🔥 ट्रेंडिंग प्रभारी मंत्री नरेंद्र कश्यप ने शाहजहा... चक्रवात अकवन: 310 मील लंबे तटीय क्षेत्... डॉक्टरों ने टीएनएमएससी को तस्माक गोदाम... तमिलनाडु बनाता है भारत के पेटेंट आवेदन... तमिलनाडु में 4.45 लाख वयस्कों का साक्ष... लुधियाना बस स्टैंड में टायर गोदाम में...
17 नव. 2026•
ગુજરાતી मराठी ਪੰਜਾਬੀ বাংলা
नौकरी

ଏନଭିଡିଆ ସିଇଓ ଦୌଡ଼ରେ ୧୧ ଜଣ, ୩ ଭାରତୀୟ ବଂଶୋଦ୍ଭବୀ ରହିଛନ୍ତି ଦାବିଦାର

✍️ रिपोर्टर: Deepak Mahapatra 🗓 17 नव. 2026, 12:46 PM 👁 20
शेयर करें: 💬 WhatsApp 📘 Facebook 𝕏 Post
ବିଶ୍ୱର ପ୍ରମୁଖ କମ୍ପାନୀ ଏନଭିଡିଆର ସିଇଓ ପଦରୁ ଜେନସନ ହୁଆଙ୍ଗ ଇସ୍ତଫା ପରେ ପରବର୍ତ୍ତୀ ସିଇଓ କିଏ ତାହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ତେବେ କମ୍ପାନୀ ପରିଷଦର ସଦସ୍ୟରୁ ମଧ୍ୟରେ ଜଣେ କିମ୍ବା ବାହାର ବ୍ୟକ୍ତିଙ୍କୁ ସିଇଓ ପଦ ପାଇଁ ଚୟନ କରାଯାଇପାରେ । ଏହି ପଦ ପାଇଁ ୧୧ ଜଣ ଦାବିଦାର ରହିଥିବା କୁହାଯାଉଛି । ଏଥିରେ ୩ ଜଣ ଭାରତୀୟ ବଂଶୋଦ୍ଭବୀ ନାମ ମଧ୍ୟ ସାମିଲ ରହିଛି ।
ଜେନସନ ଏନଭିଡ଼ିଆକୁ କୃତ୍ରିମ ବୁଦ୍ଧିମତା ଟେକ୍ନୋଲୋଜିରେ ଶୀର୍ଷରେ ପହଁଚାଇଥିଲେ । ତେଣୁ ତାଙ୍କ ସ୍ଥାନରେ ଯିଏ ଆସିବ ସିଏ ଟେକ୍ନୋଲୋଜି ବିଖ୍ୟାତ ହୋଇଥିବା ନିହାତି ଜରୁରି । ଟେକ୍ନୋଲୋଜି ସହିତ ଆର୍ଥିକ କାରବାରରେ ଦକ୍ଷ ଥିବା ଆବଶ୍ୟକ ।
ମେମୋରି ଚିପ୍ ନିର୍ମାତା କମ୍ପାନୀ ମାଇକ୍ରୋନ୍ ସିଇଓ ସଞ୍ଜୟ ମେହରୋତ୍ରା ଏହି ଦୌଡ଼ରେ ଶୀର୍ଷରେ ରହିଛନ୍ତି । ୨୦୧୭ ମସିହାରୁ ସଞ୍ଜୟ ମେହରୋତ୍ରା ସବୁଠାରୁ ବଡ଼ ଚିପ୍ ନିର୍ମାତା କମ୍ପାନୀର ପ୍ରମୁଖ ଅଟନ୍ତି । ତାଙ୍କ ନିକଟରେ ୪ ଦଶନ୍ଧିରୁ ଅଧିକ ଅନୁଭବ ରହିଛି । ସେ ଏନଭିଡ଼ିଆ ସହିତ ପୂର୍ବରୁ ମଧ୍ୟ କାମ କରିଛନ୍ତି । ଖାଲି ସେତିକି ନୁହେଁ ସେ ୧୯୮୮ ମସିହାରେ ସେନଡିସ୍କ କମ୍ପାନୀ ପ୍ରତିଷ୍ଠାରେ ମଧ୍ୟ ସାମିଲ ଥିଲେ । ୨୦୧୧ ମସିହାରେ ସେ ସାନଡିସ୍କ କମ୍ପାନୀର ସିଇଓ ପଦ ଅଳଙ୍କୃତ କରିଥିଲେ ଏବଂ ୨୦୧୬ ମସିହା ପର୍ଯ୍ୟନ୍ତ କମ୍ପାନୀ ବିକ୍ରି ହେବା ଯାଏ ସେ ସେଥିରେ କାମ କରିଥିଲେ ।
ସେହିପରି ପାଲୋ ଅଲ୍ଟୋ ନେଟୱାର୍କ୍ସର ସିଇଓ ନିକେଶ ଅରୋଡ଼ାଙ୍କ ଏଥିରେ ସାମିଲ ରହିଛି । କମ୍ପାନୀର ଅଧିକାଂଶ ନିବେଶକ ତାଙ୍କ ନାମ ଆଗକୁ ରଖିଛନ୍ତି । ୨୦୧୮ ମସିହାରୁ ନିକେଶ ପାଲୋ ଅଲ୍ଟୋ ନେଟୱାର୍କର ନେତୃତ୍ୱ ନେଉଛନ୍ତି । ଏହା ପୂର୍ବରୁ, ସେ ସଫ୍ଟବ୍ୟାଙ୍କ (SoftBank) ର ସଭାପତି ଏବଂ ମୁଖ୍ୟ ପରିଚାଳନା ଅଧିକାରୀ (COO) ଭାବରେ କାର୍ଯ୍ୟ କରିଥିଲେ ଏବଂ ଗୁଗୁଲ୍‌ରେ ଏକ ଦଶନ୍ଧି ବିତାଇଥିଲେ। ତାଙ୍କର ଅଭିଜ୍ଞତା ମୁଖ୍ୟତଃ ସାଇବର ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟାର ଅନ୍ୟ କ୍ଷେତ୍ରଗୁଡ଼ିକ ସହିତ ଜଡ଼ିତ । କିନ୍ତୁ ଚିପ୍ ନିର୍ମାଣ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା କମ୍ ରହିଛି ।
ତୃତୀୟ ଭାରତୀୟ ବଂଶୋଦ୍ଭବ ହେଲେ ଗୁଗୁଲ୍ କ୍ଲାଉଡ୍‌ର ସିଇଓ ଥମାସ କୁରିଆନ୍‌ । ଥମାସଙ୍କୁ ମଧ୍ୟ ଏନଭିଡ଼ିଆର ଏକ ଶୀର୍ଷ ପଦବୀ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ଭାବରେ ବିବେଚନା କରାଯାଇପାରେ। ଗୁଗୁଲ୍‌ରେ, କୁରିଆନ୍‌ କ୍ଲାଉଡ୍‌ ଭିତ୍ତିଭୂମି, ଏଣ୍ଟରପ୍ରାଇଜ୍‌ ସଫ୍ଟୱେର୍‌ ଏବଂ ଏଆଇ ସେବାଗୁଡ଼ିକ ଦାୟିତ୍ୱରେ ରହିଛନ୍ତି । ତଥାପି ଚିପ୍‌ ଡିଜାଇନ୍‌ରେ ତାଙ୍କ ନିକଟରେ ବିଶେଷ ଅଭିଜ୍ଞତା ନାହିଁ ।
ଅନ୍ୟ ସମ୍ଭାବ୍ୟ ଉତ୍ତରାଧିକାରୀଙ୍କ ମଧ୍ୟରେ ଆପଲ୍‌ର ପୂର୍ବତନ ମୁଖ୍ୟ ଟିମ୍ କୁକ୍‌, ମଧ୍ୟରେ ଏଏମ୍‌ଡିର ମୁଖ୍ୟ ଲିସା ସୁ, ଆର୍ମର ମୁଖ୍ୟ ରେନେ ହାସ୍, ଇଣ୍ଟେଲ୍‌ର ପୂର୍ବତନ ମୁଖ୍ୟ ପ୍ୟାଟ୍ ଗେଲ୍‌ସିଙ୍ଗର୍, ମାର୍ଭେଲ୍‌ର ମ୍ୟାଟ୍ ମର୍ଫି ଓ ଆପଲ୍‌ର ହାର୍ଡୱେର୍ ବିଭାଗ ମୁଖ୍ୟ ଜୋନି ସ୍ରୌଜି ରହିଛନ୍ତି। ଏନଭିଡିଆର ଅଧିକାରୀ ଇଆନ୍ ବକ୍ ମଧ୍ୟ ଏହି ଦୌଡ଼ରେ ଅଛନ୍ତି।
📲Get App