🔥 ट्रेंडिंग 27 लोगों ने हवन के बाद ईसाई धर्म छोड़ा... ಶುಭಮನ್ ಗಿಲ್ 8ನೇ ಬಾರಿ ಟಾಸ್ ಗೆದ್ದು, ನ್ಯೂ... ರಜತ್ ಪಾಟಿದಾರ್ ಗಾಯದಿಂದ ರೈಸಿಂಗ್ ಸ್ಟಾರ್ಸ್... ತಿಲಕ್ ವರ್ಮಾ ನೇತೃತ್ವದ ಭಾರತ ‘ಎ’ ತಂಡ ನವೆಂ... ಸ್ಯಾಂಡ್‌ಪೇಪರ್‌ಗೇಟ್ ವಿವಾದದಿಂದ ಆಸ್ಟ್ರೇಲಿ... ಭಾರತದ ವೇಗದ ಬೌಲರ್ ಗುರ್ನೂರ್ ಬ್ರಾರ್‌ಗೆ ನ್...
19 नव. 2026•
ગુજરાતી मराठी ਪੰਜਾਬੀ বাংলা
देश

ହସିନାଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବଢ଼ୁଛି ହିଂସା, ୟୁନୁସଙ୍କ ପୈତୃକ ଘର ଜାଳି ଦେଲେ ହିଂସାକାରୀ

✍️ रिपोर्टर: Deepak Mahapatra 🗓 19 नव. 2026, 12:10 PM 👁 20
शेयर करें: 💬 WhatsApp 📘 Facebook 𝕏 Post
ବାଂଲାଦେଶରେ ପୁଣି ଥରେ ହିଂସା ତୀବ୍ର ରୂପ ଧାରଣ କରିଛି । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ପୁଣି ଥରେ ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି । ହସିନାଙ୍କ ଦଳ ଆବାମୀ ଲିଗ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତାରିକ ରେହମାନଙ୍କ ବାଂଲାଦେଶ ନାସଲିଷ୍ଟ ପାର୍ଟୀର ହଜାର ହଜାର ସମର୍ଥକ ଏବେ ମୁହାଁମୁହିଁ ହୋଇଛନ୍ତି । ହସିନାଙ୍କ ପରେ ବାଂଲାଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହୋଇଥିବା ମହମ୍ମଦ ୟୁନୁସଙ୍କ ଘରକୁ ଜାଳି ଦେଇଛନ୍ତି ହିଂସାକାରୀ ।

ଜଳିଲା ୟୁନୁସଙ୍କ ପୈତୃକ ବାସଭବନ
ବୁଧବାର ରାତିରେ ଚଟଗାଁଓରେ ଥିବା ମହମ୍ମଦ ୟୁନୁସଙ୍କ ପୈତୃକ ଘରେ ହିଂସାକାରୀ ନିଆଁ ଲଗାଇ ଦେଇଛନ୍ତି । ଏଥିରେ 4 ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଖାଲି ସେତିକି ନୁହେଁ ରାଜଧାନୀ ଢାକାରେ ବିଭିନ୍ନ ସ୍ଥାନରେ ହିଂସା ପ୍ରଦର୍ଶନ ଦେଖିବାକୁ ମିଳିଛି । ଢାକାର ବିଭିନ୍ନ ବ୍ୟାଙ୍କକୁ ମଧ୍ୟ ପୋଡ଼ି ଦିଆଯାଇଛି ।

ହସିନାଙ୍କ ସହରରେ ହିଂସା
ସେପଟେ ଅଧିକ ହିଂସା ଶେଖ ହସିନାଙ୍କ ସହର ଗୋପାଳଗଞ୍ଜରେ ହୋଇଛି । ହିଂସାକାରୀ ବିଭିନ୍ନ ସ୍ଥାନରେ ଗାଡ଼ି ପୋଡ଼ି ଦେବା ସହିତ ଏକ ପୋଲିସ ଥାନାରେ ନିଆଁ ଲଗାଇ ଦେଇଛନ୍ତି । ଏହା ପୂର୍ବରୁ ଆବାମୀ ଲିଗ୍ ଗୁରୁବାର ଦିନ ଦେଶବ୍ୟାପୀ ଲକଡାଉନ୍ ଘୋଷଣା କରିଥିଲେ । ଏହି ଘୋଷଣା ପରେ ହିଂସା ଅଧିକ ତୀବ୍ର ହୋଇଛି । କିଛି ରାଜନୈତିକ ବ୍ୟକ୍ତି ଆବାମୀ ଲିଗର ଦୁଇ ଜଣ ନେତାଙ୍କ ବାସଭବନକୁ ଜାଳି ଦେଇଛନ୍ତି । ଉକ୍ତ ହିଂସାକାରୀ ପ୍ରଧାନମନ୍ତ୍ରୀ ତାରିକ ରେହମାନଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟୀର କାର୍ଯ୍ୟକର୍ତ୍ତା ବୋଲି କୁହାଯାଉଛି ।

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ପୋଲିସ କହିଛି ଯେ ରାତାରାତି ସୁରକ୍ଷା ବୃଦ୍ଧି କରାଯାଇଛି । ରାଜଧାନୀର ପ୍ରମୁଖ ଫ୍ଲାଏଓଭରଗୁଡ଼ିକରେ ଅତିରିକ୍ତ କର୍ମଚାରୀ ମୁତୟନ କରିଛନ୍ତି। ପୋଲିସ ଅଧିକାରୀମାନେ ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନରେ ଯାନବାହାନ ଯାଞ୍ଚ କରୁଥିବା ଏବଂ ମୋଟରସାଇକେଲ ଚାଳକ ଏବଂ ସନ୍ଦିଗ୍ଧ ଯାନର ଡ୍ରାଇଭରମାନଙ୍କୁ ପଚରାଉଚରା କରୁଛନ୍ତି ।
📲Get App