🔥 TRENDING Bihar's Kacchi Dargah‑Bidupur Bridge N... Congress Sweeps Kekri’s Savar Panchaya... Congress Leads in Jaipur Panchayat Ele... Karnataka Extends Deadline for NEET PG... Supreme Court Dismisses Tamil Nadu's R... MP Amritpal Singh released from Debrug...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Travel

ବାତ୍ୟାକୁ ନେଇ ହାଇଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ; ୫୮ଟି ସତର୍କତାମୂଳକ ପଦକ୍ଷେପ, ଏବେ ସ୍ୱାଭାବିକ ରହିଛି ବିମାନ ଚଳାଚଳ

✍️ Reporter: Deepak Mahapatra 🗓 20 Nov 2026, 02:50 PM 👁 31
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ବାତ୍ୟା ଆଶଙ୍କାକୁ ନେଇ ଆଲର୍ଟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର। ସମ୍ଭାବ୍ୟ ବାତ୍ୟା ପ୍ରଭାବର ମୁକାବିଲା ପାଇଁ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୫୮ଟି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଆଶ୍ୱସ୍ତିର କଥା ହେଉଛି, ବର୍ତ୍ତମାନ ସୁଦ୍ଧା ବିମାନ ଚଳାଚଳ ସ୍ୱାଭାବିକ ରହିଛି। କୌଣସି ବିମାନ ବାତିଲ ହୋଇନଥିବା ଜଣାପଡ଼ିଛି।

ବିମାନବନ୍ଦର କର୍ତ୍ତୃପକ୍ଷ Standard Operating Procedures (SOP) ଏବଂ Technical Instructions Manual ଅନୁଯାୟୀ ସମସ୍ତ ପ୍ରସ୍ତୁତି କରିଛନ୍ତି। ବାତ୍ୟାର ପ୍ରଭାବ ଓ ପାଣିପାଗ ସ୍ଥିତି ଉପରେ ଏୟାରପୋର୍ଟର ଷ୍ଟେକହୋଲ୍ଡର୍ସ କମିଟି ନଜର ରଖିଛି।

୫୮ଟି ସତର୍କତାମୂଳକ ପଦକ୍ଷେପ, ଏବେ ସ୍ୱାଭାବିକ ଉଡ଼ାଣ

ବିମାନବନ୍ଦର ଅଞ୍ଚଳରେ ମଝିରେ ମଝିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। କଣ୍ଟ୍ରୋଲ ଟାୱାରର ତଥ୍ୟ ଅନୁସାରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୧୬ରୁ ୨୦ କିଲୋମିଟର ରହିଛି। ତେବେ ବର୍ତ୍ତମାନର ପାଣିପାଗ ବିମାନ ଚଳାଚଳ ଉପରେ କୌଣସି ପ୍ରଭାବ ପକାଇନାହିଁ।

ପବନର ବେଗ ନିର୍ଦ୍ଧାରିତ ସୁରକ୍ଷା ସୀମା ଅତିକ୍ରମ କଲେ ବିମାନ ଚଳାଚଳ ସ୍ଥଗିତ: ନିର୍ଦ୍ଦେଶକ

ଏନେଇ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, Technical Instructions Manual ଅନୁଯାୟୀ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି। ଷ୍ଟେକହୋଲ୍ଡର୍ସ କମିଟି ସ୍ଥିତି ଉପରେ ନିୟମିତ ନଜର ରଖିଛି। ଆଗୁଆ ସତର୍କତାମୂଳକ ପଦକ୍ଷେପ ଭାବେ ବିମାନବନ୍ଦର ବନ୍ଦ କରିବା କିମ୍ବା ବିମାନ ବାତିଲ କରିବାର କୌଣସି ଯୋଜନା ବର୍ତ୍ତମାନ ନାହିଁ। ତେବେ ପବନର ବେଗ ନିର୍ଦ୍ଧାରିତ ସୁରକ୍ଷା ସୀମା ଅତିକ୍ରମ କଲେ ହିଁ ବିମାନ ଚଳାଚଳ ସ୍ଥଗିତ ରଖିବା ନେଇ ନିଷ୍ପତ୍ତି ନିଆଯିବ।

ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା

ବିମାନବନ୍ଦର ନିର୍ଦ୍ଦେଶକ ଯାତ୍ରୀମାନଙ୍କୁ ଘରୁ ବାହାରିବା ପୂର୍ବରୁ ନିଜ ଫ୍ଲାଇଟ୍‌ର ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି। ପାଣିପାଗରେ ପରିବର୍ତ୍ତନ ହେଲେ ବିମାନ ଚଳାଚଳ ସମୟରେ ମଧ୍ୟ ପରିବର୍ତ୍ତନ ହୋଇପାରେ।
📲Get App