🔥 ट्रेंडिंग ज़ी केरालम कुदुंबम अवॉर्ड्स 2026 की ऑन... नेटिज़न्स ने कहा पाकिस्तान के Got Late... लॉरेन सांचेज़ ने अपनी बेल 429 हेलिकॉप्... ଆସନ୍ତା ୨୩ରୁ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କ... गोरखालैंड मांग: GNSS नेता शुरू करेंगे... गंगटोक में मनाया गया नेशनल प्रेस डे 20...
17 नव. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ଶ୍ୱଶୁର ଘରେ ପହଞ୍ଚିବା ପୂର୍ବରୁ କାର୍‌ ଭିତରେ ଜ୍ୱାଇଁଙ୍କୁ ଜୀବନ୍ତ ଜାଳିଦେଲେ

✍️ रिपोर्टर: Deepak Mahapatra 🗓 17 नव. 2026, 12:03 PM 👁 28
शेयर करें: 💬 WhatsApp 📘 Facebook 𝕏 Post
ଶ୍ୱଶୁର ଘର ପହଞ୍ଚିବା ପୂର୍ବରୁ ଜ୍ୱାଇଁଙ୍କୁ ଜୀବନ୍ତ ଜାଳିଦେଲେ ଦୁର୍ବୃତ୍ତ। ରବିବାର ବିଳମ୍ବିତ ରାତିରେ ବାପ ଘରେ ଥିବା ସ୍ତ୍ରୀକୁ ଆଣିବାକୁ ଶ୍ୱଶୁର ଘରକୁ ଆସୁଥିଲେ ସ୍ୱାମୀ। ହେଲେ ବାଟରେ ଘଟିଗଲା ଅଘଟଣ। କାର ଭିତରେ ହିଁ ତାଙ୍କୁ ଜୀବନ୍ତ ପୋଡ଼ି ମାରି ଦିଆଯାଇଛି। କନ୍ଧମାଳ ଜିଲ୍ଲା ରାଇକିଆ ଥାନା କରଡ଼ା ପଞ୍ଚାୟତ ସୁନାପାଲି ଗାଁ ନିକଟ ମୁଖ୍ୟ ରାସ୍ତା କଡ଼ରେ ଘଟିଛି ଏଭଳି ଘଟଣା।
ମୃତ ବ୍ୟକ୍ତି ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଦାନ୍ତଲିଙ୍ଗ ଗାଁର ଗଙ୍ଗା ନାୟକ। ଗଙ୍ଗା ସୋରଡ଼ା ଷ୍ଟେଟ ବ୍ୟାଙ୍କ ନିକଟରେ ଗୋଟିଏ ଛୋଟିଆ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ସଂସ୍ଥା ଚଳାଉଥିଲେ।
ରବିବାର ରାତିରେ ସେ ନିଜ କାର ଯୋଗେ କରଡ଼ା ପଞ୍ଚାୟତ ମହୁଲପାଲି ସ୍ଥିତ ଶ୍ୱଶୁର ଘର ଅଭିମୁଖେ ବାହାରିଥିଲେ। ସକାଳୁ ସକାଳୁ ସେ ସ୍ତ୍ରୀଙ୍କୁ ସାଙ୍ଗରେ ଧରି ନିଜ ଘରକୁ ଫେରିବାର ଯୋଜନା କରିଥିଲେ।
ହେଲେ ନିଜ ଘରୁ ବାହାରିଥିବା ଗଙ୍ଗା ରାତିରେ ଶ୍ୱଶୁର ଘରେ ପହଞ୍ଚି ନଥିଲେ। ଏଥିରେ ବ୍ୟସ୍ତ ହୋଇ ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ। ହେଲେ ତାଙ୍କ ମୋବାଇଲ ସ୍ୱିଚ୍ ଅଫ୍ ଦେଖାଇଥିଲା। ପରିବାର ଲୋକ ଏହାକୁ ନେଇ ଚିନ୍ତାରେ ଥିବା ବେଳେ ଆଜି ସ୍ଥାନୀୟ ଲୋକ ପୋଡ଼ି ଯାଇଥିବା କାର ଭିତରୁ ଗଙ୍ଗା ନାୟକଙ୍କ ଜଳି ସାରିଥିବା ମୃତଦେହକୁ ଠାବ କରିଛନ୍ତି।
ସକାଳେ କରଡ଼ା-ଗୋଛା ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କଡ଼ରେ ଗଙ୍ଗାଙ୍କ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। କାର ଭିତରେ ଗଙ୍ଗା ମଧ୍ୟ ସମ୍ପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଛନ୍ତି। ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ବାରି ହୋଇପଡୁଛି।
କାରଣ ଜଳି ଯାଇଥିବା କାର ଭିତରେ ଗଙ୍ଗାଙ୍କ ବେକରେ ଏକ ଜିଆଇ ତାର ବନ୍ଧା ଯାଇଥିବା ଦେଖିବାକୁ ମିଳିଛି। କେହି ଦୁର୍ବୃତ୍ତ ତାଙ୍କୁ ତାରରେ ଗଳା ଚିପି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ କାରରେ ନିଆଁ ଲଗାଇ ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ଖବର ପାଇ ରାଇକିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୁଲିସ ଛାନଭିନ୍ ଚଳାଇଛି। ତେବେ ଗଙ୍ଗା ନାୟକଙ୍କର କାହା ସହ ପୂର୍ବରୁ ଶତ୍ରୁତା ଥିଲା ନା ବ୍ୟବସାୟିକ ପ୍ରତିଯୋଗିତା କାରଣରୁ ତାଙ୍କୁ ହତ୍ୟା କରାଯାଇଛି, ସେନେଇ ପୁଲିସ ଖୋଳତାଡ଼ ଜାରି ରଖିଛି।
📲Get App