🔥 TRENDING ಆಯುಷ್ ಬದೋನಿ ಇಂಡಿಯಾ 'ಎ' ಗೆ ಸೇರ್ಪಡೆಯಿಂದ... ಭಾರತ-ನ್ಯೂಜಿಲೆಂಡ್ ಟೆಸ್ಟ್ ಪಂದ್ಯಕ್ಕೆ ಬೇಸಿ... मथुरा में जनगणना-2027 की स्व-गणना अभिय... দক্ষিণবঙ্গে এই শীতে প্রচন্ড বৃষ্টিপাত ಯಶ್, ಶಂಕರ್ ನಿರ್ದೇಶನದ 'ಬಾಯ್ಸ್' ಚಿತ್ರವನ್... मथुरा से बीजेपी महिला मोर्चा ब्रज क्षे...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ନନ୍ଦନକାନନରେ ୫ ଓରାଙ୍ଗଉଟାନ୍ ଛୁଆ; ଡିସେମ୍ବର ୮ ଯାଏଁ ଦେଖିପାରିବେନି ପର୍ଯ୍ୟଟକ, ଜାଣନ୍ତୁ କାହିଁକି?

✍️ Reporter: Deepak Mahapatra 🗓 19 Nov 2026, 12:06 PM 👁 18
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି ୫ ଜଣ ନୂଆ ଅତିଥି। ଏହି ପାଞ୍ଚଟି ଓରାଙ୍ଗଉଟାନ୍ ଛୁଆଙ୍କୁ ଏବେ ଦେଖିବାକୁ ପାଇବେନି ପର୍ଯ୍ୟଟକ। ଆସନ୍ତା ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ସେମାନେ ୯୦ ଦିନିଆ କ୍ୱାରେଣ୍ଟାଇନ୍‌ରେ ରହିବେ। ସେମାନଙ୍କ ସ୍ୱାସ୍ଥ୍ୟ ଓ ନୂଆ ପରିବେଶ ସହ ଖାପ ଖୁଆଇବା ପ୍ରକ୍ରିୟାକୁ ଗୁରୁତ୍ୱ ଦେଇ ଚିଡ଼ିଆଖାନା କର୍ତ୍ତୃପକ୍ଷ ଏହି ବ୍ୟବସ୍ଥା କରିଛନ୍ତି।

ବାଲେଶ୍ୱରରୁ ଉଦ୍ଧାର ହୋଇ ଆସିଥିଲେ ନନ୍ଦନକାନନ

ସୂଚନା ଅନୁସାରେ, ୨୦୨୬ ସେପ୍ଟେମ୍ବର ୮ ତାରିଖରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ର ବିଚିତ୍ରପୁର ଅଞ୍ଚଳର ରାଣକଥା ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଏହି ୫ଟି ଓରାଙ୍ଗଉଟାନ୍‌କୁ ଉଦ୍ଧାର କରିଥିଲା। ସେହିଦିନ ରାତି ପ୍ରାୟ ୧୦ଟା ୩୦ ମିନିଟ୍‌ରେ ସେମାନଙ୍କୁ ନନ୍ଦନକାନନ ଅଣାଯାଇଥିଲା।

ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍‌ରେ ଚାଲିଛି ଚିକିତ୍ସା

ନନ୍ଦନକାନନରେ ପହଞ୍ଚିବା ପରେ ସମସ୍ତ ଓରାଙ୍ଗଉଟାନ୍‌ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏବେ ସେମାନଙ୍କୁ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସା ବିଭାଗ ଅଧୀନରେ ଥିବା ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯାଇଛି। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନିୟମିତ ନଜର ରଖାଯାଉଛି।ଦିନରେ ଖୋଲା ଆକାଶ ତଳେ, ରାତିରେ ଇନଡୋର ରୁମ୍‌ରେ

୯୦ ଦିନିଆ କ୍ୱାରେଣ୍ଟାଇନ୍ ଅବଧି ଶେଷ ହେବା ପରେ ଓରାଙ୍ଗଉଟାନ୍‌ମାନଙ୍କୁ ଖୋଲା ଏନକ୍ଲୋଜରକୁ ସ୍ଥାନାନ୍ତର କରାଯିବ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (PCCF)ଙ୍କ ଦ୍ୱାରା ଗଠିତ ସ୍ୱାସ୍ଥ୍ୟ ମୂଲ୍ୟାଙ୍କନ ଟିମ୍‌ର ସୁପାରିସ ଅନୁଯାୟୀ ଏହି ପଦକ୍ଷେପ ନିଆଯିବ।

ଏନକ୍ଲୋଜରକୁ ଯିବା ପରେ ଦିନବେଳେ ସେମାନଙ୍କୁ ଖୋଲା ପରିବେଶରେ ରଖାଯିବ। ଫଳରେ ସେମାନେ ସତେଜ ପବନ ଓ ସୂର୍ଯ୍ୟକିରଣ ପାଇପାରିବେ। ରାତିରେ କିନ୍ତୁ ସେମାନଙ୍କୁ ଇନଡୋର ରୁମ୍‌ରେ ରଖାଯିବ।

ତୁରନ୍ତ ଦେଖିପାରିବେନି ପର୍ଯ୍ୟଟକ

ଖୋଲା ଏନକ୍ଲୋଜରକୁ ସ୍ଥାନାନ୍ତର ହେଲେ ମଧ୍ୟ ପର୍ଯ୍ୟଟକଙ୍କୁ ସଙ୍ଗେ ସଙ୍ଗେ ସେମାନଙ୍କୁ ଦେଖିବାର ସୁଯୋଗ ମିଳିବ ନାହିଁ। କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ (Central Zoo Authority)ଙ୍କ ଅନୁମତି ମିଳିବା ପରେ ହିଁ ସେମାନଙ୍କୁ ସାଧାରଣ ପର୍ଯ୍ୟଟକଙ୍କ ଦର୍ଶନ ପାଇଁ ଛଡ଼ାଯିବ।

ତେଣୁ ନନ୍ଦନକାନନର ଏହି ୫ ନୂଆ ଅତିଥିଙ୍କୁ ଦେଖିବା ପାଇଁ ପର୍ଯ୍ୟଟକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ପ୍ରଥମେ ସେମାନଙ୍କ ସୁସ୍ଥତା ଓ ନୂଆ ପରିବେଶ ସହ ଖାପ ଖୁଆଇବାକୁ ପ୍ରାଥମିକତା ଦେଉଛନ୍ତି କର୍ତ୍ତୃପକ୍ଷ।
📲Get App