🔥 TRENDING इंदौर नगर निगम के 4 साल पूरे: कांग्रेस... काली साड़ी और काले चश्मे में जुझारू आं... भारत- जापान रक्षा संवाद में सहमति; इंद... Mayong Museum Opens as Window into Ass... 7-Week-Old Elephant Calf Raja Air‑Lift... Congress Questions BJP's Claim: Assam...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ବାତ୍ୟା ଆଶ୍ରୟସ୍ଥଳରେ ବିଗିଡ଼ିଗଲା ସ୍ୱାସ୍ଥ୍ୟା, ଡାକ୍ତରଖାନାରେ ଚାଲିଗଲା ଜୀବନ

✍️ Reporter: Deepak Mahapatra 🗓 20 Nov 2026, 04:24 PM 👁 21
Share: 💬 WhatsApp 📘 Facebook 𝕏 Post
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ଏନଡି ହାଇସ୍କୁଲ ବାତ୍ୟା ଆଶ୍ରୟସ୍ଥଳରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ପୁରୁଷୋତ୍ତମପୁର ସହର କନକା ବସ୍ତି ଅଞ୍ଚଳର ତାରିଣୀ ନାୟକ।
ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଗତକାଲି କନକା ତଳିଆ ଅଞ୍ଚଳରେ ବସବାସ କରୁଥିବା ବହୁ ପରିବାରକୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସ୍ଥାନାନ୍ତର ସମୟରେ ତାରିଣୀଙ୍କ ପରିବାରକୁ ଏନଡି ହାଇସ୍କୁଲରେ ଆଶ୍ରୟ ଦିଆଯାଇଥିଲା।
ଆଜି ଭୋରରେ ତାରିଣୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାରିଣୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ଶ୍ୱାସ ରୋଗ ଥିଲା ବୋଲି ଜଣାପଡ଼ିଛି। ତାଙ୍କ ମୃତ୍ୟୁ ଖବର ପାଇବା ପରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଘଟଣା ସଂପର୍କରେ ଛାନଭିନ କରିବା ସହିତ ସ୍ଥିତି ଅନୁଧ୍ୟାନ କରିଛନ୍ତି l
ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା 'ଅକ୍‌ୱାନ୍'। ଲ୍ୟାଣ୍ଡଫଲ୍‌ ସମୟରେ ପବନ ବେଗ ପ୍ରାୟ ୧୦୦ କି.ମି ରହିପାରେ। ସେହିପରି ଝଟକା ପବନର ବେଗ ଘଣ୍ଟାପ୍ରତି ୧୧୦ କିମି ରହିପାରେ। ଏବେ ଘଣ୍ଟା ପ୍ରତି ୧୨ କି.ମି ବେଗରେ ଆଗକୁ ଅଗ୍ରସର ହେଉଛି ବାତ୍ୟା 'ଅକ୍‌ୱାନ୍'। ଏହା କଳିଙ୍ଗପଟ୍ଟନମ୍‌ରୁ ୪୪୦ କି.ମି ଦୂରରେ, ଚେନ୍ନାଇଠାରୁ ୫୮୦ କି.ମି ଓ ନରସାପୁରରୁ ୪୪୦ କି.ମି ଓ ଗୋପାଳପୁରରୁ ୫୩୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ସେହିପରି ପୁରୀଠାରୁ ଏହା ୫୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି।
ବାତ୍ୟା 'ଅକ୍‌ୱାନ୍' ଆସନ୍ତାକାଲି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଥିବା ବେଳେ ରାଜ୍ୟରେ ଏହାର ପ୍ରଭାବ ପଡ଼ିସାରିଲାଣି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। କେଉଁଠି ଝିପିଝିପି ବର୍ଷା ହେଉଛି ତ କେଉଁଠି ବର୍ଷାର ପରିମାଣ ଧୀରେ ଧୀରେ ବଢ଼ିଲାଣି। ବର୍ଷା ସହିତ ପବନ ବହିଲାଣି। ସମୁଦ୍ର ଅଶାନ୍ତ ହୋଇଗଲାଣି। ଅଶାନ୍ତ ସମୁଦ୍ରରୁ ବୋଟ୍‌ ଉଠାଇ ଆଣିଲେଣି ମତ୍ସଜୀବୀ।
📲Get App