🔥 TRENDING Bihar's Kacchi Dargah‑Bidupur Bridge N... Congress Sweeps Kekri’s Savar Panchaya... Congress Leads in Jaipur Panchayat Ele... Karnataka Extends Deadline for NEET PG... Supreme Court Dismisses Tamil Nadu's R... MP Amritpal Singh released from Debrug...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ୨୪ ଓ ୨୫ ନଭେମ୍ବରରେ ଭୁବନେଶ୍ୱର-କଟକରେ ଟ୍ରାଫିକ୍ କଟକଣା, ଜାଣନ୍ତୁ କେଉଁ ରାସ୍ତା ରହିବ ବନ୍ଦ

✍️ Reporter: Deepak Mahapatra 🗓 20 Nov 2026, 02:25 PM 👁 32
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି। ନଭେମ୍ବର ୨୪ ଓ ୨୫ ତାରିଖରେ ଭୁବନେଶ୍ୱର ଏବଂ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ଏହି ଗସ୍ତକୁ ଦୃଷ୍ଟିରେ ରଖି ଟ୍ୱିନ୍‌ସିଟିରେ ଟ୍ରାଫିକ୍ କଟକଣା ଜାରି କରିଛି ଭୁବନେଶ୍ୱର-କଟକ ପୋଲିସ କମିଶନରେଟ୍।

VIP ଓ VVIPଙ୍କ ସୁରକ୍ଷା ସହ ଯାତାୟାତକୁ ସୁବ୍ୟବସ୍ଥିତ କରିବା ପାଇଁ ଦୁଇ ଦିନ ଧରି ବିଭିନ୍ନ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ। ତେଣୁ ଘରୁ ବାହାରିବା ପୂର୍ବରୁ ଜାଣି ରଖନ୍ତୁ କେଉଁ ରାସ୍ତା କେତେବେଳେ ବନ୍ଦ ରହିବ।

ନଭେମ୍ବର ୨୪: ତିନି ପର୍ଯ୍ୟାୟରେ ଟ୍ରାଫିକ୍ କଟକଣା

ପ୍ରଥମ ପର୍ଯ୍ୟାୟ: ଦିନ ୧୨:୨୦ରୁ ୧୨:୪୦

ଏୟାରପୋର୍ଟ ଛକରୁ ହସ୍ପିଟାଲ ଛକ ଦେଇ ଏଜି ଛକ ପର୍ଯ୍ୟନ୍ତ।

ଏଜି ଛକରୁ ବାମ ମୋଡ଼ ନେଇ ଲୋକଭବନ ଛକ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ।

ଦ୍ୱିତୀୟ ପର୍ଯ୍ୟାୟ: ଅପରାହ୍ନ ୩:୫୦ରୁ ୪:୫୦

ଏହି ସମୟରେ ଭୁବନେଶ୍ୱରରୁ କଟକ ଅଭିମୁଖେ ରାଷ୍ଟ୍ରପତିଙ୍କ ଗସ୍ତ ମାର୍ଗରେ ଟ୍ରାଫିକ୍ କଟକଣା ରହିବ।

ମୁଖ୍ୟ ରୁଟ୍‌ଗୁଡ଼ିକ ହେଲା:

ଲୋକଭବନ ଛକ
ପାୱାର ହାଉସ୍ ଛକ
୧୨୦ ବାଟାଲିୟନ ଛକ
ଶାସ୍ତ୍ରୀନଗର ଛକ
ବେହେରା ସାହି ଛକ
ଜୟଦେବ ବିହାର ଛକ
ଆଚାର୍ଯ୍ୟ ବିହାର ଛକ
ବାଣୀବିହାର ଛକ
ସତ୍‌ସଙ୍ଗ ବିହାର
ରସୁଲଗଡ଼ ଫ୍ଲାଏଓଭର
ପଳାଶୁଣି, ପାହାଳ ଓ ଫୁଲନଖରା ଛକ
ପ୍ରତାପନଗରୀ, ତେଲେଙ୍ଗାପେଣ୍ଠ ଓ ବାଲିକୁଦା ଛକ
ଲିଙ୍କ୍ ରୋଡ୍ ଓ ଓଏମ୍‌ପି ଫ୍ଲାଏଓଭର
ଶିଖରପୁର ଛକ, କାଳିଆବୋଦା ଛକ
ଜୋବ୍ରା ଆନିକଟ, ମାତାମଠ ଓ ସିଲଭର ସିଟି ବୋଟ୍ କ୍ଲବ୍ ଛକ
ଗଡ଼ଗଡ଼ିଆ ମନ୍ଦିର ଛକ
ତୃତୀୟ ପର୍ଯ୍ୟାୟ: ରାତି ୮ଟାରୁ ୯:୦୫

କଟକରୁ ଭୁବନେଶ୍ୱର ଫେରିବା ରାସ୍ତାରେ ଟ୍ରାଫିକ୍ କଟକଣା ରହିବ।

ଗଡ଼ଗଡ଼ିଆ ମନ୍ଦିର ଛକରୁ ସିଲଭର ସିଟି ବୋଟ୍ କ୍ଲବ୍, ମାତାମଠ, ଜୋବ୍ରା ଆନିକଟ ଓ କାଳିଆବୋଦା ଛକ ଦେଇ ଶିଖରପୁର ଛକ, ଓଏମ୍‌ପି ଓ ଲିଙ୍କ୍ ରୋଡ୍ ଫ୍ଲାଏଓଭର ଦେଇ ରାସ୍ତା ବନ୍ଦ ରହିବ।

ଏହାପରେ ବାଲିକୁଦା, ତେଲେଙ୍ଗାପେଣ୍ଠ, ପ୍ରତାପନଗରୀ, ଫୁଲନଖରା, ପାହାଳ, ରସୁଲଗଡ଼ ଫ୍ଲାଏଓଭର ଓ ଜୟଦେବ ବିହାର ଦେଇ ବେହେରା ସାହି, ଶାସ୍ତ୍ରୀନଗର, ୧୨୦ ବାଟାଲିୟନ ଓ ପାୱାର ହାଉସ୍ ଛକ ଦେଇ ଲୋକଭବନ ଛକ ପର୍ଯ୍ୟନ୍ତ କଟକଣା ରହିବ।

ନଭେମ୍ବର ୨୫: ଦୁଇ ପର୍ଯ୍ୟାୟରେ ଟ୍ରାଫିକ୍ ବନ୍ଦ

ପ୍ରଥମ ପର୍ଯ୍ୟାୟ: ସକାଳ ୯:୨୦ରୁ ୯:୪୦

ଲୋକଭବନ ଛକରୁ ଏଜି ଛକ, ପିଏମ୍‌ଜି ଛକ, ରବୀନ୍ଦ୍ର ମଣ୍ଡପ ଛକ ଓ କେଶରୀ ଟକିଜ୍ ଲେନ୍ ଦେଇ ଡାକ୍ତର ଅଭିନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ।

ଦ୍ୱିତୀୟ ପର୍ଯ୍ୟାୟ: ସକାଳ ୧୦:୩୦ରୁ ୧୦:୪୫

ଡାକ୍ତର ଅଭିନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜରୁ କେଶରୀ ଟକିଜ୍ ଲେନ୍, ରବୀନ୍ଦ୍ର ମଣ୍ଡପ ଛକ, ପିଏମ୍‌ଜି ଛକ, ଏଜି ଛକ ଓ ହସ୍ପିଟାଲ ଛକ ଦେଇ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ।

ଜରୁରୀ ସୂଚନା: ଯାତ୍ରୀଙ୍କ ପାଇଁ ପୋଲିସର ପରାମର୍ଶ

କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିନ୍‌ସିଟିର ଜନସାଧାରଣ ଓ ଗାଡ଼ି ଚାଳକଙ୍କୁ କିଛି ପରାମର୍ଶ ଦିଆଯାଇଛି।

କଟକଣା ଥିବା ରାସ୍ତାଗୁଡ଼ିକୁ ଏଡ଼ାଇ ବିକଳ୍ପ ରାସ୍ତା ବ୍ୟବହାର କରନ୍ତୁ।
ଯାତ୍ରା ପୂର୍ବରୁ ନିଜ ଗନ୍ତବ୍ୟସ୍ଥଳ ଓ ରାସ୍ତା ଯୋଜନା କରନ୍ତୁ।
ଅଧିକ ସମୟ ହାତରେ ରଖି ଘରୁ ବାହାରନ୍ତୁ।
ଟ୍ରାଫିକ୍ ପୋଲିସଙ୍କ ନିର୍ଦ୍ଦେଶକୁ ପାଳନ କରନ୍ତୁ।
ବଡ଼ ଆଶ୍ୱସ୍ତି: ଅଗ୍ନିଶମ ବାହିନୀର ଗାଡ଼ି ଓ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ଯାନବାହନ ପାଇଁ ଏହି କଟକଣା ଲାଗୁ ହେବ ନାହିଁ। ତେଣୁ ଟ୍ୱିନ୍‌ସିଟିବାସୀମାନେ ୨୪ ଓ ୨୫ ନଭେମ୍ବରରେ ଘରୁ ବାହାରିବା ପୂର୍ବରୁ ଟ୍ରାଫିକ୍ ଆଡଭାଇଜରି ଉପରେ ନଜର ରଖନ୍ତୁ।
📲Get App