାସ୍ ଟାଙ୍କି ଓ ୨ ପେଟି ଅଣ୍ଡା ଚୋରି

✍️ रिपोर्टर: Deepak Mahapatra 🗓 20 नव. 2026, 01:22 PM 👁 34
शेयर करें: 💬 WhatsApp 📘 Facebook 𝕏 Post
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଖୁରିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତକାଲି ରାତିରେ ୧୫ କ୍ୱିଣ୍ଟାଲ ଚାଉଳ, ଗୋଟିଏ ଗ୍ୟାସ୍ ଟାଙ୍କି ଓ ୨ ପେଟି ଅଣ୍ଡା ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରି ହୋଇଥିବା ସାମଗ୍ରୀ ମଧ୍ୟାହ୍ନ ଭୋଜନ ପାଇଁ ଗଚ୍ଛିତ ରଖାଯାଇଥିଲା। ଏହି ଘଟଣାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି।

କାଶୀପୁର ବ୍ଲକ୍ ସଦର ମହକୁମାଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ଏହି ବିଦ୍ୟାଳୟରୁ ଚୋରି ହୋଇଛି। ଘଟଣା ସମ୍ପର୍କରେ କାଶୀପୁର ବିଇଓ ସୁମିତ୍ ବିଶ୍ୱାସ କହିଛନ୍ତି ଯେ ଚୋରି ସାମଗ୍ରୀର ସଠିକ୍ ତଥ୍ୟ ମିଳିନାହିଁ। ଏଥିସହ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଥାନାରେ ଲିଖିତ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି।
📲Get App