🔥 TRENDING ରୁଷିଆରେ ବଡ଼ ବିମାନ ଦୁର୍ଘଟଣା, ଜଳିଯାଇ ଖସି... ଚୀନ୍‌କୁ AI ଚିପ୍ ବିକ୍ରି ବନ୍ଦ କଲା NVIDIA... ମୋଦିଙ୍କ ଦେଶପ୍ରେମ ଦେଖି ଖୁସି ହେଲେ ଟ୍ରମ୍ପ... ହସିନାଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବଢ଼ୁଛି... स्थानीय नागरिक ने कहा: मेरा भारत महान... গোবরা প্রভাতী সংঘের জগদ্ধাত্রী পুজোর ম...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ବିଦ୍ୟାଭାରତୀଙ୍କ ଜାମିନ ଆବେଦନ ଖାରଜ କଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ , ରହିବେ ଜେଲ୍‌ରେ

✍️ Reporter: Deepak Mahapatra 🗓 19 Nov 2026, 12:01 PM 👁 15
Share: 💬 WhatsApp 📘 Facebook 𝕏 Post
ପାରଳାଖେମୁଣ୍ଡି : ଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅଭିଯୁକ୍ତ ବିଦ୍ୟାଭାରତୀ ପଣ୍ଡାଙ୍କ ଜାମିନ ଆବେଦନକୁ ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଅଦାଲତ ଆଜି (ନଭେମ୍ବର ୧୮) ଖାରଜ କରିଛନ୍ତି। ଜାମିନ ଖାରଜ ହେବା ପରେ ବର୍ତ୍ତମାନ ବିଦ୍ୟାଭାରତୀ ପଣ୍ଡା ବିଚାର ବିଭାଗୀୟ ହାଜତରେ ରହିବେ।

ଗତ ଅକ୍ଟୋବର ୩୧ରେ ମଧ୍ଯ ଓଡ଼ିଶା ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ। ଏହାପରେ ସେ ନଭେମ୍ବର ୨ରେ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଥିଲେ।

ସୂଚନାଯୋଗ୍ୟ, ବିଦ୍ୟାଭାରତୀ ପ୍ରଥମେ ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍ ଅଦାଲତରେ ଆତ୍ମସମର୍ପଣ କରି ଜାମିନ ଆବେଦନ କରିଥିଲେ। ଗତ ୨ ନଭେମ୍ବରରେ ଅଦାଲତ ତାଙ୍କ ଜାମିନ ଆବେଦନ ଖାରଜ କରିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ। ଏହାପରେ ଗତ ୭ରେ ସେ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ନିୟମିତ ଜାମିନ ଆବେଦନ କରିଥିଲେ। ତେବେ ଏହି ମାମଲାର ଅନ୍ୟ ଅଭିଯୁକ୍ତଙ୍କ ବିଚାର ପ୍ରକ୍ରିୟା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତରେ ଚାଲୁଥିବାରୁ ତାଙ୍କ ଜାମିନ ଆବେଦନକୁ ସେହି ଅଦାଲତକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ସେଠାରେ ଶୁଣାଣି ହୋଇଛି।

ଜୁଲାଇ ୨୦୨୧ରେ ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରେ ସନ୍ଦେହଜନକ ଭାବେ ପୋଡ଼ିହୋଇ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କର ମୃତ୍ୟୁ ଘଟିଥିଲା।
📲Get App