🔥 TRENDING ग्राम पंचायत ढोढ़ा के वार्ड‑5 में जलनि... புதுச்சேரி அரசு மருத்துவமனைகளில் செவில... वाराणसी में यातायात माह अभियान: सुबह-ए... ମହଙ୍ଗା ଭତ୍ତା ଆଉ ୩% ବୃଦ୍ଧି କଲେ ରାଜ୍ୟ ସର... Tamannaah Bhatia Stars in New Crime Th... Panchayat 5 Release Postponed, Fans Aw...
18 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ବାତ୍ୟାକୁ ନେଇ ବଡ଼ ଅପଡେଟ୍; ଆସିଲା ଏମିତି ସୂଚନା

✍️ Reporter: Deepak Mahapatra 🗓 18 Nov 2026, 11:00 AM 👁 25
Share: 💬 WhatsApp 📘 Facebook 𝕏 Post
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ଅକୱାନ' ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଘଣ୍ଟା ପ୍ରତି ୩ କିମି ବେଗରେ ଏହା ଆଗକୁ ବଢ଼ୁଛି। ଏହା ଆନ୍ଧ୍ରପ୍ରଦେଶର ବିଶାଖାପଟନମ ଠାରୁ ୬୧୦ କିମି ଓ ଓଡ଼ିଶାର ଗୋପାଳପୁର ଠାରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।
ଏହି ଭୀଷଣ ବାତ୍ୟା ଆସନ୍ତାକାଲି ବେଳକୁ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ବୋଲି ପ୍ରଥମେ ଆକଳନ କରାଯାଇଥିଲା। କିନ୍ତୁ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ ନାହିଁ। ପ୍ରତିକୂଳ ପାଣିପାଗ ପରିସ୍ଥିତି ଯୋଗୁ ଅତି ଭୀଷଣ ବାତ୍ୟା ସମ୍ଭାବନା ଟଳି ଯାଇଛି । ଏହା ଭୀଷଣ ବାତ୍ୟା ରୂପରେ ହିଁ ସ୍ଥଳଭାଗ ଛୁଇଁବ। ଏହା ୨୦ ତାରିଖରେ ନେଲୋର ଓ ବିଶାଖାପଟନମ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୧୦ କିମି ରହିପାରେ। ସେହିପରି ଝଟକା ପବନର ବେଗ ଘଣ୍ଟାପ୍ରତି ୧୨୦ କିମି ରହିପାରେ।
ବାତ୍ୟା ଅକୱାନକୁ ନେଇ ଆଉ ଏକ ସୂଚନା ମଧ୍ୟ ମିଳିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟାର ଗତିପଥ ବଦଳୁଛି। ନୂଆ ଟ୍ରାକ୍ ଅନୁସାରେ ଏହା ଓଡ଼ିଶା ଦେଇ ଗତି କରିପାରେ। ଭୀଷଣ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ପରେ ମାଲକାନଗିରି ଜିଲ୍ଲା ଦେଇ ଆଗକୁ ବଢ଼ୁଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଜାରି କରାଯାଇଥିବା ନୂଆ ଟ୍ରାକରୁ ଏହା ଜଣାପଡିଛି। ଏହା ଦକ୍ଷିଣ ଓଡ଼ିଶା ଦେଇ ଯିବା ଏକ ପ୍ରକାର ସ୍ପଷ୍ଟ।
'ଅକୱାନ' ମାଲକାନଗିରି ଦେଇ ଯିବା ବେଳେ ବାତ୍ୟା ରୂପରେ ଥିବ। ବାତ୍ୟାର ପରିଧି ଆଉ ୩ଟି ଜିଲ୍ଲା - କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ାକୁ ରହିଛି। ପୂର୍ବରୁ ଯେଉଁ ଟ୍ରାକ ଜାରି କରାଯାଇଥିଲା, ତା' ଅନୁଯାୟୀ ଓଡ଼ିଶା ଦେଇ ଗଲା ବେଳେ 'ଅକୱାନ' ଅବପାତରେ ପରିଣତ ହୋଇ ଯାଇଥାନ୍ତା। କିନ୍ତୁ ନୂଆ ଟ୍ରାକ ଅନୁସାରେ ଅବପାତ ନୁହେଁ, ବାତ୍ୟା ଓଡ଼ିଶାକୁ ଅତିକ୍ରମ କରିପାରେ।
୧୯ ଓ ୨୦ ତାରିଖ ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ରେଡ୍ ଆଲର୍ଟ ଜାରି କରାଯାଇଛି।
📲Get App