🔥 ट्रेंडिंग विकसित भारत-जी राम जी योजना पर जिला स्... हांसपुर के वार्ड 6 में 10-12 फीट गहरे... डोजा कैट ने जताई नाराज़गी: GTA VI में... सागर वर्मा ने नेटफ्लिक्स की 'मिसमैच्ड'... लखनऊ होटल से गिरकर समरीन की मौत के मा... राघव राजा ने जारी किया ‘कुंभ का पर्व आ...
20 नव. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ସ୍ଥଳଭାଗ ଅତିକ୍ରମ କଲା ‘ଅକ୍ୱାନ’, ଗଞ୍ଜାମ ବାସିନ୍ଦା ଆଶ୍ୱସ୍ତ

✍️ रिपोर्टर: Deepak Mahapatra 🗓 20 नव. 2026, 02:17 PM 👁 36
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅକ୍ୱାନ’ ଗୋପାଳପୁରଠାରେ ସ୍ଥଳ ଭାଗ ଛୁଇଁଚି । ଭୀଷଣ ବାତ୍ୟା ଅକ୍ୱାନ ଦୁର୍ବଳ ହୋଇ ବାତ୍ୟା ରୂପରେ ସ୍ଥଳ ଭାଗ ଛୁଇଁଚି । ସକାଳ ୭ଟା ୩୦ରୁ ୮ଟା ୩୦ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁଥିଲା। ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୨ ଘଣ୍ଟା ଧରି ଜାରି ରହିଥିଲା । ଏହା ପରେ ସ୍ଥଳଭାଗ ସମ୍ପୂର୍ଣ୍ଣଭାବେ ଅତିକ୍ରମ କରିଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟା ପ୍ରତି ୭୦ କିମି ରୁ ୮୦ କିମି ରହିଥିଲା ଏବଂ ଝଟକା ପବନର ବେଗ ୯୦ କିମି ରହିଥିଲା ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଏହା ଆଜି ସକାଳ ୧୧ଟା ୩୦ ସୁଦ୍ଧା ବାତ୍ୟା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ସେହିପରି ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଏହା ଅବପାତରେ ପରିଣତ ହୋଇପାରେ। ଏହାପରେ ମଧ୍ୟରାତ୍ରି ସୁଦ୍ଧା ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ଆକଳନ କରାଯାଇଛି ।

ସେହିପରି ବାତ୍ୟାର ପ୍ରଭାବରେ ରାଜ୍ୟରେ ଆଗାମୀ ୨୪ ଘଣ୍ଟା ଯାଏଁ ବର୍ଷା ଲାଗି ରହିବ। ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ।

ବାତ୍ୟା ଅକ୍ୱାନକୁ ନେଇ ଆତଙ୍କିତ ଥିବା ଗଞ୍ଜାମ ବାସିନ୍ଦା ଆଶ୍ୱସ୍ତି ଲାଭ କରିଛନ୍ତି । ଅକ୍ୱାନର ପ୍ରଭାବ ସେତେଟା ପଡ଼ି ନାହିଁ । ଅନେକ ସ୍ଥାନରେ ବର୍ଷା ଜାରି ରହିଛି ।

ପାତ୍ରପୁରରେ ସର୍ବାଧିକ ବର୍ଷା
ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି । ଗତ ଚବିଶ ଘଣ୍ଟା ମଧ୍ୟରେ ପାତ୍ରପୁରରେ ସର୍ବାଧିକ ୨୦୯ ମିଲିମିଟର ବର୍ଷା ହୋଇଥିବା ବେଳେ ହିଞ୍ଜିଳିରେ ୨୦୭ ମିଲିମିଟର ଓ ଚିକିଟିରେ ୧୯୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ଗୋପାଳପୁର ୧୯୦ ମିମି, ଓ ଛତ୍ରପୁର ୧୪୯ ମିମି ବର୍ଷା ରେକର୍ଡ କରାଯାଇଛି । ଚାନ୍ଦବାଲି ୧୧୯ ମିମି, ତିହିଡ଼ି ୧୦୦ ମିମି, କୁଜଙ୍ଗ ୯୭ ମିମି, ପାରାଦୀପ ୯୩ ମିମି, ରାଜକନିକା ୮୨ ମିମି, ରାଜନଗର ୮୨ ମିମି, ପୁରୀ ୭୯ ମିମି, ପଟ୍ଟାମୁଣ୍ଡାଇ ୭୬ ମିମି ଏବଂ ଜି. ଉଦୟଗିରି ୭୫ ମିମି ବର୍ଷା ରେକର୍ଡ ହୋଇଛି ।
📲Get App