🔥 TRENDING ରୁଷିଆରେ ବଡ଼ ବିମାନ ଦୁର୍ଘଟଣା, ଜଳିଯାଇ ଖସି... ଚୀନ୍‌କୁ AI ଚିପ୍ ବିକ୍ରି ବନ୍ଦ କଲା NVIDIA... ମୋଦିଙ୍କ ଦେଶପ୍ରେମ ଦେଖି ଖୁସି ହେଲେ ଟ୍ରମ୍ପ... ହସିନାଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବଢ଼ୁଛି... स्थानीय नागरिक ने कहा: मेरा भारत महान... গোবরা প্রভাতী সংঘের জগদ্ধাত্রী পুজোর ম...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

କାରକୁ ପିଟିଲା ଟ୍ରକ: ଅଳ୍ପକେ ବର୍ତ୍ତିଲେ ୪ ସାମ୍ବାଦିକ

✍️ Reporter: Deepak Mahapatra 🗓 19 Nov 2026, 12:00 PM 👁 18
Share: 💬 WhatsApp 📘 Facebook 𝕏 Post
ବରଗଡ଼ : ବୁଧବାର ବରଗଡ଼ ସହରସ୍ଥିତ ଗଣପତି ହୋଟେଲ ସମ୍ମୁଖରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା। ଏଥିରେ କାର୍‌ କ୍ଷତିଗ୍ରସ୍ତ ହୋଇ ଥିବାବେଳେ କାର୍‌ ଭିତରେ ବସିଥିବା ୪ ସାମ୍ବାଦିକ ରବି ପଣ୍ଡା, ଲଲାଟେନ୍ଦୁ ଦାଶ, ବ୍ୟୋମକେଶ କର ଏବଂ ରଞ୍ଜନ ଦେବତା ସୌଭାଗ୍ୟବଶତଃ ରକ୍ଷା ପାଇ ଯାଇଛନ୍ତି। ସେମାନେ ଅତାବିରା ଥାନା ସରଣ୍ଡାକୁ ଏକ ଗଙ୍ଗାଶ୍ରାଦ୍ଧ କାର୍ଯ୍ୟକ୍ରମକୁ ଯିବା ବାଟରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସହରରେ ବିନା ଫିଟନେସ ତଥା ଟ୍ରାଫିକ ନିୟମ ଉଲ୍ଲଂଘନ କରି ଅନେକ ଯାନବାହାନ ଚାଲୁଥିବା ବେଳେ ପରିବହନ ବିଭାଗ ଆଖି ବୁଜି ଦେଇଛି।

ଅନ୍ୟପକ୍ଷରେ ଏହି ଅଞ୍ଚଳରେ ବହୁବାର ଲୋକମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ମୃତାହତ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିବା ସହ ରାସ୍ତା ଅବରୋଧ ହୋଇଥିଲା । ଗତ ଦୁଇ ଦିନ ତଳେ ମଧ୍ଯ ଏକ ଦୁର୍ଘଟଣା ଘଟି ଜଣକର ଜୀବନ ଯାଇଥିଲା। ବେପାରୁଆ ଟ୍ରକ୍ ଡ୍ରାଇଭରଙ୍କ ଯୋଗୁ ଏପରି ଘଟୁଥିବା ସାଧାରଣରେ ଦାବି ହୋଇଛି।
📲Get App